କ୍ୱାର୍ଟର୍ସରେ ରହୁଛନ୍ତି ବାହାର ଲୋକ

ରାଜକନିକା, ୧୦ା୯(ସଞ୍ଜୟ କୁମାର ଦାଶ)କେନ୍ଦ୍ରାପଡ଼ା ଜିଲା ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଉପଯୁକ୍ତ ସେବା ମଳୁ ନ ଥିବା ଅଭିଯୋଗ ହେଉଛି। ସରକାରୀ ନିୟମକୁ ଅନୁସାରେ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କ ଲାଗି କ୍ୱାର୍ଟର୍ସ ନିର୍ମାଣ ହୋଇଛି। ହେଲେ ଏହି କ୍ୱାର୍ଟର୍ସ ସେମାନଙ୍କ ଦିଆ ନ ଯାଇ ବାହାର ଲୋକଙ୍କୁ ଦିଆଯାଇଛି। ଫଳରେ କର୍ମଚାରୀ ରହିବାକୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏ ନେଇ ଅଭିଯୋଗ କଲେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କଠାରୁ ଆରମ୍ଭ କରି ଅନ୍ୟମାନେ କେହି ଶୁଣୁନାହାନ୍ତି ବୋଲି କେତେଜଣ କର୍ମଚାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଯାହାକୁ ନେଇ ସାଧାରଣରେ ମଧ୍ୟ ଜନ ଅସନ୍ତୋଷ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ କନିଷ୍ଠ କିରଣି ରବିନାରାୟଣ ମହାପାତ୍ର ୧୭ ବର୍ଷ ହେଲା ଏଠାରେ ରହିଛନ୍ତି। ସେ ସ୍ବାସ୍ଥ୍ୟକେନ୍ଦ୍ରର ଏକ କ୍ୱାର୍ଟର୍ସଟିରେ ତାଙ୍କର ଜଣେ ସମ୍ପର୍କିୟଙ୍କୁ ରଖାଇଛନ୍ତି। ଏହାକୁ କେହି କର୍ମଚାରୀ ବିରୋଧ କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ଅନ୍ୟପକ୍ଷେ ରୋଗୀଙ୍କ ସେବା ଲାଗି ଆସୁଥିବା ବ୍ୟାଣ୍ଡଜ, ଗଜ, ତୁଳା, ମେଡିସିନ ଇତ୍ୟାଦି ମଧ୍ୟ ଠିକ୍‌ ଭାବେ ଦିଆଯାଉନାହିଁ। ଫଳରେ ରୋଗୀ ସେବା କ୍ଷେତ୍ରରେ କର୍ମଚାରୀମାନେ ଅସୁବିଧା ଭୋଗ କରୁଛନ୍ତି। ରୋଗୀମାନେ ନିଜର ଚିକିତ୍ସା ପାଇଁ ବାହାରର ଔଷଧ ଦୋକନରୁ ଉପରୋକ୍ତ ଜିନିଷ କିଣି ଚିକିତ୍ସାରେ ଲଗାଉଛନ୍ତି। ଏ ସମ୍ପର୍କରେ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜଙ୍କୁ ପଚାରିବାରେ ଏହା ସମ୍ପୂର୍ଣ୍ଣ ମିଥ୍ୟା। ସେ କ୍ୱାର୍ଟର୍ସ ଅନ୍ୟଜଣଙ୍କୁ ଆଲର୍ଟମେଣ୍ଟ ହୋଇଛି। ଯେହେତୁ ତାଙ୍କର ଅସୁବିଧା ଅଛି ସେ ତାଙ୍କ ସହ କଥା ହୋଇ ନନ୍‌ ଅଫିସିଆଲ ଭାବେ ରହୁଛନ୍ତି। ମୋ ନାମରେ ଆଣିଥିବା ଅଭିଯୋଗ ଭିତ୍ତିହୀନ। ଏ ସମ୍ପର୍କରେ କିରାଣି ମହାପାତ୍ରଙ୍କୁ ପଚାରିବାରେ ଯେଉଁ କ୍ୱାର୍ଟର୍ସରେ ମୋ ବନ୍ଧୁ ରହୁଛନ୍ତି ତାହା ଅନ୍ୟ ଜଣକ ନାମରେ ଆଲର୍ଟମେଣ୍ଟ ହୋଇଛି। ମୁଁ ତାଙ୍କୁ କିଛିଦିନ ପାଇଁ ଅନୁରୋଧ କରି ସମ୍ପର୍କିୟଙ୍କୁ ରଖିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri