Posted inଜାତୀୟ

ଯୁବତୀଙ୍କୁ ବଳାତ୍କାର କଲେ ପୋଲିସ କନ୍‌ଷ୍ଟେବଲ

ଆଗ୍ରା,୧୯ା୧୧: ଉତ୍ତରପ୍ରଦେଶର ଆଗ୍ରାରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ପ୍ରାଦେଶିକ ସଶସ୍ତ୍ର ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ କନ୍‌ଷ୍ଟେବଲ ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖରେ ଯୁବତୀଙ୍କ ନିର୍ବନ୍ଧ ହୋଇଥିଲା। ସେ ମ୍ୟାରେଜ୍‌ ହୋମ୍‌ର ବାକି ଟଙ୍କା ପୈଠ କରିବାକୁ ଯାଉଥିଲେ। ହେଲେ ବାଟରେ କନ୍‌ଷ୍ଟେବଲ ଯୋଗେଶ କୁମାର ତାଙ୍କୁ ଅଟକାଇ ବାଇକ୍‌ରେ ଯିବାକୁ କହିଥିଲେ।

ସେ ଯୁବତୀଙ୍କୁ ନେଇ ମ୍ୟାରେଜ୍‌ ହୋମ୍‌ରେ ପହଞ୍ଚିଥିଲେ। ପରେ ସେଠାରେ ଏକ ରୁମ୍‌କୁ ଡାକିନେଇ କନ୍‌ଷ୍ଟେବଲ ବଳାତ୍କାର କରିଥିଲେ ବୋଲି ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି।

ଏନେଇ କନ୍‌ଷ୍ଟେବଲଙ୍କ ବିରୋଧରେ ପୋଲିସ ଆଇପିସିର ଦଫା ୩୭୬, ୩୨୩ ଏବଂ ୫୦୬ରେ ମାମଲା ରୁଜୁ କରିଛି। କନ୍‌ଷ୍ଟେବଲ ପୀଡ଼ିତାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିବା ସହ ଏହାକୁ ସୋସିଆଲ ମିଡିଆରେ ଛାଡ଼ିବେ ବୋଲି ଧମକ ଦେଇଥିବା ଯୁବତୀ ଜଣକ କହିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ କନ୍‌ଷ୍ଟେବଲଙ୍କୁ ଗିରଫ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ ଡେଲିଭରି ପାଇଁ ଅପେକ୍ଷା କରନ୍ତୁ…’

ନୂଆଦିଲ୍ଲୀ,୨୦।୩: ଏକ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ, ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ କହିଛନ୍ତି ଯେ ଦେଶର ସମସ୍ତ ରିଫାଇନାରୀ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛି। ସେ ଉଲ୍ଲେଖ…

ତେଜିଲା ଆନ୍ଦୋଳନ: ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇଲେ ଚାଷୀ

ଚାନ୍ଦବାଲି,୨୦।୩: ଭଦ୍ରକ ଜିଲା ତିହିଡି ବ୍ଲକ ଚାରିତରଫ ସୋସାଇଟରେ ଶୁକ୍ରବାର ଚାଷୀ ଅସନ୍ତୋଷ ଦେଖାଦେଇଛି। ମଣ୍ଡିରୁ ଧାନ ଉଠୁ ନ ଥିବା ଅଭିଯୋଗ କରି ଚାଷୀମାନେ ରାଜ…

ଯୁଦ୍ଧ ଭିତରେ ଭାରତରେ ପ୍ରଥମ ଥର ବଢିଲା ପେଟ୍ରୋଲ ରେଟ୍‌, ଲିଟର ପ୍ରତି ଦେବାକୁ ପଡିବ…

ନୂଆଦିଲ୍ଲୀ,୨୦।୩: ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ଏହାର ପ୍ରିମିୟମ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର 2ଟଙ୍କା ବୃଦ୍ଧି କରିଛି। ନୂତନ ଦର ଶୁକ୍ରବାର ଠାରୁ କାର୍ଯ୍ୟକାରୀ…

ମେ’ ୪ରୁ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା: ଅନୁମତି ପାଇଁ କମିଟି ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୨୦ା୩(ଦିଲ୍ଲୀପ ସାମଲ): ଚଳିତ ବର୍ଷ ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଯାତ୍ରା କମିଟି ପକ୍ଷରୁ…

ହର୍ମୁଜ ଷ୍ଟ୍ରେଟ ଆକ୍ରମଣକୁ ନେଇ କଡ଼ା ଚେତାବନୀ ଦେଲାଣି ଭାରତ! କହିଲା ବେକାର ଯିବନାହିଁ ନିର୍ଦ୍ଦୋଶ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୩: ଯୁକ୍ତରାଜ୍ୟରେ ଭାରତର ହାଇକମିଶନର ବିକ୍ରମ ଡୋରାଇସ୍ବାମୀ, ହର୍ମୁଜ ଷ୍ଟ୍ରେଟରେ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ବିକ୍ରମ ଡୋରାଇସ୍ବାମୀ ସମସ୍ତ ନାବିକଙ୍କ ସୁରକ୍ଷା, ନୌଚାଳନା…

ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ…

ଶ୍ୱଶୁରଙ୍କୁ ନେଇ ଏମିତି କହିଦେଲେ ଧୋନୀଙ୍କ ସ୍ତ୍ରୀ: ଚାରିଆଡ଼େ ହେଉଛି ଚର୍ଚ୍ଚା

ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ…

ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୩: ଇସ୍ରାଏଲ ଏବଂ ଆମେରିକା ସହିତ ଇରାନର ବିବାଦ ଜାରି ରହିଛି । ଏହି ବିବାଦ ମଧ୍ୟରେ ଇରାନକୁ ଆଉ ଏକ ବଡ଼ ଧକ୍କା ଲାଗିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri