ଅକ୍ସଫୋର୍ଡ ଟିକା ୯୦% ଫଳପ୍ରଦ

ନୂଆଦିଲ୍ଲୀ, ୨୪।୧୧(ପି.ଟି.): ଅକ୍ସଫୋର୍ଡ ଟିକା ପାଖାପାଖି ୯୦ ପ୍ରତିଶତ ଫଳପ୍ରଦ ହୋଇପାରିବ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ବ୍ରିଟେନ କମ୍ପାନୀ ଅଷ୍ଟ୍ରାଜେନିକା ସୋମବାର ଘୋଷଣା କରିଛି। ବିଶ୍ୱରୁ କରୋନା ମହାମାରୀକୁ ରୋକିବାରେ ଏହା ଆଉ ଏକ ସଫଳତା ବୋଲି କୁହାଯାଉଛି। ଏହି ଟିକା ପ୍ରସ୍ତୁତିରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ସାମିଲ ଥିବାରୁ ଭାରତ ପାଇଁ ଖୁସି ଖବର। ଅକ୍ସଫୋର୍ଡ ଟିକା କୋଭିଡ୍‌-୧୯ ବିରୋଧରେ ଖୁବ୍‌ ପ୍ରଭାବୀ ଓ ନିରାପଦ। ଏହା ତୁରନ୍ତ କାର୍ଯ୍ୟ କରିଥାଏ ବୋଲି ଅଷ୍ଟ୍ରାଜେନିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ପାସ୍‌କାଲ ସୋରିଅଟ୍‌ କହିଛନ୍ତି।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଏହି ଟିକାକୁ ବ୍ରିଟେନ୍‌ ଓ ବ୍ରାଜିଲରେ ପରୀକ୍ଷା କରାଯାଇଥିଲା। ସ୍ବେଚ୍ଛାସେବୀଙ୍କୁ ପ୍ରଥମେ ଟିକାର ଅଧା ଡୋଜ୍‌ ଓ ମାସେ ପରେ ପୂରା ଡୋଜ୍‌ ଦିଆଯାଇଥିଲା, ଯେଉଁଥିରୁ ୯୦ ପ୍ରତିଶତ ସଫଳତା ମିଳିପାରିଛି। ତେବେ ଅନ୍ୟ ଏକ ପରୀକ୍ଷାରେ ଦୁଇଟି ପୂରା ଡୋଜ୍‌ ମାସେ ଅନ୍ତରରେ ଦିଆଯାଇଥିବାବେଳେ ତାହା ୬୨ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡ଼ିଛି। ଉଭୟ ପରୀକ୍ଷାର ଫଳାଫଳକୁ ମିଶାଇ ହାରାହାରି ସଫଳତା ୭୦ ପ୍ରତିଶତ ବୋଲି କୁହାଯାଉଛି। ଭାରତରେ ଏହାର ପରୀକ୍ଷା ଚାଲିଥିବାରୁ ଉତ୍ସାହଜନକ ଫଳାଫଳ ଆସିବା ଆଶା କରାଯାଉଛି। ଅପେକ୍ଷାକୃତ ଶସ୍ତାରେ ମିଳିବାକୁ ଥିବା ଏହି ଟିକା ଭାରତରେ ମହାମାରୀ ରୋକିବାରେ ସହାୟକ ହୋଇପାରିବ। ଦେଶର ସ୍ବାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକମାନଙ୍କ ଲାଗି ଆଗାମୀ ଜାନୁୟାରୀ ସୁଦ୍ଧା ୧୦ କୋଟି ଡୋଜ୍‌ ଯୋଗାଇଦେବାକୁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଲକ୍ଷ୍ୟ ରଖିଛି। ଭାରତରେ ଅକ୍ସଫୋର୍ଡ ଟିକାର ଦୁଇଟି ଡୋଜ୍‌ ଦାମ୍‌ ୧୦୦୦ ଟଙ୍କା ମଧ୍ୟରେ ରହିବ ବୋଲି କମ୍ପାନୀ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ଟିକାକୁ ୨ରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଗଚ୍ଛିତ କରାଯାଇପାରିବ। ୨୦୨୧ ପ୍ରଥମ ତ୍ରୈମାସିକ ସୁଦ୍ଧା ଭାରତରେ ୩୦ରୁ ୪୦ କୋଟି ଅକ୍ସଫୋର୍ଡ ଭାକ୍ସିନ ଡୋଜ୍‌ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri