ଆଳୁ ଉପରେ କରୋନା ଛାଟ

ଗଞ୍ଜାମ,୬।୫(ଡି.ଏନ୍‌.ଏ.): ରାଜ୍ୟରେ କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ଉଗ୍ରରୂପ ଧାରଣ କରିଛି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ମେ ୫ରୁ ୧୯ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ପୂର୍ବଭଳି ଶନିବାର ରବିବାର ଶଟ୍‌ଡାଉନ ବଳବତ୍ତର ରହିଛି। ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବେପାରୀ । ଦୁଇଦିନ ତଳେ ଆଳୁ ବସ୍ତା ୫ ଶହ ଥିବା ବେଳେ ଗୁରୁବାର ୭୫୦ ଟଙ୍କାରେ କିଣୁଛନ୍ତି ଖାଉଟି। ଏହିଭଳି ପରିପ୍ରେକ୍ଷୀରେ ଆଳୁ ବିକ୍ରି କରିବାକୁ ଡର ଲାଗୁଛି ବୋଲି କହିଛନ୍ତି ବଡ଼ବଜାର ପରିବା ବ୍ୟବସାୟୀ ବଳିଆ ପଲାଇ। ସରକାର କିଛି ବ୍ୟବସ୍ଥା ନ କରି ହଟାଠ୍‌ ଲକ୍‌ଡାଉନ୍‌ ଯୋଗୁ ଗଞ୍ଜାମ ଅଞ୍ଚଳର ବେପାରୀମାନେ ଏପରି ଦର ବୃଦ୍ଧି କରୁଛନ୍ତି ବୋଲି ସେ କହିଛନ୍ତି । ସେହିପରି ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତଥା ଡାଲି, ତେଲ, ଚିନି ଆଦିର ମଧ୍ୟ ଦର ବୃଦ୍ଧି ଘଟିଛି।