ଓଭାଲ ଅଫିସ ଶିକ୍ଷା

ରାଜନୀତିରେ ନେତାଙ୍କ କାର୍ଯ୍ୟକାଳ ସ୍ବଳ୍ପସ୍ଥାୟୀ। ତାହାକୁ ଯେଉଁମାନେ ଦୀର୍ଘସ୍ଥାୟୀ ଭାବି ନେଇଥାଆନ୍ତି ତାହା ଅପରିଣାମଦର୍ଶିତାର ଫଳ ଦେଇଥାଏ। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଭାବିଥିଲେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ତାଙ୍କ ଦଳ ପୁନର୍ବାର କ୍ଷମତାକୁ ଫେରିବେ। ସମ୍ଭବତଃ ସେହି ଆଶା ରଖି ସେ ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପରିବର୍ତ୍ତିତ ପରିସ୍ଥିତିରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ହୋଇଥିବା କମଲା ହାରିସଙ୍କ ପାଇଁ ପେନ୍‌ସିଲଭାନିଆରେ ନିର୍ବାଚନ ପ୍ରଚାର କରିଥିଲେ। ଡେମୋକ୍ରାଟିକ୍‌ ପାର୍ଟି ହାରିଯିବା ପରେ ଆମେରିକାରୁ ଜେଲେନ୍‌ସ୍କି ଯେଉଁ ସାମରିକ ଓ ଆର୍ଥିକ ସମର୍ଥନ ପାଉଥିଲେ ତାହା ବନ୍ଦ ହୋଇଯାଇଛି। କାରଣ ବାଇଡେନ୍‌ ପ୍ରଶାସନର ବହିର୍ବ୍ୟାପାର ନୀତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ଆମେରିକା ଅର୍ଥନୀତି ପୂର୍ବଭଳି ଭଲ ନ ଥିବାରୁ ଟ୍ରମ୍ପ୍‌ ନିଜ ଦେଶକୁ ଆର୍ଥିକ ଭାବେ ସୁଦୃଢ଼ କରିବା ଲାଗି ସବୁ ପ୍ରୟାସ କରୁଛନ୍ତି। ‘ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌’ ବା ମାଗା ଚିନ୍ତାଧାରା ରଖି କାର୍ଯ୍ୟ କରିବା ତାଙ୍କ ପାଇଁ ସର୍ବୋଚ୍ଚରେ ରହିଛି। ସେଥିପାଇଁ ଆମେରିକା ଦୀର୍ଘବର୍ଷ ଧରି ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରକୁ ଯେଉଁ ଆର୍ଥିକ ସହାୟତା ଦେଇ ଆସୁଥିଲା ତାହାକୁ ଏକପ୍ରକାର ବନ୍ଦ କରିଦେଲାଣି। ଆମେରିକୀୟ କରଦାତାଙ୍କ ଅର୍ଥ ଅନ୍ୟ କାହାର ମଙ୍ଗଳରେ କାହିଁକି ଆସିବ ବୋଲି ଟ୍ରମ୍ପ୍‌ ଯୁକ୍ତି ବାଢ଼ୁଛନ୍ତି। ନିଜ ଅର୍ଥନୀତି ଦୁର୍ବଳ ହୋଇଯାଉଥିବା ବେଳେ ଅନ୍ୟ କାହା କଥା ଚିନ୍ତା କରିବା ତାଙ୍କ ଦେଶର ଲକ୍ଷ୍ୟ ନୁହେଁ ବୋଲି ସେ କହୁଛନ୍ତି। ତାଙ୍କର ଏହି ଆଭିମୁଖ୍ୟକୁ ଦୋଷ ଦେଇହେବ ନାହିଁ। କାରଣ ନିଜ ଦେଶର ଉନ୍ନତି ସବୁ ନେତାଙ୍କ ପାଇଁ ଗୁରୁତ୍ୱ ରଖିବା କଥା।
୨୮ ଫେବୃଆରୀରେ ହ୍ବାଇଟ୍‌ ହାଉସର ଓଭାଲ ଅଫିସ୍‌ରେ ରାଷ୍ଟ୍ରପତି ଟ୍ରମ୍ପ୍‌, ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଯେଭଳି ଭାବେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଅପଦସ୍ଥ କଲେ ସେଇ ଘଟଣା ଏବେ ସମଗ୍ର ବିଶ୍ୱରେ ଚହଳ ପକାଇଛି। ୩ ବର୍ଷରୁ ଅଧିକ ସମୟ ଧରି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଲାଗି ରହିଥିବାରୁ ତାହାକୁ ବନ୍ଦ କରି ଶାନ୍ତି ସ୍ଥାପନ ନିମନ୍ତେ ଜେଲେନ୍‌ସ୍କି ଆମେରିକା ଗସ୍ତରେ ଥିଲେ। ଜେଲେନ୍‌ସ୍କି ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ପ୍ରାରମ୍ଭିକ କଥାବାର୍ତ୍ତା ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା। ଯେତେବେଳେ ଖଣିଜ ଚୁକ୍ତି ନେଇ ଆଲୋଚନା ହୋଇଥିଲା ସେତେବେଳେ ଜେଲେନ୍‌ସ୍କି ପ୍ରତିକ୍ରିୟା ପ୍ରକାଶ କରିଥିଲେ। ୟୁକ୍ରେନ୍‌କୁ ୩୫୦ ବିଲିୟନ୍‌ ଡଲାର ଆର୍ଥିକ ସହାୟତା ଦେଇଥିବାରୁ ସେଠାକାର ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ଆମେରିକାର ଅଧିକାର ରହିବା ନେଇ ଟ୍ରମ୍ପ୍‌ ମତ ରଖିଥିଲେ। ଏହା ବଦଳରେ ଚୁକ୍ତିରେ ରୁଷିଆଠାରୁ ନିଜ ଦେଶକୁ ରକ୍ଷା କରିବା ଲାଗି ଜେଲେନ୍‌ସ୍କି ଆମେରିକାଠାରୁ ପୂର୍ଣ୍ଣ ନିରାପତ୍ତା ସୁନିଶ୍ଚିତ କରିବା ସଂକ୍ରାନ୍ତ କଥା ଉଠାଇବାରୁ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ବଢ଼ିଯାଇଥିଲା। ଟେଲିଭିଜନ୍‌ରେ ସିଧା ପ୍ରସାରଣ ହେଉଥିବା ଏହି ଶାନ୍ତି ଆଲୋଚନା ଏକ ବିରକ୍ତିକର ଯବନିକା ଟାଣିଥିବାରୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇତିମଧ୍ୟରେ ୟୁରୋପୀୟ ସଂଘ ୟୁକ୍ରେନ୍‌କୁ ସମର୍ଥନ କରିବେ ବୋଲି ଆଗେଇ ଆସିଛି। କିନ୍ତୁ ବାସ୍ତବରେ ଆମେରିକା ଯେଭଳି ଜେଲେନ୍‌ସ୍କିଙ୍କୁ ସାମରିକ ଓ ଆର୍ଥିକ ସହାୟତା ଦେଇଥିଲା, ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଭବିଷ୍ୟତରେ କିଭଳି ଆଭିମୁଖ୍ୟ ରଖିବେ ତାହା ମଧ୍ୟ ଏବେଠୁ କହିହେବ ନାହିଁ। ହ୍ବାଇଟ୍‌ହାଉସ୍‌ରେ ଘଟିଥିବା ଘଟଣାରେ କେତେକେ ଜେଲେନ୍‌ସ୍କିଙ୍କୁ ହିରୋ ଆଖ୍ୟା ଦେଉଥିବା ବେଳେ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଶାନ୍ତି ସ୍ଥାପନ ନେଇ ଟ୍ରମ୍ପ୍‌ ନେଇଥିବା ପଦକ୍ଷେପକୁ କିଛି ସମର୍ଥନ କରୁଛନ୍ତି। କିନ୍ତୁ ଯାହା ଦୃଶ୍ୟମାନ ହେଉଛି ଆମେରିକାର ବିନା ସମର୍ଥନରେ ୟୁକ୍ରେନ୍‌ ନିଜର ଅସ୍ଥିତ୍ୱ ବଜାୟ ରଖିବା ସମ୍ଭବ ହୋଇ ନ ପାରେ। କାରଣ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଟ୍ରମ୍ପ୍‌ଙ୍କ ସମର୍ଥନ ରହିଲେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଜେଲେନ୍‌ସ୍କିଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ ହୁଏତ କୁଣ୍ଠିତ ହୋଇପାରନ୍ତି। ଏହି କଥା ହୃଦୟଙ୍ଗମ କରିବା ପରେ ଜେଲେନ୍‌ସ୍କି ବର୍ତ୍ତମାନ କହିଲେଣି ଯେ ଶାନ୍ତି ଆଲୋଚନା ପାଇଁ ଆମେରିକା ସହାୟତା ଜରୁରୀ।
ଜେଲେନ୍‌ସ୍କିଙ୍କୁ ଏଭଳି ବ୍ୟବହାର ଦେଖାଇ ରାଷ୍ଟ୍ରପତି ଟ୍ରମ୍ପ୍‌ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏକ ନୂଆ ସମୀକରଣ ଆରମ୍ଭ କରିଦେଲେ। ଟ୍ରମ୍ପ୍‌ଙ୍କ ଦ୍ୱାରା କରାଯାଇଥିବା ଦାବି ଯେ ଆମେରିକା ସବୁଜାଗାରେ ଶାନ୍ତି ପ୍ରତିଷ୍ଠା କରିବାକୁ ଉଦ୍ୟମ କରିବ ବୋଲି ଯେଉଁ କଥା ଉଠୁଛି, ତାହା ଇସ୍ରାଏଲ୍‌-ହମାସ ଯୁଦ୍ଧରେ ଦେଖିବାକୁ ମିଳୁନାହିଁ। ଅନ୍ୟପଟେ ଯଦି ଆମେରିକା ଓ ରୁଷିଆ ମିଶି ଚାଇନା ସହିତ ବନ୍ଧୁତ୍ୱ ଗଢ଼ିଦେଲେ, ତେବେ ଅନ୍ୟ ଦେଶଙ୍କ ପାଇଁ ଏକ ଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ। ଉଦାହରଣସ୍ବରୂପ, ତାଇଓ୍ବାନ ଉପରେ ଚାଇନା ରଖିଥିବା ଦୃଷ୍ଟି ସମଗ୍ର ପୃଥିବୀ ଜାଣିଛି। ଥରେ ବୁଝାମଣା ହୋଇଗଲେ ହୁଏତ ତାଇଓ୍ବାନକୁ ଚାଇନା ମାଡ଼ିବସିଲା ବେଳକୁ ଆମେରିକା କୌଣସି ପ୍ରତିକ୍ରିୟା ପ୍ରକାଶ କରିବ ନାହିଁ। ସେହିଭଳି କେବଳ ୟୁକ୍ରେନରେ ନୁହେଁ, ପୋଲାଣ୍ଡ ଓ ଅନ୍ୟ କେତେକ କ୍ଷୁଦ୍ର ଦେଶକୁ ରୁଷିଆ ଜୋର୍‌ ଜବରଦସ୍ତ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କଲାବେଳକୁ ବାଡ଼ ପକାଇବାକୁ କେହି ନ ଥିବେ। ବିଶ୍ୱକୁ ମିଳୁଥିବା ବାର୍ତ୍ତା ସମସ୍ତଙ୍କୁ ବିଚଳିତ କରିପାରେ। କିଛିମାସ ପରେ ତାଇଓ୍ବାନକୁ ନିଜ ସାଙ୍ଗରେ ମିଶାଇନେବା ପରେ ଚାଇନାର ଦୃଷ୍ଟି ଭାରତର କେତେକ ଅଞ୍ଚଳ ଯଥା ଅରୁଣାଚଳ ପ୍ରଦେଶରେ ପଡ଼ିବା ଅସମ୍ଭବ ନୁହେଁ। ଆମେ ସମସ୍ତେ ଜାଣିଛୁ ଯେ ଚାଇନା ସହ ସାମରିକ ମୁକାବିଲା କରିବା ପାଇଁ କୌଣସି ଶକ୍ତି ଏସିଆ ମହାଦେଶରେ ନାହିଁ। ଏଥିରୁ ଶିକ୍ଷା ନେଇ ଭାରତ ଭଳି ଦେଶକୁ ନିଜର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ସୁସମ୍ପର୍କ ଗଢ଼ିବା ସହିତ ନିଜର ଅର୍ଥନୈତିକ ପରିସ୍ଥିତିରେ ଖୁବ୍‌ଶୀଘ୍ର ସୁଧାର ଆଣିବାକୁ ପଡ଼ିବ। ତାହା ଅର୍ଥନୀତିରେ ବିକାଶ ଆସିଲେ ସାମରିକ ଶକ୍ତି ବଢ଼ିବା ସମ୍ଭବପର। ସେଥିରେ ମଧ୍ୟ ପେଟ୍ରୋଲିୟମ୍‌ ବିହୀନ ଭାରତ ପାଇଁ ବିରାଟ ଆହ୍ବାନ ରହିଛି। ଏହି ସମସ୍ୟା ଦୂର ଭବିଷ୍ୟତ ନୁହେଁ, ଅତି ନିକଟ ଭବିଷ୍ୟତରେ ସାମ୍ନା କରିବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ କରିନିଅନ୍ତୁ ଚେକ୍‌

ପୁରୀ,୮ା୩: ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା। ପୁରୀ ତାଳବଣିଆ ସଭାସ୍ଥଳରୁ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ୧…

ଆମେରିକା-ଇରାନ ଯୁଦ୍ଧ ଆମକୁ ଆଉ ଦରକାର ନାହିଁ, କାହିଁକି ରାଗି ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୮ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ମଧ୍ୟରେ ବ୍ରିଟେନର ସମର୍ଥନର ଅଭାବକୁ ଉଲ୍ଲେଖ କରିଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ଷ୍ଟାର୍‌ମରଙ୍କୁ ଟାର୍ଗେଟ କରି…

ଯୁଦ୍ଧ ମଇଦାକୁ ଓହ୍ଲାଇଲା ରୁଷିଆ! ଏବେ ବିଶ୍ୱଯୁଦ୍ଧ ଥୟ

ମସ୍କୋ,୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନକୁ ରୁଷିଆର ସହାୟତା ଆମେରିକାରେ ଉତ୍ତେଜନା ସୃଷ୍ଟି କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦୂତଙ୍କ ମାଧ୍ୟମରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଏକ ବାର୍ତ୍ତା…

ଇରାନ ଯୁଦ୍ଧକୁ ନେଇ ଭାରତର ବଡ଼ ନଷ୍ପତ୍ତି, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୮।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀକୁ ନେଇ ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ପାରସ୍ୟ ଉପସାଗରରେ ଫସି ରହିଥିବା ଜାହାଜଗୁଡ଼ିକୁ ସୁରକ୍ଷା…

IND VS NZ: ଫାଇନାଲ ମ୍ୟାଚ ଉପରେ ୪,୫୦୦ ପୋଲିସ କର୍ମଚାରୀଙ୍କ ସହ ନଜର ରଖିବ ୩୦୦ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମ…

ସଫଳ ହେଲା ଜୟଶଙ୍କରଙ୍କ କୂଟନୀତି, ଇରାନ ଦେଖାଇଲା ଉଦାରତା

ନୂଆଦିଲ୍ଲୀ,୭।୩: ରବିବାର ନବମ ଦିନ ପାଇଁ ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି। ଉପସାଗରରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଦୁଇଟି ଭାରତୀୟ ମାଲବାହୀ…

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri