Posted inଜାତୀୟ

ୟୁପି ଭୋଟର ତାଲିକାରେ ବଡ଼ ପରିବର୍ତ୍ତନ: କଟିଗଲା ୨.୮୯ କୋଟି ଜଣଙ୍କ ନାମ

ଲକ୍ଷ୍ନୌ,୬।୧: ଉତ୍ତରପ୍ରଦେଶରେ କଟିଗଲା ୨.୮୯ କୋଟି ଭୋଟରଙ୍କ ନାମ। ନିର୍ବାଚନ କମିଶନରଙ୍କ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ପରେ ଏସବୁ ନାମ କାଟି ଦିଆଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବ୍ୟାପକ ଯାଞ୍ଚ ପରେ ଭୋଟରଙ୍କ ସଂଖ୍ୟା ପ୍ରାୟ ୧୫ କୋଟିରୁ ହ୍ରାସ ପାଇ ଏବେ ୧୨ କୋଟିରେ ପହଞ୍ଚିଛି।

ଭୋଟର ତାଲିକାରୁ ନାମ କଟାଯିବାର ମୁଖ୍ୟ କାରଣ ହେଉଛି, ପ୍ରାୟ ୪୬.୨୩ ଲକ୍ଷ ଭୋଟରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ପ୍ରାୟ ୨.୧୭ କୋଟି ଭୋଟର ସେମାନଙ୍କ ପୂର୍ବ ଠିକଣା ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି, ପ୍ରାୟ ୨୫.୪୭ ଲକ୍ଷ ଲୋକଙ୍କ ନାମ ଏକାଧିକ ସ୍ଥାନରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି।

ଏହି ଯାଞ୍ଚ ପ୍ରକ୍ରିୟାରେ ପ୍ରାୟ ୮୧ ପ୍ରତିଶତ ଭୋଟର ସେମାନଙ୍କ ଫର୍ମ ସଠିକ୍ ଭାବେ ଦାଖଲ କରିଥିବା ବେଳେ ୧୮ ପ୍ରତିଶତ ଭୋଟରଙ୍କ ତଥ୍ୟ ମିଳିନଥିଲା। ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଉତ୍ତରପ୍ରଦେଶରେ ସର୍ବାଧିକ (୧୮.୭%) ନାମ କଟାଯାଇଛି।

ତେବେ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଛି, ତେବେ ସେମାନେ ଫେବୃଆରୀ ୬ ତାରିଖ ମଧ୍ୟରେ ନିଜର ଆପତ୍ତି କିମ୍ବା ନୂତନ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। ସମସ୍ତ ଯାଞ୍ଚ ଓ ସଂଶୋଧନ ପରେ ମାର୍ଚ୍ଚ ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

GDPକୁ ବିଦା କରି NDP ଆଣିବେ ମୋଦି ସରକାର, କିନ୍ତୁ ଏହା କ’ଣ?

ନୂଆଦିଲ୍ଲୀ,୭।୧: ଭାରତର ଅର୍ଥନୀତିକୁ ମାପିବାର ମୁଖ୍ୟ ମାପକ ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ (GDP) ବଦଳରେ ନେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ (NDP) ଆସିପାରେ। ଦେଶର ଅର୍ଥନୀତିକୁ ଆକଳନ...

ଓଡ଼ିଶାର ‘କାଶ୍ମୀର’ରେ ସାଇକେଲ୍ ଧରି ବୁଲୁଛନ୍ତି ଜର୍ମାନ ଦମ୍ପତି, ବିଭୋର କରୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ଦାରିଙ୍ଗବାଡି,୭।୧: କନ୍ଧମାଳ ଜିଲାର ପାହାଡ଼ିଆ ଅଞ୍ଚଳ ଦାରିଙ୍ଗବାଡ଼ି, ଯାହାକୁ ‘ଓଡ଼ିଶାର କାଶ୍ମୀର’ କୁହାଯାଏ, ସେଠାରେ ଏବେ ଜର୍ମାନୀର ଏକ ପର୍ଯ୍ୟଟକ ଦମ୍ପତି ସାଇକେଲ ଯାତ୍ରାର ମଜା...

ପ୍ରଥମେ CBI, ପରେ ହାଇକୋର୍ଟ ଝଟକା; ଘୁଞ୍ଚିଲା ବିଜୟଙ୍କ ଶେଷ ଫିଲ୍ମ ରିଲିଜ୍

ଚେନ୍ନାଇ,୭।୧: ଥାଲପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜାନା ନାୟଗାନ୍’ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି। କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ବୋର୍ଡ (CBFC) ଠାରୁ ପ୍ରମାଣପତ୍ର...

ଚରମରେ ଆମେରିକା-ରୁଷିଆ ଉତ୍ତେଜନା, ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ସବୁ ଦେଶ

ଓ୍ୱାଶିଂଟନ୍/ମସ୍କୋ,୭।୧: ଆମେରିକା ଏବଂ ରୁଷିଆ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭେନେଜୁଏଲା ସହ ଜଡ଼ିତ ଆମେରିକାର କଟକଣା ଉଲ୍ଲଂଘନ ଅଭିଯୋଗରେ ଆମେରିକା ସେନା ଉତ୍ତର ଆଟଲାଣ୍ଟିକ...

kathua Encounter: ଜମ୍ମୁ-କାଶ୍ମୀରର କଠୁଆରେ ଏନକାଉଣ୍ଟର, ଫସି ରହିଛନ୍ତି…

ନୂଆଦିଲ୍ଲୀ,୭।୧: ଜମ୍ମୁ କାଶ୍ମୀରର ଜମ୍ମୁ ଡିଭିଜନର କଠୁଆ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି । ବିଲ୍ଲାୱାର ଅଞ୍ଚଳର କାମଦ...

ଆୟୁଷ୍ମାନ କାର୍ଡରେ ୧୫ ଲକ୍ଷର ଚିକିତ୍ସା କରାଯାଇପାରିବ କି? ମନରେ ଦ୍ୱନ୍ଦ୍ୱକୁ କରନ୍ତୁ ଦୂର…

ନୂଆଦିଲ୍ଲୀ,୭।୧: ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ପରିସରକୁ ବଢ଼ାଇ ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ସମସ୍ତ ବରିଷ୍ଠ...

ଆଟଲାଣ୍ଟିକ ମହାସାଗରରେ ଯୁଦ୍ଧ ପରିସ୍ଥିତି: ରୁଷିଆ ପତକା ଲାଗିଥିବା ତେଲ ଟ୍ୟାଙ୍କର୍‌କୁ ଜବତ କଲା ଆମେରିକା, ଏସ୍କଟ୍‌ କରୁଥିଲା ମସ୍କୋ! 

ଓ୍ବାଶିଂଟନ,୭।୧: ଭେନେଜୁଏଲା ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ଏବେ ଆଟଲାଣ୍ଟିକ ମହାସାଗରରେ ରୁଷୀୟ ପତାକାଯୁକ୍ତ ଏକ ତୈଳ ଟ୍ୟାଙ୍କର ‘ମାରିନେରା’କୁ ଜବତ କରିଛି। ଆମେରିକୀୟ...

ପିୟୁଷଙ୍କୁ କୋର୍ଟ ଝଟକା, ମଞ୍ଚ ଚଢ଼ିବା ବାରଣ

କଟକ,୭ା୧: ଚର୍ଚ୍ଚିତ ଖଳନାୟକ ତଥା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଏକ ଯାତ୍ରା ପାର୍ଟି ସହିତ ଚୁକ୍ତି ଖିଲାପ ଅଭିଯୋଗ ମାମଲାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri