ବଲାଙ୍ଗୀର/ଟିଟିଲାଗଡ଼,୨ା୮(ସୁନୀଲ ମହାନ୍ତି/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗ୍ରାମର ଉଚ୍ଚ ବିଦ୍ୟାଳୟରେ ଝିଟିପିଟି ପଡ଼ିଥିବା ମଧ୍ୟାହ୍ନଭୋଜନ ଖାଇବା ପରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ଅଭିଭାବକମାନେ ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଅନ୍ୟପକ୍ଷରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବା ନେଇ କିଛି ଅଭିଭାବକ ସେମାନଙ୍କ ପୁଅଝିଅଙ୍କୁ ବାଇକ୍ରେ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣିଥିବା ଜଣାପଡ଼ିଛି। ୫୦ରୁ ଊଦ୍ଧର୍ବ ଛାତ୍ରୀଛାତ୍ର ଟିଟିଲାଗଡ଼ ହସ୍ପିଟାଲ ଚିକିତ୍ସିତ ହେଉଛନ୍ତି। ଏକ ଡାକ୍ତରୀ ଦଳ ବିଦ୍ୟାଳୟରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିବା ଜଣାପଡ଼ିଛି। ଏହି ଘଟଣା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।


