ପଦମ୍‌ପୁର ସୃଷ୍ଟି କଲା ଆଗୁଆ ନିର୍ବାଚନ ଉକ୍ତି

ଭୁବନେଶ୍ବର,୧୨ା୧୨(ବ୍ୟୁରୋ): ୨୦୦୪ ନିର୍ବାଚନ କଥା ଓଡ଼ିଶା ଲୋକମାନେ ଏପର୍ଯ୍ୟନ୍ତ ଭୁଲି ନାହାନ୍ତି। ଯେତେବେଳେ ୨୦୦୫ ମାର୍ଚ୍ଚରେ ଓଡ଼ିଶା ବିଧାନସଭା ନିର୍ବାଚନ ହେବାର ଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ଛାଡିଦେଇ ୨୦୦୪ ମାର୍ଚ୍ଚରେ ଆଗୁଆ ନିର୍ବାଚନ କରିଦେଲେ। ସେତେବେଳେ ଲାଲ୍‌କୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ଇଣ୍ଡିଆ ସାଇନିଂ ନିର୍ବାଚନ ହୋଇଥିଲା। ଏଥିରେ ଦିଲ୍ଲୀରେ ଭାଜପା ପରାଜିତ ହୋଇଥିଲା ଏବଂ କେନ୍ଦ୍ରରେ ଉପା ସରକାର ଆସିଥିଲା। ହେଲେ ସେତେବେଳେ ଭାଜପା ଓଡ଼ିଶାରେ ନବୀନଙ୍କ ଆଢୁଆଳରେ ଯାଇ ଭଲ ପ୍ରଦର୍ଶନ କରିଥିଲା। ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ, ଓଡ଼ିଶାରେ ଆଗୁଆ ନିର୍ବାଚନ ହେବ ବୋଲି ଶୁଣିବାକୁ ପାଉଛନ୍ତି। ତେବେ ୨୦୨୪ ପୂର୍ବରୁ ନବୀନ କେଉଁଥିପାଇଁ ଆଗୁଆ ନିର୍ବାଚନ କରିପାରନ୍ତି ତାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ନବୀନ କେବେହେଲେ ଏକାକୀ ନିର୍ବାଚନକୁ ଯିବାଲାଗି ଚାହିଁବେ ନାହିଁ। ସେ ଏକାକୀ ନିର୍ବାଚନକୁ ଗଲେ ସବୁ ଜାତୀୟ ଏବଂ ଅନ୍ୟ ଦଳର ନେତାମାନେ ଓଡ଼ିଶାରେ ଡେରା ବାନ୍ଧିକି ବସିବେ। ଏକକାଳୀନ ନିର୍ବାଚନ ହେଲେ ପୂର୍ବରୁ ଜାତୀୟ ଦଳର ନେତାମାନେ ଓଡ଼ିଶାରେ ଗୋଟିଏ ବା ଦୁଇଟା ସଭା କରି ପଳାଇଯାଆନ୍ତି। ତେଣୁ ନବୀନ ଯଦି ଭିଡ଼ରେ ନିର୍ବାଚନ ରଣାଙ୍ଗନକୁ ଗଲେ ତାଙ୍କ ମନଇଚ୍ଛା ପ୍ରଚାର କରି ଅପ୍ରତିଦ୍ୱନ୍ଦ୍ୱୀ ନେତା ହୋଇ ରହନ୍ତି। ତେଣୁ ଧର୍ମେନ୍ଦ୍ର ରଖିଥିବା ମନ୍ତବ୍ୟ କେତେ ଯୁକ୍ତିଯୁକ୍ତ ତାକୁ ନେଇ ରାଜନୈତିକ ମହଲରେ ଆଲୋଚନା ସୃଷ୍ଟି ହୋଇଛି।
ଯଦି ନବୀନ ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ଭଳି ୨୦୨୪ରେ ଲୋକ ସଭା ନିର୍ବାଚନ ସହ ଗଲେ ତାଙ୍କୁ କ’ଣ ଲାଭ ମିଳିପାରେ ସେକଥା ମଧ୍ୟ ରାଜ୍ୟବାସୀ ଦେଖିବେ। ଭାଜପା ଯେ ଏଠାରେ ବିଜେଡିକୁ ବାସ୍ତବରେ ହରାଇବାକୁ ଚେଷ୍ଟା କରୁଛି ଏ କଥାକୁ ବିଶ୍ୱାସ କରିବା କଷ୍ଟକର। କାରଣ ରାଜ୍ୟରେ ଭାଜପାର ଭୂମିକା ଅତି ଗୌଣ ହୋଇଗଲାଣି। ଯେଉଁ ଲୋକ ଧାମନଗର ଉପନିର୍ବାଚନ ଫଳାଫଳ ଦେଖିବା ପରେ ଭାବିଥିଲେ ଯେ ବିଜେଡିର ବେଳାକାଳ ପୂରିଲା ସେମାନେ ଏବେ ଭୁଲ୍‌ ପ୍ରମାଣିତ ହେଲେ। କିଛିଦିନରେ ସେକଥା ସମ୍ପୂର୍ଣ୍ଣ ଭାବେ ଲୋକଙ୍କ ମନରୁ ଚାଲିଗଲା। ତେଣୁ ଗତ ଉପନିର୍ବାଚନରେ ପଦମ୍‌ପୁର ସେଇ ପଦମ୍‌ପୁର ହେଇ ରହିଗଲା ପଦ୍ମପୁର ହୋଇପାରିଲା ନାହିଁ। ଏହାର ପ୍ରଭାବ ଆସନ୍ତା ସାଧାରଣ ନିର୍ବାଚନ ଉପରେ ମଧ୍ୟ ପଡ଼ିବ। ତେଣୁ ପଦମ୍‌ପୁର ବିଫଳତା କଥାରୁ ଲୋକଙ୍କ ଦୃଷ୍ଟି ହଟେଇବା ଲାଗି ଧର୍ମେନ୍ଦ୍ର ଆଗୁଆ ନିର୍ବାଚନ କଥା କହିଥାଇପାରନ୍ତି ବୋଲି ଏବେ ରାଜନୈତିକ ବିଶ୍ଳେଷକମାନେ ମତ ରଖିଛନ୍ତି।
ଏନେଇ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସାଧାରଣ ନିର୍ବାଚନ ଆହୁରି ଦେଢ଼ବର୍ଷ ଅଛି। ସବୁ ରାଜନୈତିକ ଦଳ ଏବେଠାରୁ ସଂଖ୍ୟା ବି କହିବା ଆରମ୍ଭ କରିଦେଲେଣି। ଏହା ବାସ୍ତବରେ ତାଙ୍କୁ ବୁଝାପଡୁନାହିଁ। ଆଜିକାଲି ଜନମତ କେତେବେଳେ ମଧ୍ୟ ସ୍ଥିର ନୁହେଁ। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଆଗୁଆ ନିର୍ବାଚନ ହୋଇନାହିଁ। କେବଳ ଥରେ କେନ୍ଦ୍ରରେ ଭାଜପା ସରକାର ଥିଲାବେଳେ ସେମାନେ ଆଗୁଆ ନିର୍ବାଚନ(୨୦୦୪ରେ) ଘୋଷଣା କରିବାରୁ ଓଡ଼ିଶାରେ ଆଗୁଆ ହୋଇଥିଲା। ଯେଉଁମାନେ ଆଗୁଆ ନିର୍ବାଚନ କଥା କହୁଛନ୍ତି ସେମାନେ ବୋଧହୁଏ ଦିଲ୍ଲୀରୁ ସେହି ଗନ୍ଧ ପାଉଥିବେ। ନଚେତ୍‌ ପଦ୍ମପୁରରେ ଭାଜପାର ପରାଜୟ ପରେ କାଳେ ସେମାନଙ୍କ କର୍ମ ମହଲ ନିଷ୍କ୍ରିୟ ବା ହତୋତ୍ସାହିତ ହୋଇଯିବେ ତାଙ୍କୁ ସକ୍ରିୟ ରଖିବାର ଏହା ଏକ ଉପାୟ ହୋଇଥାଇପାରେ ବୋଲି ଆଚାର୍ଯ୍ୟ କହିଛନ୍ତି।
ବିଜେଡିର ବରିଷ୍ଠ ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ରାଜ୍ୟ ସଂକ୍ରାନ୍ତରେ ଜଣେ ଦାୟିତ୍ୱବାନ କେନ୍ଦ୍ରମନ୍ତ୍ରୀ ଏଭଳି କହିବା କେତେ ଯୁକ୍ତିଯୁକ୍ତ ତାହା ସବୁଠାରୁ ବଡ ପ୍ରଶ୍ନବାଚୀ। ସେ କେନ୍ଦ୍ର ସଂକ୍ରାନ୍ତରେ ଏହି କଥା କହିଥିଲେ ଭିନ୍ନ ଥିଲା। ତେଣୁ ଏହି ମନ୍ତବ୍ୟ ସେ କେଉଁ ଆଧାରରେ ଦେଲେ ସେକଥା ମଧ୍ୟ ବୁଝାପଡୁନି। ୨୦୦୪ରେ ଗୋଟିଏ ଥର ଲାଗି କେନ୍ଦ୍ରର ଘୋଷଣା ଅନୁଯାୟୀ ରାଜ୍ୟରେ ବର୍ଷକ ପୂର୍ବରୁ ନିର୍ବାଚନ ହୋଇଥିଲା ବୋଲି ସେ କହିଛନ୍ତି।
ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି, ଯିଏ ତଥ୍ୟ ଦିଏ ସେ ଉତ୍ସ ବତାଏ। ଶୁଣିକି କହିଥିବା କଥାର ମଧ୍ୟ ଏକ ଉତ୍ସ(ସୋର୍ସ) ଥାଏ। ତଥ୍ୟ ଦେଇ ଉତ୍ସ ନ ବତାଇବାର ଅର୍ଥ ଏହା ଭିତରେ ଅନେକ ରହସ୍ୟ ଥିବାଭଳି ମନେ ହେଉଛି। ତେଣୁ ତଥ୍ୟକୁ ପ୍ରକାଶ କରି ଲୋକମାନଙ୍କ ଭିତରେ ସୃଷ୍ଟି କରାଇଥିବା ସନ୍ଦେହକୁ ଦୂର କରାନ୍ତୁ ବୋଲି ସାହୁ କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆଗୁଆ ନିର୍ବାଚନ ହେବା ନେଇ ଆସିଥିବା ମନ୍ତବ୍ୟରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି କି ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କ ହାତରେ ଅଛନ୍ତି ବୋଲି ନରସିଂହ କହିଛନ୍ତି। ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ସେମିତି ଜମା ବି ହେବ ନାହିଁ, ଆଗୁଆ ନିର୍ବାଚନ ହେବାର ପ୍ରଶ୍ନ ଉଠୁନାହିଁ। ଆଗକୁ ୯ଟା ରାଜ୍ୟରେ ଯେଉଁ ନିର୍ବାଚନ ହେବାର ଅଛି ତାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଗୋଟେ ଜୁମ୍‌ଲା ଦେଖାଇଛନ୍ତି। ରାମମନ୍ଦିର ନ ହେବା ଯାଏ ସେମାନେ ନିର୍ବାଚନ କରିବେ ନାହିଁ। ଯଦି ରାଜ୍ୟ ସରକାର ଆଗୁଆ ନିର୍ବାଚନ କରାନ୍ତି ତେବେ ସେମାନେ ରାଜ୍ୟପାଳଙ୍କ ଦ୍ୱାରା ଶାସନ କରାଇ ଯାହା ଆବଶ୍ୟକ ସରକାର କରିବା ପାଇଁ ସବୁକିଛି କରିବେ ବୋଲି ସାଲୁଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri