୩୫୦ରୁ ଊର୍ଦ୍ଧ୍ୱ କଇଁଛ ଉଦ୍ଧାର

କାଲିମେଳା, ୨୪ା୮(ଡି.ଏନ.ଏ.): ଚୋରାରେ କଇଁଛ ବିକ୍ରି ଚାଲିଥିବା ବେଳେ ମାଲକାନଗିରି ଜିଲା କାଲିମେଳା ବନ ବିଭାଗ ଚଡାଉ କରି ବିପୁଳ ପରିମାଣର ଜିଅନ୍ତା କଇଁଛ ଜବତ କରିଛି l ଏହାର ଆନୁମାନିକ ବଜାର ମୂଲ୍ୟ ୨.୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ର୍ ହେବ ବୋଲି କୁହାଯାଉଛି। ଖବରରୁ ଜଣାପଡିଛି, କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମ୍‌ପିଭି-୬୫ ଗ୍ରାମରେ ଚୋରାରେ କଇଁଛ କାରବାର ଚାଲିଥିବା ନେଇ ବନ ବିଭାଗ କର୍ମଚାରୀଙ୍କ ନିକଟରେ ଖବର ପହଞ୍ଚତ୍ଥିଲା। ତତ୍‌କ୍ଷଣାତ୍‌ ବନାଞ୍ଚଳ ଅଧିକାରୀ ସୁଶାନ୍ତ ଦଳେଇଙ୍କ ନିର୍ଦ୍ଦେଶରେ ଫରେଷ୍ଟ ଗାର୍ଡ ସୁଶାନ୍ତ ସ୍ବାଇଁସ୍‌, ଶିବାନନ୍ଦ ଲେଙ୍କା, ପାରାଷ୍ଟାଫ ଜୟନ୍ତ ନାୟକ, ରୁଦ୍ର ହନ୍ତାଳ, ସୁରଜ ଦାସ, ଦିନେଶ ରାଓ, ମୁକେଶ ମାଡକାମି ପ୍ରମୁଖ କର୍ମଚାରୀ ବିଳମ୍ବ ନ କରି ଏମ୍‌ପିଭି-୬୫ ଗ୍ରାମରେ ପହଞ୍ଚତ୍ ହାଟପଦା ନିକଟରେ ବସ୍ତାରେ ବନ୍ଧା ହୋଇ ରଖାଯାଇଥିବା କଇଁଛ ଗୁଡିକୁ ଜବତ କରିଥିଲେ l ପ୍ରାୟ ୨୦ଟି ବସ୍ତାରୁ ୩୫୦ରୁ ଊର୍ଦ୍ଧ୍ୱ କଇଁଛ ଉଦ୍ଧାର କରାଯାଇଥିଲା l ଉଦ୍ଧାର ପରେ ସେଗୁଡ଼ିକୁ ବନବିଭାଗ କାର୍ଯ୍ୟାଳୟରେ ରଖା ଯାଇଛି। ଡିଏଫଓଙ୍କ ନିର୍ଦ୍ଦେଶ ପରେ କଇଁଛଗୁଡିକୁ ଏକ ନିର୍ଦ୍ଦିଷ୍ଟ ଜଳାଶୟରେ ଛଡାଯିବ ବୋଲି ରେଞ୍ଜର ଦଳେଇ କହିଛନ୍ତି। ତେବେ ଚଢାଉ ସମୟରେ ବନ ବିଭାଗ କର୍ମଚାରୀଙ୍କୁ ଦେଖି କଇଁଛ ବ୍ୟବସାୟୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇପାରିନାହିଁ l


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri