ପଦମ୍‌ପୁର ସୃଷ୍ଟି କଲା ଆଗୁଆ ନିର୍ବାଚନ ଉକ୍ତି

ଭୁବନେଶ୍ବର,୧୨ା୧୨(ବ୍ୟୁରୋ): ୨୦୦୪ ନିର୍ବାଚନ କଥା ଓଡ଼ିଶା ଲୋକମାନେ ଏପର୍ଯ୍ୟନ୍ତ ଭୁଲି ନାହାନ୍ତି। ଯେତେବେଳେ ୨୦୦୫ ମାର୍ଚ୍ଚରେ ଓଡ଼ିଶା ବିଧାନସଭା ନିର୍ବାଚନ ହେବାର ଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ଛାଡିଦେଇ ୨୦୦୪ ମାର୍ଚ୍ଚରେ ଆଗୁଆ ନିର୍ବାଚନ କରିଦେଲେ। ସେତେବେଳେ ଲାଲ୍‌କୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ଇଣ୍ଡିଆ ସାଇନିଂ ନିର୍ବାଚନ ହୋଇଥିଲା। ଏଥିରେ ଦିଲ୍ଲୀରେ ଭାଜପା ପରାଜିତ ହୋଇଥିଲା ଏବଂ କେନ୍ଦ୍ରରେ ଉପା ସରକାର ଆସିଥିଲା। ହେଲେ ସେତେବେଳେ ଭାଜପା ଓଡ଼ିଶାରେ ନବୀନଙ୍କ ଆଢୁଆଳରେ ଯାଇ ଭଲ ପ୍ରଦର୍ଶନ କରିଥିଲା। ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ, ଓଡ଼ିଶାରେ ଆଗୁଆ ନିର୍ବାଚନ ହେବ ବୋଲି ଶୁଣିବାକୁ ପାଉଛନ୍ତି। ତେବେ ୨୦୨୪ ପୂର୍ବରୁ ନବୀନ କେଉଁଥିପାଇଁ ଆଗୁଆ ନିର୍ବାଚନ କରିପାରନ୍ତି ତାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ନବୀନ କେବେହେଲେ ଏକାକୀ ନିର୍ବାଚନକୁ ଯିବାଲାଗି ଚାହିଁବେ ନାହିଁ। ସେ ଏକାକୀ ନିର୍ବାଚନକୁ ଗଲେ ସବୁ ଜାତୀୟ ଏବଂ ଅନ୍ୟ ଦଳର ନେତାମାନେ ଓଡ଼ିଶାରେ ଡେରା ବାନ୍ଧିକି ବସିବେ। ଏକକାଳୀନ ନିର୍ବାଚନ ହେଲେ ପୂର୍ବରୁ ଜାତୀୟ ଦଳର ନେତାମାନେ ଓଡ଼ିଶାରେ ଗୋଟିଏ ବା ଦୁଇଟା ସଭା କରି ପଳାଇଯାଆନ୍ତି। ତେଣୁ ନବୀନ ଯଦି ଭିଡ଼ରେ ନିର୍ବାଚନ ରଣାଙ୍ଗନକୁ ଗଲେ ତାଙ୍କ ମନଇଚ୍ଛା ପ୍ରଚାର କରି ଅପ୍ରତିଦ୍ୱନ୍ଦ୍ୱୀ ନେତା ହୋଇ ରହନ୍ତି। ତେଣୁ ଧର୍ମେନ୍ଦ୍ର ରଖିଥିବା ମନ୍ତବ୍ୟ କେତେ ଯୁକ୍ତିଯୁକ୍ତ ତାକୁ ନେଇ ରାଜନୈତିକ ମହଲରେ ଆଲୋଚନା ସୃଷ୍ଟି ହୋଇଛି।
ଯଦି ନବୀନ ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ଭଳି ୨୦୨୪ରେ ଲୋକ ସଭା ନିର୍ବାଚନ ସହ ଗଲେ ତାଙ୍କୁ କ’ଣ ଲାଭ ମିଳିପାରେ ସେକଥା ମଧ୍ୟ ରାଜ୍ୟବାସୀ ଦେଖିବେ। ଭାଜପା ଯେ ଏଠାରେ ବିଜେଡିକୁ ବାସ୍ତବରେ ହରାଇବାକୁ ଚେଷ୍ଟା କରୁଛି ଏ କଥାକୁ ବିଶ୍ୱାସ କରିବା କଷ୍ଟକର। କାରଣ ରାଜ୍ୟରେ ଭାଜପାର ଭୂମିକା ଅତି ଗୌଣ ହୋଇଗଲାଣି। ଯେଉଁ ଲୋକ ଧାମନଗର ଉପନିର୍ବାଚନ ଫଳାଫଳ ଦେଖିବା ପରେ ଭାବିଥିଲେ ଯେ ବିଜେଡିର ବେଳାକାଳ ପୂରିଲା ସେମାନେ ଏବେ ଭୁଲ୍‌ ପ୍ରମାଣିତ ହେଲେ। କିଛିଦିନରେ ସେକଥା ସମ୍ପୂର୍ଣ୍ଣ ଭାବେ ଲୋକଙ୍କ ମନରୁ ଚାଲିଗଲା। ତେଣୁ ଗତ ଉପନିର୍ବାଚନରେ ପଦମ୍‌ପୁର ସେଇ ପଦମ୍‌ପୁର ହେଇ ରହିଗଲା ପଦ୍ମପୁର ହୋଇପାରିଲା ନାହିଁ। ଏହାର ପ୍ରଭାବ ଆସନ୍ତା ସାଧାରଣ ନିର୍ବାଚନ ଉପରେ ମଧ୍ୟ ପଡ଼ିବ। ତେଣୁ ପଦମ୍‌ପୁର ବିଫଳତା କଥାରୁ ଲୋକଙ୍କ ଦୃଷ୍ଟି ହଟେଇବା ଲାଗି ଧର୍ମେନ୍ଦ୍ର ଆଗୁଆ ନିର୍ବାଚନ କଥା କହିଥାଇପାରନ୍ତି ବୋଲି ଏବେ ରାଜନୈତିକ ବିଶ୍ଳେଷକମାନେ ମତ ରଖିଛନ୍ତି।
ଏନେଇ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସାଧାରଣ ନିର୍ବାଚନ ଆହୁରି ଦେଢ଼ବର୍ଷ ଅଛି। ସବୁ ରାଜନୈତିକ ଦଳ ଏବେଠାରୁ ସଂଖ୍ୟା ବି କହିବା ଆରମ୍ଭ କରିଦେଲେଣି। ଏହା ବାସ୍ତବରେ ତାଙ୍କୁ ବୁଝାପଡୁନାହିଁ। ଆଜିକାଲି ଜନମତ କେତେବେଳେ ମଧ୍ୟ ସ୍ଥିର ନୁହେଁ। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଆଗୁଆ ନିର୍ବାଚନ ହୋଇନାହିଁ। କେବଳ ଥରେ କେନ୍ଦ୍ରରେ ଭାଜପା ସରକାର ଥିଲାବେଳେ ସେମାନେ ଆଗୁଆ ନିର୍ବାଚନ(୨୦୦୪ରେ) ଘୋଷଣା କରିବାରୁ ଓଡ଼ିଶାରେ ଆଗୁଆ ହୋଇଥିଲା। ଯେଉଁମାନେ ଆଗୁଆ ନିର୍ବାଚନ କଥା କହୁଛନ୍ତି ସେମାନେ ବୋଧହୁଏ ଦିଲ୍ଲୀରୁ ସେହି ଗନ୍ଧ ପାଉଥିବେ। ନଚେତ୍‌ ପଦ୍ମପୁରରେ ଭାଜପାର ପରାଜୟ ପରେ କାଳେ ସେମାନଙ୍କ କର୍ମ ମହଲ ନିଷ୍କ୍ରିୟ ବା ହତୋତ୍ସାହିତ ହୋଇଯିବେ ତାଙ୍କୁ ସକ୍ରିୟ ରଖିବାର ଏହା ଏକ ଉପାୟ ହୋଇଥାଇପାରେ ବୋଲି ଆଚାର୍ଯ୍ୟ କହିଛନ୍ତି।
ବିଜେଡିର ବରିଷ୍ଠ ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ରାଜ୍ୟ ସଂକ୍ରାନ୍ତରେ ଜଣେ ଦାୟିତ୍ୱବାନ କେନ୍ଦ୍ରମନ୍ତ୍ରୀ ଏଭଳି କହିବା କେତେ ଯୁକ୍ତିଯୁକ୍ତ ତାହା ସବୁଠାରୁ ବଡ ପ୍ରଶ୍ନବାଚୀ। ସେ କେନ୍ଦ୍ର ସଂକ୍ରାନ୍ତରେ ଏହି କଥା କହିଥିଲେ ଭିନ୍ନ ଥିଲା। ତେଣୁ ଏହି ମନ୍ତବ୍ୟ ସେ କେଉଁ ଆଧାରରେ ଦେଲେ ସେକଥା ମଧ୍ୟ ବୁଝାପଡୁନି। ୨୦୦୪ରେ ଗୋଟିଏ ଥର ଲାଗି କେନ୍ଦ୍ରର ଘୋଷଣା ଅନୁଯାୟୀ ରାଜ୍ୟରେ ବର୍ଷକ ପୂର୍ବରୁ ନିର୍ବାଚନ ହୋଇଥିଲା ବୋଲି ସେ କହିଛନ୍ତି।
ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି, ଯିଏ ତଥ୍ୟ ଦିଏ ସେ ଉତ୍ସ ବତାଏ। ଶୁଣିକି କହିଥିବା କଥାର ମଧ୍ୟ ଏକ ଉତ୍ସ(ସୋର୍ସ) ଥାଏ। ତଥ୍ୟ ଦେଇ ଉତ୍ସ ନ ବତାଇବାର ଅର୍ଥ ଏହା ଭିତରେ ଅନେକ ରହସ୍ୟ ଥିବାଭଳି ମନେ ହେଉଛି। ତେଣୁ ତଥ୍ୟକୁ ପ୍ରକାଶ କରି ଲୋକମାନଙ୍କ ଭିତରେ ସୃଷ୍ଟି କରାଇଥିବା ସନ୍ଦେହକୁ ଦୂର କରାନ୍ତୁ ବୋଲି ସାହୁ କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆଗୁଆ ନିର୍ବାଚନ ହେବା ନେଇ ଆସିଥିବା ମନ୍ତବ୍ୟରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି କି ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କ ହାତରେ ଅଛନ୍ତି ବୋଲି ନରସିଂହ କହିଛନ୍ତି। ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ସେମିତି ଜମା ବି ହେବ ନାହିଁ, ଆଗୁଆ ନିର୍ବାଚନ ହେବାର ପ୍ରଶ୍ନ ଉଠୁନାହିଁ। ଆଗକୁ ୯ଟା ରାଜ୍ୟରେ ଯେଉଁ ନିର୍ବାଚନ ହେବାର ଅଛି ତାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଗୋଟେ ଜୁମ୍‌ଲା ଦେଖାଇଛନ୍ତି। ରାମମନ୍ଦିର ନ ହେବା ଯାଏ ସେମାନେ ନିର୍ବାଚନ କରିବେ ନାହିଁ। ଯଦି ରାଜ୍ୟ ସରକାର ଆଗୁଆ ନିର୍ବାଚନ କରାନ୍ତି ତେବେ ସେମାନେ ରାଜ୍ୟପାଳଙ୍କ ଦ୍ୱାରା ଶାସନ କରାଇ ଯାହା ଆବଶ୍ୟକ ସରକାର କରିବା ପାଇଁ ସବୁକିଛି କରିବେ ବୋଲି ସାଲୁଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri