ବାହାର ଖାଦ୍ୟ ବିପଦ ଡାକୁଛି

ଭୁବନେଶ୍ୱର,୩ା୧୦(ବ୍ୟୁରୋ): କରୋନା ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇବା ପରେ ରାଜ୍ୟରେ ସବୁ ଖୋଲି ଦିଆଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବା ସହ ରାସ୍ତାକଡ଼ ଠେଲା ଜଳଖିଆ ଦୋକାନୀ ପସରା ମେଲି ବସିଛନ୍ତି। କରୋନା କାଳରେ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ବଜାରରେ ଉପଲବ୍ଧ ଖାଦ୍ୟ କେତେ ମାତ୍ରାରେ ନିରାପଦ ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ନିୟମିତ ଯାଞ୍ଚ ହେଉ ନ ଥିବାରୁ ଖାଦ୍ୟପଦାର୍ଥର ମାନକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ବିଶେଷକରି ସହରାଞ୍ଚଳରେ ଏହା ଏକ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି।

କୌଣସି ବିକଳ୍ପ ନ ଥିବାରୁ ସହର ବାହାରୁ ଆସୁଥିବା କିମ୍ବା ଘରେ ରୋଷେଇ କରିପାରୁ ନ ଥିବା ଲୋକମାନେ ବାହାର ଖାଦ୍ୟ ଉପରେ ନିର୍ଭର କରୁଛନ୍ତି। ତେବେ ଏହି ଖାଦ୍ୟ କେତେ ନିରାପଦ ତାହା ମଧ୍ୟ ଜାଣିବା ସମ୍ଭବ ନୁହେଁ। ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଖାଦ୍ୟପଦାର୍ଥଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ ଇତ୍ୟାଦିର ପରୀକ୍ଷା ନିରୀକ୍ଷା କରିବାକୁ ରାଜ୍ୟରେ ଖାଦ୍ୟ ସୁରକ୍ଷା କମିଶନ ଗଠନ କରାଯାଇଛି। ପ୍ରତ୍ୟହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଖାଦ୍ୟ ଉତ୍ପାଦନ ଓ ପ୍ରସ୍ତୁତ କରୁଥିବା ସଂସ୍ଥାଗୁଡ଼ିକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା ପାଇଁ ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ନିର୍ଦ୍ଧାରିତ ଗାଇଡ୍‌ଲାଇନ ଜାରି କରିଛନ୍ତି। ଉକ୍ତ ଗାଇଡ୍‌ଲାଇନ ଅନୁଯାୟୀ ନିୟମିତ ଖାଦ୍ୟ ପଦାର୍ଥ ଯାଞ୍ଚ କରି ପରୀକ୍ଷା କରିବାକୁ ବ୍ୟବସ୍ଥା ରହିଛି। ଯଦିଓ ଖାଦ୍ୟ ସୁରକ୍ଷା ଅଧିକାରୀମାନେ କିଛି ମାତ୍ରାରେ ନମୁନା ସଂଗ୍ରହ କରି ଯାଞ୍ଚ କରୁଛନ୍ତି ତେବେ ତାହା ପର୍ଯ୍ୟାପ୍ତ ହେଉନାହିଁ। ଯେଉଁ ନମୁନା ସଂଗ୍ରହ କରାଯାଉଛି ଖାଦ୍ୟ ପରୀକ୍ଷା ଲାବରେଟୋରି ଅଭାବରୁ ତାହା ମଧ୍ୟ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରାଯାଇ ପାରୁନାହିଁ। ଓଡ଼ିଶାର ଏକମାତ୍ର ଫୁଡ୍‌ ଟେଷ୍ଟିଂ ଲାବରେଟୋରି ଭୁବନେଶ୍ୱରରେ ରହିଛି। ରାଜ୍ୟର ସମସ୍ତ ନମୁନା ପରୀକ୍ଷା କରିବା ଏହି ଲାବରେଟୋରି ପକ୍ଷେ ସହଜ ନୁହେଁ।

ରାଜ୍ୟରେ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଛୋଟବଡ଼ ବ୍ୟବସାୟ ପ୍ରତିଷ୍ଠାନ ଥିବାବେଳେ କର୍ମଚାରୀ ଅଭାବ ଖାଦ୍ୟ ନମୁନା ସଂଗ୍ରହରେ ବାଧକ ହୋଇଛି। ଏଫ୍‌ଏସ୍‌ଏସ୍‌ଏଆଇ ଗାଇଡ୍‌ଲାଇନ ଅନୁଯାୟୀ ପ୍ରତି ୧ ହଜାର ଦୋକାନ ପାଇଁ ଜଣେ ଖାଦ୍ୟ ନିରାପତ୍ତା ଅଧିକାରୀ ରହିବା କଥା। ହେଲେ ୩୦ ଜିଲା, ୫ ମହାନଗର ନିଗମ ଏବଂ ପୁରୀ ପାଇଁ ୩୦ ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ରହିଛନ୍ତି। କମ୍‌ ସଂଖ୍ୟକ କର୍ମଚାରୀ ଥିବାରୁ ନମୁନା ସଂଗ୍ରହ ମଧ୍ୟ ଆଶାନୁରୂପ ହେଉନାହିଁ। ଖାଦ୍ୟ ସୁରକ୍ଷା କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୨୦୨୦-୨୧ରେ ୮୭୫ ଥର ଯାଞ୍ଚ କରାଯାଇ ୪୨୧୯ ନମୁନା ସଂଗ୍ରହ କରାଯାଇଛି। ସେଥିରୁ ୭୮୨ ନମୁନାରେ ତ୍ରୁଟି ଥିବା ପରିଲକ୍ଷିତ ହୋଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

କେବଳ ରନ୍ଧାଖାଦ୍ୟ ନୁହେଁ ବରଂ ତେଲ, ମସଲା, ଘିଅ, ପାଣି, ମାଛ, ମାଂସ, ପନିପରିବା ଆଦି ପ୍ରଚୁର ମାତ୍ରାରେ ଭେଜାଲ ହେଉଛି। ଗତ କିଛିବର୍ଷ ତଳେ ରାଜଧାନୀର ଏକ ହାଟରେ ମାଛରେ ଫର୍ମାଲିନ ଭଳି ବିଷାକ୍ତ ଲେପ ଦିଆଯାଉଥିବା ନମୁନା ପରୀକ୍ଷା ପରେ ଜଣାପଡ଼ିଥିଲା। ଭେଜାଲ କାରବାର ସଂଖ୍ୟା ବଢ଼ି ଚାଲିଥିବାବେଳେ ଧରପଗଡ଼ କମିଯିବା ଯୋଗୁ ଖାଦ୍ୟ ପଦାର୍ଥର ଗୁଣବତ୍ତା ଧୀରେ ଧୀରେ ନିମ୍ନସ୍ତରକୁ ଚାଲିଯାଉଛି। ଅସାଧୁ ବ୍ୟବସାୟୀ ଏହାର ଭରପୂର ଫାଇଦା ଉଠାଉଛନ୍ତି। ଫଳରେ ବଜାରରେ ଅପମିଶ୍ରଣ ବଢ଼ିବା ସହ ଜନସ୍ବାସ୍ଥ୍ୟ ପାଇଁ ଏକ ବଡ଼ କ୍ଷତି ହେଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି ା

ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସୌମ୍ୟଜିତ ବିଶ୍ୱାଳ କହିଛନ୍ତି, ଏକାକୀ ରହୁଥିବାରୁ ରୋଷେଇ କରିବା ସମ୍ଭବ ହେଉନାହିଁ। ବାହାର ଖାଦ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ତେବେ ଦୋକାନରେ ବ୍ୟବହୃତ ତେଲ ଓ ଅନ୍ୟାନ୍ୟ ଜିନିଷ କେତେ ସ୍ବାସ୍ଥ୍ୟୋପଯୋଗୀ ତାହା ଜାଣିବା କଷ୍ଟକର। ଖାଦ୍ୟପଦାର୍ଥ ନିୟମିତ ଯାଞ୍ଚ ହେଲେ ବ୍ୟବସ୍ଥାୟୀ ଖରାପ ଖାଦ୍ୟ ଦେବାକୁ ଭୟ କରନ୍ତେ। ମାତ୍ରା ତାହା ହେଉ ନାହିଁ। ଭଗବାନଙ୍କ ଭରସାରେ ଆମେ ଆଖିବୁଝି ଖାଉଛୁ। ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଭିନ୍ନ ବଡ଼ ବଡ଼ ହୋଟେଲଠାରୁ ଆରମ୍ଭ କରି ଠେଲାଗାଡ଼ି ପର୍ଯ୍ୟନ୍ତ ନମୁନା ସଂଗ୍ରହ କରାଯାଉଛି। ୨୦୧୯-୨୦ରେ ୨୪୭୮ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୨୦୨୦-୨୧ରେ ୩୮୩୨ ଏବଂ ୨୦୨୧-୨୨ରେ ୧୯୦୯ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ମେଳା, ମହୋତ୍ସବ ସମୟରେ ନମୁନା ଯାଞ୍ଚ କରାଯାଉଛି। ଗୋଟିଏ ମୋବାଇଲ ଭ୍ୟାନ ଦ୍ୱାରା ଖାଦ୍ୟପଦାର୍ଥର ମାନ ଯାଞ୍ଚ କରାଯାଉଛି। ଏଥିସହିତ ଏକ ଘରୋଇ ଲାବରେଟୋରି ମାଧ୍ୟମରେ ଖାଦ୍ୟ ନମୁନା ଯାଞ୍ଚ କରାଯାଉଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ଯାଜପୁର ଜିଲାର ସୁକିନ୍ଦାଠାରେ ଆଉ ୪ଟି ଫୁଡ୍‌ ଟେଷ୍ଟିଂ ଲାବୋରେଟୋରି ସ୍ଥାପନ ହେବ। ଜଳଖିଆ ଛଣା ତେଲକୁ ସଂଗ୍ରହ କରିବା ପାଇଁ ଖୁବ୍‌ଶୀଘ୍ର ବ୍ୟବସ୍ଥା କରାଯାଉଛି। ସେହି ତେଲଗୁଡ଼ିକ ବାୟୋ ଡିଜେଲ ପ୍ରସ୍ତୁତିରେ ବ୍ୟବହାର କରାଯିବ। ଏଥିସହିତ କ୍ଲିନ୍‌ ଷ୍ଟ୍ରିଟ୍‌ ଫୁଡ୍‌ ହବ୍‌ ପଟିଆ ଏବଂ ବାଲିଯାତ୍ରା ପଡ଼ିଆରେ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri