ରାସ୍ତା ନଷ୍ଟ କରୁଛି ଓଭର ଲୋଡିଂ ହାଇଓ୍ବା

ପ୍ରୀତିପୁର,୧୫ା୪(ସୁଶାନ୍ତ ବେହୁରିଆ): ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଏକ ଜନକଲ୍ୟାଣକାରୀ ସରକାରଙ୍କ ମୂଳ ଲକ୍ଷ୍ୟ ଓ ଏକ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ମାତ୍ର କେତେକ କ୍ଷେତ୍ରରେ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ତାଳମେଳର ଅଭାବ ଓ କେତେଜଣ ସରକାରୀ କର୍ମଚାରୀଙ୍କ ଲାଞ୍ଚଖୋର ମନୋବୃତ୍ତି ଯୋଗୁ ସାଧାରଣଜନତା ଅସୁବିଧାରେ ସମ୍ମୁଖୀନ ହେବା ସାର ହେଉଛି। ଯାହାର ଉଦାହରଣ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ଦେଖାଯାଇଛି। ବିଞ୍ଝାରପୁର ବ୍ଲକ ଛକଠାରୁ ରସିକ ଛକ, ରସିକ ଛକଠାରୁ କପିଳା ଛକ ଏବଂ ସଇଦପୁର ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଦିନରାତି ଖରସ୍ରୋତା ନଦୀ ବାଲିଘାଟରୁ ବାଲି ବୋଝେଇ ହାଇୱା ଯାତାୟାତ କରୁଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବାଲି ଜମା ହୋଇ ଯାତାୟାତରେ ଅସୁବିଧା ସୃଷ୍ଟି କରୁଛି। ଏପରିକି ବ୍ଲକ ସମ୍ମୁଖ ରାସ୍ତାରେ ୨/୩ ଇଞ୍ଚର ବାଲି ଜମା ହେବା ଫଳରେ ଏକାଧିକ ଦୁର୍ଘଟଣା ଘଟୁଛି। ରାସ୍ତା ମଧ୍ୟ ଭାଙ୍ଗି ନଷ୍ଟ ହେଉଛି। ସେହିପରି ଖରାଦିନରେ ସାମାନ୍ୟ ପବନରେ ବାଲି ଉଡ଼ି ଲୋକଙ୍କ ଆଖି ଓ କାନରେ ପଶୁଛି। ଏହାବ୍ୟତୀତ ଅନୁମତିଠାରୁ ୨ ଗୁଣା ଅଧିକ ବାଲି ପରିବହନ କରୁଥିବା ହାଇୱାଗୁଡ଼ିକ ଯୋଗୁ ରାସ୍ତା ମଧ୍ୟ ବହୁ ଜାଗାରେ ଦବି ଯାଇଥିବା ଦେଖାଯାଇଛି।
ପୂର୍ତ୍ତ ବିଭାଗ ଅଧୀନରେ ଆସୁଥିବା ଏହି ରାସ୍ତାରେ ୨୫ ଟନ ଭାର ସହିବାର କ୍ଷମତା ରହିଛି। ମାତ୍ର ଏହି ରାସ୍ତାରେ ୫୦ଟନ ଓଜନର ବାଲି ବୋଝେଇ ହାଇୱା ଯାତାୟାତ କରୁଛି। ଯଦ୍ଦ୍ବାରା ରାସ୍ତା ଅବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଉପଡୁଛି। ଅପରପକ୍ଷରେ ବାଲି ଘାଟ ନିଲାମ ଓ ଏହାକୁ ତଦାରଖ ଦାୟିତ୍ୱ ସରକାର ତହସିଲଦାରଠାରୁ କାଢ଼ି ଖୁଦ୍ର ଖଣିଜ ଦ୍ରବ୍ୟ ପରିଚାଳନା ବିଭାଗକୁ ହସ୍ତାନ୍ତରିତ କରିବା ପରେ ବାଲି ଲିଜଧାରୀ ଲିଜ୍‌ ପରିମାଣଠାରୁ ବହୁ ଅଧିକ ବାଲି ଉତ୍ତୋଳନ ଓ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଧର୍ଯ୍ୟ ଅଞ୍ଚଳଠାରୁ ଅଧିକ ବାଲି ଉତ୍ତୋଳନ ଫଳରେ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେବା ସହିତ ନଦୀର ଗତିପଥ ମଧ୍ୟ ପରିବର୍ତ୍ତନର ଆଶଙ୍କା ରହିଛି। ଯାହା ଏହି ବ୍ଲକ ଅଧୀନ ବାଲିଘାଟଗୁଡ଼ିକୁ ଲକ୍ଷ୍ୟକଲେ ଜଣାଯିବ।
ଅଧିକ ପରିମାଣରେ ବାଲି ପରିବହନ ସମ୍ପର୍କରେ ତହସିଲଦାର କୈଳାସ ଚନ୍ଦ୍ର ମହାଳିକଙ୍କୁ ପଚାରିବାରେ ସେ କହିଛନ୍ତି, ବର୍ତ୍ତମାନ ବାଲିଘାଟ ପରିଚାଳନା ଖଣି ବିଭାଗକୁ ହସ୍ତାନ୍ତର ହୋଇଥିବାରୁ ତାଙ୍କର କିଛି ଭୂମିକାନାହିଁ। ସେହିପରି ରାସ୍ତାରେ ବାଲି ଜମି ରହିବା ଓ ରାସ୍ତା ଜରାଜୀର୍ଣ୍ଣ ହେବା ସମ୍ପର୍କରେ ପୂର୍ତ୍ତ ବିଭାଗ ଏସ୍‌ଡିଓ ରାମଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଓଭର ଲୋଡିଂ ଗାଡ଼ି ଯାତାୟାତ ଯୋଗୁ ଏଭଳି ସମସ୍ୟା ହେଉଛି। ଏହାକୁ ନିୟନ୍ତ୍ରଣ କରିବା ପୂର୍ତ୍ତ ବିଭାଗର କାର୍ଯ୍ୟ ନୁହେଁ। ତେଣୁ ଜିଲା ପ୍ରଶାସନ ରାସ୍ତାରେ ଜମିରହିଥିବା ବାଲି ସଫା କରିବା ସହିତ ନିର୍ଦ୍ଧାରିତ ପରିମାଣରେ ବାଲି ପରିବହନ ହେଉଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri