ଘାଟିରେ ଓଲଟିଲା ପେପର ବୋଝେଇ ଟ୍ରକ୍‌

ଦିଗପହଣ୍ଡି,୨୧।୨(ଡି.ଏନ୍‌.ଏ.): ଗଞ୍ଜାମ – ଗଜପତି ସୀମାନ୍ତ ପାଟପୁର ଥାନା ଅଧୀନ ତପ୍ତପାଣି ଘାଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ପେପର ବୋଝେଇ ଟ୍ରକ ଓଲଟି ପଡ଼ିଥିବା ବେଳେ ଏଥିରେ ଟ୍ରକ ଚାଳକ ସମେତ ହେଲପର ଗୁରୁତର ହୋଇଥିବା ଜଣାପଡ଼ିଛି।

ଖବରନୁଯାୟୀ, ରବିବାର ପୂର୍ବାହ୍ନରେ(ଓଡି ୧୮ ଏ ୧୨୭୩) ନଂ ବିଶିଷ୍ଟ ଏକ ପେପର ବୋଝେଇ ଟ୍ରକ୍‌ ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଘାଟି ରାସ୍ତାରେ ଚାଳକ ଜଣକ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଇବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।