Posted inଜାତୀୟ

ସଡ଼କ ପରିବହନ ମନ୍ତ୍ରଣାଳୟର ନୂଆ ନିୟମ: ୨୦ ବର୍ଷ ପୁରୁଣା ଗାଡ଼ି ଥିଲେ ଏଣିକି ଦେବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା, ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ସୂଚନା…

ନୂଆଦିଲ୍ଲୀ,୧୨।୧: ଯଦି ଆପଣ ମଧ୍ୟ ୨୦ ବର୍ଷ ପୁରୁଣା ମୋଟରସାଇକେଲ କିମ୍ବା କାର୍‌ର ମାଲିକ, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ପ୍ରକୃତରେ, ସରକାର ଏପରି ଯାନବାହନକୁ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। ଏହା ଅଧୀନରେ ଆପଣଙ୍କୁ ପୁରୁଣା ଯାନଗୁଡ଼ିକୁ ପୁନଃପଞ୍ଜିକରଣ କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ସଡ଼କ ପରିବହନ ମନ୍ତ୍ରଣାଳୟ ଦ୍ୱାରା ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯାଇଛି।

ସଡ଼କ ପରିବହନ ମନ୍ତ୍ରଣାଳୟର ଯୋଜନା ଅନୁଯାୟୀ, ଯଦି ଆପଣଙ୍କର ୨୦ ବର୍ଷରୁ ଅଧିକ ପୁରୁଣା ଦୁଇଚକିଆ ଗାଡ଼ି ଅଛି, ତେବେ ଆପଣଙ୍କୁ ଏହାର ନୂଆ ପଞ୍ଜିକରଣ ପାଇଁ ୨୦୦୦ ଟଙ୍କା ଏବଂ ୨୦ ବର୍ଷରୁ ପୁରୁଣା କାର ପାଇଁ ୧୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ସେହି ସମୟରେ ତିନି ଚକିଆ ଯାନ ପାଇଁ ୫୦୦୦ ଟଙ୍କା ଦେୟ ଦେବାକୁ ପଡିବ।

ପୁରୁଣା ବାଣିଜି୍ୟକ ଯାନବାହନକୁ ନିୟନ୍ତ୍ରଣ କରିବା ପାଇଁ ସରକାର ମଧ୍ୟ ବ୍ୟବସ୍ଥା କରିଛନ୍ତି। ଏହି ଡ୍ରାଫ୍ଟ ଅନୁଯାୟୀ, ୧୫ ବର୍ଷରୁ ପୁରୁଣା ମଧ୍ୟମ ଏବଂ ଭାରୀ ବାଣିଜ୍ୟିକ ଯାନବାହନ ସଂଖ୍ୟା ହ୍ରାସ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଯଦି ବାଣିଜ୍ୟିକ ଯାନ ୧୫ ବର୍ଷ ପୁରୁଣା ତେବେ ମଧ୍ୟମ ଯାନ ପାଇଁ ୧୨,୦୦୦ ଟଙ୍କା ଏବଂ ଭାରୀ ଯାନ ପାଇଁ ୧୮,୦୦୦ ଟଙ୍କା ଦେବାକୁ ପଡିବ। ସେହିପରି ଯଦି ଆପଣ ୨୦ ବର୍ଷ ପରେ ପଞ୍ଜିକରଣ ନବୀକରଣ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଦୁଇଗୁଣ ଖର୍ଚ୍ଚ କରିବାକୁ ପଡିବ। ଅର୍ଥାତ୍‌ ଏକ ମଧ୍ୟମ ବାଣିଜ୍ୟିକ ଯାନ ପାଇଁ ୨୫୦୦୦ ଟଙ୍କା ଏବଂ ଏକ ଭାରୀ ଯାନ ପାଇଁ ୩୬,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri