ହଜାରେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା

ନୂଆଦିଲ୍ଲୀ, ୨୧।୧୧: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କୋଭିଡ୍‌ ଟିକା ଆସନ୍ତାବର୍ଷ ଫେବୃୟାରୀ ସୁଦ୍ଧା ସ୍ବାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏବଂ ଏପ୍ରିଲ ବେଳକୁ ସର୍ବସାଧାରଣଙ୍କ ଲାଗି ଉପଲବ୍ଧ ହେବ। ଏହାର ୨ଟି ଡୋଜ୍‌ର ଦାମ୍‌ ସର୍ବାଧିକ ହଜାରେ ଟଙ୍କା ରହିବ ବୋଲି ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୂନାଓ୍ବାଲା କହିଛନ୍ତି। ଜଣକୁ ଅନୂ୍ୟନ ୨ ଡୋଜ୍‌ ଟିକା ନେବାକୁ ପଡ଼ିବ। ୨୦୨୪ ବେଳକୁ ଦେଶର ସମସ୍ତଙ୍କୁ ଟିକା ମିଳିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସରକାର ବିପୁଳ ମାତ୍ରାରେ ଟିକା କିଣିବାକୁ ଥିବାରୁ ଏହାର ଦାମ୍‌ ୩ରୁ ୪ ଡଲାର ରହିବ। ବଜାରରେ ସବୁଠୁ ଶସ୍ତାରେ ଟିକା ଉପଲବ୍ଧ କରାଇବାକୁ ଉଦ୍ୟମ ହେଉଥିବା ପୂନାଓ୍ବାଲା କହିଛନ୍ତି। ଅନ୍ୟପକ୍ଷରେ ଆମେରିକାର ଫାଇଜର ଓ ବାୟୋଏନ୍‌ଟେକ୍‌ ଏବଂ ମଡର୍ନା ପ୍ରସ୍ତୁତ କରିଥିବା ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ଯଥାକ୍ରମେ ୯୫% ଓ ୯୪.୫% ଫଳପ୍ରଦ ବୋଲି ଘୋଷଣା କରାଯାଇଥିବା ବେଳେ ସେମାନଙ୍କ ତଥ୍ୟ ଯଥାର୍ଥ ବୋଲି ଆମେରିକାର ସର୍ବୋଚ୍ଚ ସ୍ବାସ୍ଥ୍ୟ ବିଶେଷଜ୍ଞ ଡ. ଆନ୍ଥୋନି ଫୌସି କହିଛନ୍ତି। ସେମାନେ ଭାକ୍ସିନ୍‌ର ଦ୍ରୁତ ବିକାଶ କରିଥିଲେ ହେଁ ନିରାପତ୍ତା କିମ୍ବା ଶୁଦ୍ଧତାରେ ସାଲିସ୍‌ କରିନାହାନ୍ତି। ଟିକାର ତ୍ୱରିତ ବିକାଶକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଯେଉଁ ଆଶଙ୍କା ବ୍ୟକ୍ତ କରୁଥିଲେ ତାହା ଠିକ୍‌ ନୁହେଁ ବୋଲି ଆନ୍ଥୋନି କହିଛନ୍ତି। ଟିକାର ଜରୁରୀ ବ୍ୟବହାର ଅନୁମତି ପାଇଁ ଏଫ୍‌ଡିଏ ନିକଟରେ ଶୁକ୍ରବାର ଆବେଦନ କରାଯିବା ନେଇ ଫାଇଜରର ସହଯୋଗୀ ବାୟୋଏନ୍‌ଟେକ୍‌ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri