ଜମାକାରୀଙ୍କ ଆକାଉଣ୍ଟରୁ କୋଟିଏରୁ ଊର୍ଦ୍ଧ୍ୱ ଉଠାଇନେଲେ

ଆଳି,୫ା୨(ବନମାଳୀ ସେନାପତି):ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ ପାଖାପାଖି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଜମାକାରୀଙ୍କ ଅଜାଣତରେ ସେମାନଙ୍କ ବ୍ୟାଙ୍କ ଖାତାରୁ ଠକି ନେଇଛନ୍ତି ବ୍ୟାଙ୍କ କର୍ମଚାରୀ। ଖାତାଧାରୀଙ୍କ ବିନା ଉପସ୍ଥିତିରେ କିପରି ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠିଲା ତାହାକୁ ନେଇ ଗ୍ରାହକମାନେ ଚିନ୍ତାରେ ପଡ଼ିଛି। ଠକେଇର ଶିକାର ହୋଇଥିବା ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ଆଳି ସିଙ୍ଗିରି ବଜାରଠାରେ ଇଣ୍ଡିଆନ ବ୍ୟାଙ୍କର ଶାଖା ରହିଛି। ଗ୍ରାହକମାନେ ସେଠାରେ ନିଜର କଷ୍ଟ ଉପାର୍ଜିତ ଧନ ସଞ୍ଚୟ କରିଥିବା ବେଳେ ବ୍ୟାଙ୍କର ପିଅନଙ୍କ ସମେତ ଅନ୍ୟ କର୍ମଚାରୀମାନେ ଜଣକ ପରେ ଜଣେ ଗ୍ରାହକଙ୍କ ଆକାଉଣ୍ଟକୁ କୌଶଳକ୍ରମେ ଖାଲି କରି ଚାଲିଥିଲେ। ଆଳି ଥାନା ଆନ୍ତର୍ଗତ ବନ୍ଧସାହି ବିଲିକଣା ଗଁାର ସୁରେନ୍ଦ୍ର କୁମାର ନାୟକ ବିଦେଶରେ ରହୁଥିବା ବେଳେ ଇଣ୍ଡିଆନ ବ୍ୟାଙ୍କରେ ତାଙ୍କର ୨ଟି ଆକାଉଣ୍ଟ ରହିଛି। ସେ ଗତ କିଛିଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କୁ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଆଣିବାକୁ ଚେକ୍‌ ଦେଇ ପଠାଇ ଥିଲେ। କିନ୍ତୁ ବ୍ୟାଙ୍କ ଟଙ୍କା ଦେଉ ନ ଥିଲା। ବାଧ୍ୟ ହୋଇ ସେ ତାଙ୍କ ପୁତୁରାଙ୍କୁ ପଠାଇବା ପରେ ତାଙ୍କ ଆକାଉଣ୍ଟରେ ଟଙ୍କା ନ ଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଖବର ପାଇବା ପରେ ବ୍ୟାଙ୍କ ଯାଇ ତାଙ୍କ ନଂ.୨୧୮୬୪୨୫୯୧୩୭ ଓ ନଂ. ୨୧୮୬୪୨୦୦୦୬୮ ଦୁଇଟି ଆକାଉଣ୍ଟ ଚେକ୍‌ କରିବା ସହିତ ସ୍ତ୍ରୀ ସରସ୍ବତୀ ନାୟକଙ୍କ ଆକାଉଣ୍ଟ ନଂ. ୨୧୮୬୪୨୦୬୧୨୮, ଦୁଇ ପୁଅ ଶୁଭମ ନାୟକଙ୍କ ନଂ. ୫୦୩୪୨୭୮୨୭୫୭ ଓ ସତ୍ୟମ ନାୟକ ନଂ. ୫୦୪୦୨୧୨୧୦୭୪ ଆକାଉଣ୍ଟ ଚେକ୍‌ କରିବା ପରେ ୫ଟି ଆକାଉଣ୍ଟରୁ ୭୦ ଲକ୍ଷ ଟଙ୍କା ନ ଥିବା ସେ ଜାଣିବାକୁ ପାଇଥିଲେ। ଏହି ଟଙ୍କା ହଡ଼ପ ପଛରେ ବ୍ୟାଙ୍କର ପିଅନ ସତ୍ୟବାନ ଘଡେଇଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ପିଅନ ସତ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏପରିକି ପୋଲିସ ବ୍ୟାଙ୍କର କ୍ୟାସିୟର ଓ ପୂର୍ବତନ ମ୍ୟାନେଜରଙ୍କ ନାମରେ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଏହି ଘଟଣା ପଦାକୁ ଆସିବା ପରେ ରାଇସରପୁର ଗଁାର ଅଞ୍ଜନ କୁମାର ମହାଳିକ ବିଦେଶରେ ରହୁଥିବାରୁ ତାଙ୍କ ସ୍ତ୍ରୀ ଶଶୀକଳା ବ୍ୟାଙ୍କକୁ ଯାଇ ତାଙ୍କ ଆକାଉଣ୍ଟ ନଂ. ୫୦୨୫୩୭୫୬୫୨୩ ଚେକ କରିବାରୁ ୨୦୨୩ ଜୁନ ୨୭ରେ ୫ ଲକ୍ଷ, ୩୦ ତାରିଖରେ ୩.୫୦ ଲକ୍ଷ, ଅଗଷ୍ଟ ୨୫ରେ ୧.୪୦ ଲକ୍ଷ ଓ ସେପ୍ଟେମ୍ବର ୧୫ରେ ୧ ଲକ୍ଷ ୨୫,୦୧୩ ମୋଟ ୪ଟି ପର୍ଯ୍ୟାୟରେ ୧୧ ଲକ୍ଷ ୧୫ ହଜାର ୧୩ଟଙ୍କା ତାଙ୍କ ଠକେଇ ହୋଇଥିବା ଜାଣିବାକୁ ପାଇଥିଲେ। ସେହିପରି ଅଳିହା ଗ୍ରାମର ସଦାନନ୍ଦ ପୃଷ୍ଟି ଜୁନ ୯ ତାରିଖରେ ୫ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍‌ କରିବାକୁ ଯାଇଥିଲେ। ବ୍ୟାଙ୍କ ମ୍ୟାନେଜର ପିଅନ ସତ୍ୟଙ୍କୁ ଦେଖା କରିବାକୁ କହିବାରୁ ସେ ଏକ ଉଠାଣ ଫର୍ମରେ ୫ ଲକ୍ଷ ଟଙ୍କା ଉଠାଣ କରିବା ନିମନ୍ତେ ଦସ୍ତଖତ ଦେବା ପରେ ଜାନୁଆରୀ ୧୪ ତାରିଖରେ ସତ୍ୟ ତାଙ୍କୁ ବଣ୍ଡ ଦେଇଥିଲେ। ପରେ ସେହିଦିନ ଆଉ ୪ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ କରିବାକୁ ସତ୍ୟଙ୍କୁ ଉଠାଣ ଫାର୍ମ ଭରି ଦେଇଥିବା ବେଳେ ଖାତାରୁ ଟଙ୍କା ଉଠିଯାଇଛି। ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କୁ ଟଙ୍କା ମିଳିଲା ନାହଁ କିମ୍ବା ବଣ୍ଡ ମଧ୍ୟ ମିଳିଲାନି। ତେଣୁ ସେ ଠକେଇର ଶିକାର ହୋଇଥିବା ନିଶ୍ଚିନ୍ତ ହୋଇଯାଇଥିଲେ। ସେହିପରି ବ୍ୟାଙ୍କରେ ଏକାଧିକ ଖାତାଧିକାରୀଙ୍କ ଖାତାରୁ ୫ ହଜାର, ୧ ଲକ୍ଷ, ଦେଢ଼ ଲକ୍ଷ ଭଳି ଟଙ୍କା ନ ଥିବା ନେଇ ଅଭିଯୋଗର ଲମ୍ବା ତାଲିକା ଏବେ ସାମ୍ନାକୁ ଆସିବାରେ ଲାଗିଛି। ଏ ନେଇ ଗ୍ରାହକମାନେ ଜାନୁଆରୀ ୨୦ରେ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ଆଳି ଥାନା ଆଇଆଇସି ସବ୍ୟସାଚୀ ଶତପଥୀଙ୍କୁ ପଚାରିବାରେ ନଂ. ୬୩/୨୪ରେ ମାମଲା ରୁଜୁ କରାଯାଇ ସତ୍ୟବାନଙ୍କୁ ଜାନୁଆରୀ ୨୨ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଚାଲିଛି। ଏଭଳି ଏକ ଠକେଇ ଘଟଣାରେ ବ୍ୟାଙ୍କର ପୂର୍ବତନ ମ୍ୟାନେଜର କିଭଳି ଭାବେ ଜାଣିପାରିଲେ ନାହିଁ ନା ତାଙ୍କ ଇସାରାରେ ଏଭଳି ଠକେଇ ହୋଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଗ୍ରାହକ। ଏଥିସହ ସେମାନଙ୍କ ଟଙ୍କା ଖୁବ୍‌ଶୀଘ୍ର ବ୍ୟାଙ୍କ ଫେରାଇ ଦେଉ ନଚେତ ଆଗାମୀଦିନରେ ଗ୍ରାହକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri