ବିକାଶର ବାହାନାରେ ଗଛ କଟା: ଗତ ୨୫ ବର୍ଷରେ ଓଡ଼ିଶାରେ କଟା ହୋଇଛି ୨୬ ଲକ୍ଷରୁ ଅଧିକ ଗଛ

ଭୁବନେଶ୍ୱର,୧୦।୯: ୨୦୦୦ ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ପାଇଁ ୨୬ ଲକ୍ଷରୁ ଅଧିକ ଗଛ କଟାଯାଇଛି। ମଙ୍ଗଳବାର ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାୟକ ପ୍ରସାନ୍ତ କୁମାର ଜଗଦେବଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

୪୮୨ ଟି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ୨୦୦୦ ରୁ ୨୦୨୩ ମଧ୍ୟରେ ଜଙ୍ଗଲ ଜମିରୁ ମୋଟ ୨୬,୭୫,୧୯୧ ଗଛ କଟାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଦ୍ୟୁତ୍ ସେବା ଯୋଗାଇବା ଏବଂ ଖଣି କାର୍ୟ୍ୟ କରିବା ପାଇଁ ରାଜ୍ୟରେ ସର୍ବାଧିକ ପରିମାଣର ଗଛ କଟାଯାଇଥିବା ଜଣାପଡିଛି।

ତଥ୍ୟ ଅନୁଯାୟୀ ଖଣି କାର୍ଯ୍ୟ ପାଇଁ ୯,୬୪,୦୬୩ ଗଛ, ରାସ୍ତା ପାଇଁ ୫,୯୯,୬୯୦ ଗଛ, ଜଳସେଚନ ପାଇଁ ୪,୮୯,୪୨୩ ଗଛ, ରେଳ ଲାଇନ ପାଇଁ ୮୨,୦୭୬ ଗଛ, ବିଦ୍ୟୁତ୍ ଯୋଗାଣ ପାଇଁ ୧,୩୯,୪୩୯ ଗଛ, ଶିଳ୍ପ ପାଇଁ ୩,୦୦,୭୫୯ ଗଛ ଏବଂ ୯୯,୭୪୧ ଗଛ କଟାଯାଇଛି।

ରାଜ୍ୟରେ ଏତେ ମାତ୍ରାରେ ଗଛ କଟାକୁ ନେଇ ବ୍ୟକ୍ତ କରିଛନ୍ତି ପରିବେଶ ବିଶେଷଜ୍ଞ। ବିକାଶର ବାହାନାରେ ଗଛ କାଟି ଆମେ ନିଜକୁ ନଷ୍ଟ କରୁଛୁ ବୋଲି ପରିବେଶବିତମାନେ କହିଛନ୍ତି। “ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଗଛ କାଟିବାର ପ୍ରଭାବ ଆମେ ସମସ୍ତେ ଜାଣୁ। ସୁସ୍ଥ ଜୀବନଯାପନ କରିବା ପାଇଁ ଆମ ପରିବେଶକୁ ସୁଦୃଢ କରିବା ପାଇଁ ଏହା ଆମକୁ ହୃଦୟଙ୍ଗମ କରିବା ଏବଂ ଆମ ଚାରିପାଖରେ ସବୁଜ ଆବରଣ ବିସ୍ତାର କରିବା ଉଚିତ୍।”


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା, ୬ ଜଣ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍

ବ୍ରହ୍ମପୁର,୨୯।୧(ସୁବାସ ଚନ୍ଦ୍ର ପାଢ଼ୀ): ସ୍ୱତନ୍ତ୍ର ପୋକସ ଜଜ ପ୍ରଣତି ପଟ୍ଟନାୟକ ଏକ ଗଣବଳାତ୍କାର ମାମଲାର ଗୁରୁତ୍ୱପୂର୍ଣ ରାୟ ପ୍ରକାଶ କରିଛନ୍ତି । ଉପଯୁକ୍ତ ପ୍ରମାଣ ଆଧାରରେ ସେ…

ନାବାଳିକାଙ୍କୁ ଅସଦାଚରଣ କରି ଥାନାରେ ଯୁବକ ଅଟକ

ଧର୍ମଶାଳା,୨୯ା୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚହଟା ଗ୍ରାମର ଜଣେ ଯୁବକ ୭ବର୍ଷର ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଧର୍ମଶାଳା ପୋଲିସ ଯୁବକଙ୍କୁ…

ନୂଆ UGC ନିୟମରେ ରୋକ ଲଗାଇଲେ ସୁପ୍ରିମକୋର୍ଟ, ସିଜେଆଇ କହିଲେ…

ନୂଆଦିଲ୍ଲୀ,୨୯ା୧: ସୁପ୍ରିମକୋର୍ଟ ନୂଆ ୟୁଜିସି ନିୟମକୁ ଚ୍ୟାଲେଞ୍ଜ କରି ଆଜି ଅର୍ଥାତ୍‌ ଜାନୁଆରୀ ୨୯ରେ ଆବେଦନଗୁଡ଼ିକର ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ଶୁଣାଣି ସମୟରେ ମୁଖ୍ୟ…

କଶ୍ମୀରରେ ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ନୟାଗଡ଼,୨୯।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଯବାନ ଜିତୁ ବେହେରା(୩୧) ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଜିତୁଙ୍କ ମରଶରୀର ବୁଧବାର…

Economic Survey 2026: ବଜେଟ୍ ପୂର୍ବରୁ ଖୁସିଖବର, ଜିଡିପି ଅଭିବୃଦ୍ଧି…

ନୂଆଦିଲ୍ଲୀ,୨୯।୧: କେନ୍ଦ୍ରୀୟ ବଜେଟ ପୂର୍ବରୁ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଦଲିଲ୍…

କମିବ ଶୀତ-ବଢ଼ିବ ଗରମ, କଲବଲ କରିବ କୁହୁଡ଼ି

ଭୁବନେଶ୍ବର,୨୯।୧: ରାଜ୍ୟରେ ଶୀତର ପ୍ରକୋପ କମୁଥିବା ବେଳେ ଗରମ ବଢ଼ିବାରେ ଲାଗିଛି । ତେବେ ଆଗାମୀ କିଛି ଦିନରେ ରାତି ତାପମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ…

‘Reform, Perform, and Transform…’ ବଜେଟ ପୂର୍ବରୁ ଦେଶକୁ କି ବାର୍ତ୍ତା ଦେଲେ ମୋଦି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୨୯।୧: ଦେଶର ରାଜନୈତିକ ଏବଂ ଅର୍ଥନୈତିକ ଦିଗ ନିର୍ଣ୍ଣୟ କରୁଥିବା ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ, ପ୍ରମୁଖ ଅର୍ଥନୈତିକ…

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର, ମୁଖାଗ୍ନି ଦେଲେ…

ମୁମ୍ବାଇ,୨୯।୧: ମହାରାଷ୍ଟ୍ରର ପୁଣେ ଜିଲାର ବାରାମତିର ବିଦ୍ୟା ପ୍ରତିଷ୍ଠାନରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ବୁଧବାର ବାରାମତି ବିମାନବନ୍ଦର ନିକଟରେ ରନୱେରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri