ଭବାନୀପାଟଣା,୨।୧୦(ଉତ୍ତମ କୁମାର ଦାଶ): ସ୍ବାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ରେଡ଼ିଓଲୋଜିଷ୍ଟ
ଡାକ୍ତର ତୁଷାର ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡାଠାରେ ୩୯ତମ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସ୍ଥାନୀୟ ପଲ୍ଲୀ ମଙ୍ଗଳ ଯୁବ ସମିତି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କଳାହାଣ୍ଡି ଭଳି ଏକ ଆଦିବାସୀ ଓ ଅଧ୍ୟ୍ୟୁଷିତ ଜିଲାର ଭବାନୀପାଟଣାସ୍ଥିତ ହିଲ ଟାଉନରେ ଏଚ.ଆର ଡାଇଗୋନଷ୍ଟିକ ସ୍ଥାପନ କରି ଲୋକଙ୍କୁ ଉନ୍ନତ ମାନର ଓ ଆଧୁନିକ ଉପକରଣ ମାଧ୍ୟମରେ ଚିକିତ୍ସା କରୁଥିବାରୁ ତାଙ୍କୁ ସମ୍ମାନୀତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଗତୀ ଅନୁଷ୍ଠାନର ମୁଖ୍ୟ ଇଂ. ଅଜୟ କୁମାର ପଣ୍ଡା, ଅନ୍ୟତମ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର,ବରିଷ୍ଠ ଶିକ୍ଷକ ନରେନ୍ଦ୍ର ମେହେର,
ପଲ୍ଲୀ ମଙ୍ଗଳ ଯୁବ ସମିତିର ସଭାପତି ଅବିନ ମେହେର ପ୍ରମୁଖ ଯୋଗଦେଇ ଡାକ୍ତର ତୁଷାରଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ମାନୀତ କରିଥିଲେ। କାର୍ଯ୍ୟକ୍ରମକୁ ଘନଶ୍ୟାମ ମେହେର ପରିଚାଳନା କରିଥିଲେ। ପ୍ରକାଶ ଯେ, ଚିଚୈଗୁଡା ଗ୍ରାମର ଡାକ୍ତର ତୁଷାର ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ବଡ଼ ପୁଅ ଅଟନ୍ତି।


