ବ୍ୟାଘାତ ଅତିକ୍ରମ କରି ଏଡ୍‌ସ ମୁକାବିଲା କରିବା

ଏବେ ପ୍ରାୟ ସମସ୍ତେ ଏଚ୍‌.ଆଇ.ଭି. ଏଡ୍‌ସ ବିଷୟରେ ଅଳ୍ପ ବହୁତେ ଅବଗତ ଅଛନ୍ତି ଓ ଦିନକୁ ଦିନ ଏଥିଲାଗି ସଂକ୍ରମଣ ସତର୍କତା ବୃଦ୍ଧି ପାଉଛି। ଯୌନ ବ୍ୟବହାରରେ ପରିବର୍ତ୍ତନ ଓ ନିଜର ରକ୍ତ ପରୀକ୍ଷା ଏଥିଲାଗି ହେଉଛି ଦୁଇଟି ମୁଖ୍ୟ ସାଧନ। ୨୦୨୪ ମସିହା ପ୍ରାରମ୍ଭରେ ପ୍ରାୟ ଚାରିକୋଟି ଦଶ ଲକ୍ଷ ଲୋକ ଏଡ୍‌ସ ଦ୍ୱାରା ସଂକ୍ରମିତ ହୋଇ ଜୀବନଧାରଣ କରୁଥିଲେ। ଏଡ୍‌ସ ରୋଗୀଙ୍କଠାରୁ ପ୍ରତ୍ୟକ୍ଷ ହେଉ କି ପରୋକ୍ଷରେ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ରହିଛି।
ପ୍ରତିବର୍ଷ ପ୍ରାୟ ୧୩-୧୫ ଲକ୍ଷ ନୂଆ ସଂକ୍ରମଣ ହେଉଥିବା ଜଣାପଡୁଛି ଓ ସବୁଠାରୁ ଉଦ୍‌ବେଗର କଥା ପ୍ରାୟ ଏକ କୋଟି ଲୋକ ଚିକିତ୍ସା ପରିସରକୁ ଆସିପାରିନାହାନ୍ତି। ଏମାନେ ସଂକ୍ରମଣର ମୁଖ୍ୟ ଉତ୍ସ ରୂପେ ରୋଗ ନ ବ୍ୟାପିବା ପାଇଁ ତତ୍‌କ୍ଷଣାତ ଚିକିତ୍ସା ପରିସରକୁ ଆସିଯିବା ଉଚିତ। ସାଧାରଣତଃ ମୁଖ୍ୟ ରୂପେ ଅସୁରକ୍ଷିତ ଅପ୍ରାକୃତିକ ଓ ପ୍ରାକୃତିକ ଯୌନ ସମ୍ପର୍କ ଦ୍ୱାରା ଏହା ବ୍ୟାପିଥାଏ। କଣ୍ଡୋମ ବ୍ୟବହାର ନ କରିବା ଦ୍ୱାରା, ଏକାଧିକ ବ୍ୟକ୍ତିଙ୍କ ସହିତ ଯୌନ ସମ୍ପର୍କ ଓ ନିୟମିତ ରକ୍ତ ଯାଞ୍ଚ ନ କରିବା ଏହାର ମୁଖ୍ୟ କାରଣ।
ଅନ୍ୟପକ୍ଷରେ ଅଶୋଧିତ ଇଞ୍ଜେକଶନ ଛୁଞ୍ଚତ୍ ବ୍ୟବହାର ଦ୍ୱାରା ଏହା ବ୍ୟାପିଥାଏ। ଏଣୁ ବିଶୋଧିତ ଛୁଞ୍ଚତ୍ କିମ୍ବା ଉତ୍ତମମାନର ସିରିଞ୍ଜ, ନିଡିଲର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାବ୍ୟତୀତ ନିୟମିତ ରକ୍ତ ଯାଞ୍ଚ ଅନ୍ୟ ଦେହକୁ ନ ବ୍ୟାପିବାରେ ସାହାଯ୍ୟ କରିଥାଏ। ମା’ଠାରୁ ଗର୍ଭସ୍ଥ ଶିଶୁକୁ ଏହା ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଗର୍ଭବତୀ ମା’ମାନେ ‘ଏଆର୍‌ଟି’ ସେବନ କରିବା ଉଚିତ। ଏହା ଗର୍ଭ ସମୟରେ, ପ୍ରସବ ସମୟରେ ଓ ସ୍ତନ୍ୟପାନ ସମୟରେ ହେବା ଉଚିତ।
ନିରାପଦ ରକ୍ତ ସଞ୍ଚାରଣ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଏହା ଖୁସିର କଥା ଯେ ଆମ ଦେଶରେ ପ୍ରଥମ ଥର ପାଇଁ ‘ରକ୍ତ ନିରାପତ୍ତା ନିର୍ଦ୍ଦେଶାଳୟ’ ଖୋଲାଯାଇଛି। ଆମ ରାଜ୍ୟରେ ଏହା ମଧ୍ୟ ରହିଛି। ରକ୍ତ ନିରାପତ୍ତା ବିଷୟରେ ଅନେକ ପ୍ରାବଧାନ କରାଯାଇଛି, ଯାହାଫଳରେ ରକ୍ତ ସଞ୍ଚାରଣଜନିତ ସଂକ୍ରମଣ ଆମ ରାଜ୍ୟରେ ପ୍ରାୟ ନାହିଁ ବୋଲି କହିହେବ।
ଏତଦ୍‌ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିୟମିତ ରକ୍ତ ଯାଞ୍ଚ। ଆମ ରାଜ୍ୟରେ ଏହା ‘ନାଟ୍‌ ପିସିଆର୍‌’ ପରି ଅତ୍ୟନ୍ତ ସମ୍ବେଦନଶୀଳ ପରୀକ୍ଷା ଦ୍ୱାରା ସଂକ୍ରମଣ ମାତ୍ର କେଇଦିନ ମଧ୍ୟରେ ନିର୍ଣ୍ଣୟ କରାଯାଇପାରୁଛି। ଏଡ୍‌ସ ରୋଗ ଥରେ ନିର୍ଣ୍ଣୟ ହୋଇଗଲେ ସଙ୍ଗେ ସଙ୍ଗେ ଏଆର୍‌ଟି କେନ୍ଦ୍ରରୁ ବିନାମୂଲ୍ୟରେ ନିୟମିତ ଔଷଧ ସେବନ କରିବା ଉଚିତ। ଏହାଦ୍ୱାରା ରୋଗୀର ସାଧାରଣ ଜୀବନଯାପନରେ କୌଣସି ଅସୁବିଧା ହୋଇ ନ ଥାଏ। ତା’ ସହ ସଂକ୍ରମଣ ଆଗକୁ ବ୍ୟାପିବାକୁ ଦେଇ ନ ଥାଏ।
ଏହାସହିତ ଏଡ୍‌ସ ହେବା ସମୟରେ ଅନ୍ୟ ସୁଯୋଗପ୍ରାପ୍ତ ସଂକ୍ରମଣମାନଙ୍କର ଯଥାବିଧି ନିର୍ଣ୍ଣୟ ଓ ଚିକିତ୍ସା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏଡ୍‌ସର ଅନେକ ସାମାଜିକ ଦିଗ ଥିବାରୁ ଏଥିଲାଗି ଦୁଇଟି ଗୁରୁତ୍ୱପୂର୍ଣ୍ଣ ମଡେଲର ଅବତାରଣା କରାଯାଇଛି। ପ୍ରଥମଟି ହେଲା- ‘ହେଲ୍‌ଥ ସିକିଙ୍ଗ ବିହେଭିୟର’। ଅର୍ଥାତ୍‌, ଲୋକଟିର କୌଣସି ରୋଗ ହେଲେ ଚିକିତ୍ସା ପାଇଁ କାହା ପାଖକୁ ଯିବ ବୋଲି କିପରି ନିର୍ଣ୍ଣୟ ନେଇଥାଏ? ସେ କାହାକୁ ପଚାରି ପାରେ, ଇଣ୍ଟରନେଟ୍‌ରୁ ଖୋଜି ଔଷଧ ଆଣିପାରେ, ଦୋକାନୀଠାରୁ ଔଷଧ ନେଇପାରେ, ଘରୋଇ ଡାକ୍ତରଙ୍କୁ ଫିସ୍‌ ଦେଇ ଦେଖାଇପାରେ କିମ୍ବା ସରକାରୀ ଡାକ୍ତରଖାନାକୁ ଯାଇପାରେ। ମାତ୍ର ଏଡ୍‌ସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲେ ସେ ସେପରି କରିପାରେ ନାହିଁ। ଏପରିକି ତାକୁ ଏଡ୍‌ସ କେନ୍ଦ୍ରକୁ ଯାଇ ଔଷଧ ଆଣିବାକୁ ଲାଜ ଲାଗିଥାଏ। ଫଳରେ ଏଥିଲାଗି ପରାମର୍ଶକାରୀ ବା କାଉନସେଲରମାନଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ସେମାନଙ୍କର ସହାୟତା ଗୁରୁତ୍ୱପୂର୍ଣ୍ଣ ଅଟେ।
ଦ୍ୱିତୀୟ ମଡେଲଟି ହେଉଛି- ‘ହେଲ୍‌ଥ ବଲିଫ୍‌’ ମଡେଲ। ଏଥିରେ ବ୍ୟକ୍ତିଜଣକ ଅନ୍ୟଜଣଙ୍କର ସମାନ ପ୍ରକାର ଲକ୍ଷଣ ଓ ରୋଗ ପାଇଁ ନିଜେ ସଚେତନ ହୋଇ ଭାବେ ତା’ର ଏହା ହୋଇଛି କି ନାହିଁ। ତା’ପରେ ସେ ନିଜର ପରୀକ୍ଷା କରାଏ ଓ ରୋଗ ନ ଥିଲେ ଏଭଳି ଆଶଙ୍କା ଦୂରୀଭୂତ ହୁଏ। ଯଦି ରୋଗ ନିର୍ଣ୍ଣୟ ହେଲା ତେବେ ନିଜେ ସମ୍ପୂର୍ଣ୍ଣ ଚିକିତ୍ସିତ ହୋଇ ଅନ୍ୟମାନଙ୍କୁ ଏହା କୁହେ ଓ ରୋଗ ନ ହେବାର ବ୍ୟବସ୍ଥା କରେ। ଏହାଦ୍ୱାରା ସମାଜକୁ ଏକ ଉତ୍ତମ ବାର୍ତ୍ତା ଯାଇଥାଏ।
ଏଡ୍‌ସ ସମ୍ପର୍କରେ ଅଧିକ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ‘ବିଶ୍ୱ ଏଡ୍‌ସ ଦିବସ’ ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ବାର୍ତ୍ତା ରହିଛି- ‘ବ୍ୟାଘାତ ଅତିକ୍ରମ କରିବା ଓ ଏଡ୍‌ସକୁ ମୂଳପୋଛ କରିବା ଉଦ୍ୟମକୁ ଆଗେଇ ନେବା।’ ଏଥିଲାଗି ଆମେ ଦୁଇ ପ୍ରକାର ମଡେଲ ଉପଯୋଗ କରିପାରିବା। ସୁସ୍ଥ ବ୍ୟବହାର ଓ ରକ୍ତ ପରୀକ୍ଷଣ ଓ ପରବର୍ତ୍ତୀ ସମୟରେ ରକ୍ତରେ ରୋଗ ନିର୍ଣ୍ଣୟ ହେଲେ ଏହାର ନିଶ୍ଚିତୀକରଣ ଓ ଲଗାତର ବ୍ୟାଘାତବିହୀନ ଚିକିତ୍ସା ହେଉଛି ଏଡ୍‌ସ ସମ୍ବଳ ବିନାଶର ମୂଳଭିତ୍ତି। ଏହାଦ୍ୱାରା ଆମେ ୨୦୩୦ ମସିହା ସୁଦ୍ଧା ଏକ ଏଡ୍‌ସମୁକ୍ତ ବିଶ୍ୱର କଳ୍ପନା କରିପାରିବା।
ଅତ୍ୟନ୍ତ ଆନନ୍ଦର କଥା ଯେ, ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସଂସ୍ଥା (NACO) ଅବଦାନରେ ଆମ ରାଜ୍ୟରେ ଓସାକ୍‌ସ(OSACS) ଅର୍ଥାତ୍‌ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ଅନେକ ବର୍ଷ ଧରି ଏହି ରୋଗ ନିୟନ୍ତ୍ରଣ ଓ ଚିକିତ୍ସା ତଥା ସାମାଜିକ ସଚେତନତା ଉପରେ କାର୍ଯ୍ୟ କରିଆସୁଅଛି। ଏବେ ଏହାର ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତରମାନେ ରହୁଛନ୍ତି (ସ୍ବତନ୍ତ୍ର ଶାସନ ସଚିବ ସ୍ତରର) ଏବଂ ଏହି କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି। ପ୍ରଶାସକମାନଙ୍କ ସହିତ ଡାକ୍ତରମାନଙ୍କର ଏଥିରେ ଅଧିକ ଭୂମିକା ଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ପ୍ରଥମରୁ ଏହା ଏଡ୍‌ସ ନିୟନ୍ତ୍ରଣ ସେଲ୍‌ ରୂପେ କାର୍ଯ୍ୟାରମ୍ଭ କରିଥିଲା।
ଜଣକୁ ଏଡ୍‌ସ ହେଲେ ତାକୁ ସହଜରେ ଟିବି ବା ଯକ୍ଷ୍ମା ହୋଇଥାଏ ଏବଂ ଏଥିପାଇଁ ‘ରାଜ୍ୟ ଟିବି ସେଲ୍‌’ ଜଣେ ଅତିରିକ୍ତ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟରେ କାର୍ଯ୍ୟ କରୁଛି। ମାତ୍ର ଓସାକ୍‌ସ ଓ ଟିବି ସେଲ୍‌କୁ ମିଶାଇ ଗୋଟିଏ ସ୍ବୟଂ ସମ୍ପୂର୍ଣ୍ଣ ନିର୍ଦ୍ଦେଶାଳୟ ‘ଟିବି ଆଣ୍ଡ ଏଚଆଇଭି/ଏଡ୍‌ସ ଡିରେକ୍ଟୋରେଟ କରାଗଲେ ଏହି କାର୍ଯ୍ୟଦ୍ୱୟ ସୁରୁଖୁରୁରେ ଓ ବିନାବାଧାରେ ଚାଲିପାରନ୍ତା। ରୋଗୀ ଓ କର୍ମଚାରୀମାନେ ଗୋଟିଏ ସ୍ଥାନରେ ପରୀକ୍ଷା, ରୋଗ ଚିହ୍ନଟ, ଚିକିତ୍ସା ଓ ପରବର୍ତ୍ତୀ ଯତ୍ନ ନେଇପାରନ୍ତେ ଓ ଏହା ସାରା ଦେଶରେ ତଥା ପ୍ରଥମ ଥର ପାଇଁ ଆମ ରାଜ୍ୟରେ ହୋଇପାରନ୍ତା। ଏ ବିଷୟରେ ସରକାରୀ ସ୍ତରରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
ଜନସାଧାରଣ, ରୋଗୀ, ସ୍ବାସ୍ଥ୍ୟକର୍ମୀ, ପରାମର୍ଶଦାତା, ଡାକ୍ତର ଓ ସ୍ବାସ୍ଥ୍ୟ ପ୍ରଶାସକ ତଥା ପ୍ରଶାସକ ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମ, କାର୍ଯ୍ୟ ଓ ପ୍ରତିବଦ୍ଧତା ଦ୍ୱାରା ଏଡ୍‌ସକୁ ସମୂଳ ବିନାଶ କରାଯାଇପାରିବ ଏଥିରେ ସନ୍ଦେହ ନାହିଁ।

ଡା. ରାମଚନ୍ଦ୍ର ରାଉତ
-ପୂର୍ବତନ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଓ ପ୍ରକଳ୍ପ ନିର୍ଦ୍ଦେଶକ, ଓସାକ୍‌ସ, ଓଡ଼ିଶା
ମୋ : ୮୨୪୯୦୮୭୯୯୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri