୧୦ ବର୍ଷରେ ନଦୀ ଆଁକୁ ଗଲାଣି ୬୦ରୁ ଊର୍ଦ୍ଧ୍ୱ ଘର

କେନ୍ଦ୍ରାପଡ଼ା,୧୨ା୯ (ଜଗନ୍ନାଥ ଧଳ): ମହାନଦୀରେ ଗତ ଅଗଷ୍ଟରେ ବନ୍ୟା ଜଳ ଆସିଥିଲା। ଏହି ନଦୀ ସିଷ୍ଟମରେ ଥିବା ଲୁଣା ଓ କରାଣ୍ଡିଆ ନଦୀ ଫୁଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ଦ୍ୱୀପାଞ୍ଚଳରେ ଥିବା ୧୩ ଗ୍ରାମରେ ପାଣି ପଶିଥିଲା। ବନ୍ୟା ଜଳ ଛାଡ଼ି ଯାଇଥିବା ବେଳେ ଏହାର କ୍ଷତି ଏବେ ସ୍ପଷ୍ଟ ହେଉଛି। ନଦୀକୂଳ ଅଞ୍ଚଳର ବହୁ ଚାଷ ଜମି ଏବେ ନଦୀ ମଧ୍ୟକୁ ଚାଲିଯାଇଛି। ଗତ ୧୦ ବର୍ଷ ମଧ୍ୟରେ ବନ୍ୟା ଯୋଗୁ ଦ୍ୱୀପାଞ୍ଚଳର ୬୦ରୁ ଊର୍ଦ୍ଧ୍ୱ ଘର ନଦୀଗର୍ଭରେ ଲୀନ ହୋଇଯାଇଛି। ଏହି ପ୍ରକ୍ରିୟା ଏବେବି ଜାରି ରହିଛି। ପ୍ରତିବର୍ଷ ବନ୍ୟା ଜଳ ଏହି ଦ୍ୱୀପାଞ୍ଚଳରେ ଚାଷ ବାସ ନଷ୍ଟ କରୁଥିବାରୁ କରାଣ୍ଡିଆ ଓ ଲୁଣା ନଦୀର ପଥରପ୍ୟାକିଂ ବନ୍ଧ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଆୟତ୍ତପୁରର ପିନାକୀ ସାମନ୍ତରାୟ କହିଛନ୍ତି, ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ଏହି ୧୩ ଗାଁ ଅବହେଳିତ ଅବସ୍ଥାରେ ଅଛି। ଏ ନେଇ ଦ୍ୱୀପାଞ୍ଚଳବାସୀ ବାରମ୍ବାର ରାଜନେତା ଓ ପ୍ରଶାସକଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଅଦ୍ୟାବଧି ସୁଫଳ ମିଳିନାହିଁ। ସହରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଏହି ଦ୍ୱୀପାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳଯୋଗାଣ ଆଦି ମୌଳିକ ସମସ୍ୟା ଲାଗିରହିଛି। ଦ୍ୱୀପାଞ୍ଚଳର ୧୩ ଗ୍ରାମ ଏବେ ୩ ବ୍ଲକ ଅଧୀନ ୫ ପଞ୍ଚାୟତରେ ଅଛି। ମାର୍ଶାଘାଇ ବ୍ଲକ ଆଇତିପୁର ପଞ୍ଚାୟତର ଆଇତିପୁର, ବଳରାମପୁର, ବାଳିସିଂ, ଜଳପୋକ ପଞ୍ଚାୟତ ଅଧୀନରେ ଥିବା ଡିହଜଳପୋକ, ପକ୍ଷଟ, କଣିବାଙ୍କ ସହ ଡେରାବିଶ ବ୍ଲକର ବସପୁର ପଞ୍ଚାୟତ ଅଧୀନରେ ଥିବା ଡିହବସୁପୁର ଓ ଇନ୍ଦାଳୋ ପଞ୍ଚାୟତ ଅଛି। ସେହିପରି ଏଠାରେ ଗରଦପୁର ବ୍ଲକସ୍ଥ ବଙ୍ଗାଳପୁର ପଞ୍ଚାୟତର ସାନସଲାର, ଶିଶୁଆ ଓ ଷଠିଲୋ ଗ୍ରାମ ରହିଛି। ଏହି ୧୩ ରାଜସ୍ବ ଗ୍ରାମର ଗୋଟିଏ ପାର୍ଶ୍ୱରେ କରାଣ୍ଡିଆ ନଦୀ ଓ ଅନ୍ୟ ପାର୍ଶ୍ୱରେ ଲୁଣାନଦୀ ପ୍ରବାହିତ । ଷଠିଲୋ ନିକଟରୁ ଏହି ଦ୍ୱୀପାଞ୍ଚଳ ଆରମ୍ଭ ହୋଇ ଡିହବଳରାମପୁରରେ ଶେଷ ହୋଇଛି। ଚଳିତବର୍ଷ ବନ୍ୟାରେ ସ୍ଥାନୀୟ ଅଧିବାସୀଙ୍କ ଚାଷ ଓ ବାସ ଅଧିକ ନଷ୍ଟ ହୋଇଥିବା ସେ ପ୍ରକାଶ କରିଛନ୍ତି। ଏହି ଗ୍ରାମର ରେଖା ସେଠୀ କହିଛନ୍ତି, କରାଣ୍ଡିଆ ନଦୀ ଆମ ଜୀବନକୁ ଦୁର୍ବିଷହ କରିଛି। ଦୁଇବର୍ଷ ମଧ୍ୟରେ ବନ୍ୟାରେ ୪ଟି ଘର ନଦୀଗର୍ଭକୁ ଚାଲିଯାଇଛି। ଏବେ ମାତ୍ର ଗୋଟିଏ ଘର ଅଛି। କିଛି ବର୍ଷ ପୂର୍ବେ ନଦୀ ଏଠାରୁ ପ୍ରାୟ ୩୦୦ ମିଟର ଦୂରରେ ଥିଲା। ତେବେ ନଦୀର ଗତିପଥ ପରିବର୍ତ୍ତନ ହେଉଥିବାରୁ କୂଳ ଖାଇଯାଉଛି। ସରପଞ୍ଚ ବିଦ୍ୟୁଲତା ସାହୁ କହିଛନ୍ତି, ପ୍ରାୟ ୨୦୦ ଘର ମଧ୍ୟରୁ ୬୦ ଘର ଗତ ୧୦ ବର୍ଷ ମଧ୍ୟରେ ନଦୀଗର୍ଭକୁ ଚାଲିଗଲାଣି। କେବଳ ଘର ନୁହେଁ, ନଦୀ ପଠା ଏବେ ନଦୀ ଶଯ୍ୟାରେ ପରିଣତ ହୋଇଛି। ଫଳରେ ଚାଷ ଜମି ହ୍ରାସ ପାଇଛି। ଏଠାରେ ପଥରବନ୍ଧ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟିକା ଓ ଜିଲା ପ୍ରଶାସନର ଦୃଷ୍ଟିଆକର୍ଷଣ କରାଯାଇଛି। ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ନଦୀବନ୍ଧକୁ ପଥର ପ୍ୟାକିଂ କରିବାକୁ ଯୋଜନା ରହିଛି। ଏ ନେଇ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri