ବାହାର ଖାଦ୍ୟ ବିପଦ ଡାକୁଛି

ଭୁବନେଶ୍ୱର,୩ା୧୦(ବ୍ୟୁରୋ): କରୋନା ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇବା ପରେ ରାଜ୍ୟରେ ସବୁ ଖୋଲି ଦିଆଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବା ସହ ରାସ୍ତାକଡ଼ ଠେଲା ଜଳଖିଆ ଦୋକାନୀ ପସରା ମେଲି ବସିଛନ୍ତି। କରୋନା କାଳରେ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ବଜାରରେ ଉପଲବ୍ଧ ଖାଦ୍ୟ କେତେ ମାତ୍ରାରେ ନିରାପଦ ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ନିୟମିତ ଯାଞ୍ଚ ହେଉ ନ ଥିବାରୁ ଖାଦ୍ୟପଦାର୍ଥର ମାନକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ବିଶେଷକରି ସହରାଞ୍ଚଳରେ ଏହା ଏକ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି।

କୌଣସି ବିକଳ୍ପ ନ ଥିବାରୁ ସହର ବାହାରୁ ଆସୁଥିବା କିମ୍ବା ଘରେ ରୋଷେଇ କରିପାରୁ ନ ଥିବା ଲୋକମାନେ ବାହାର ଖାଦ୍ୟ ଉପରେ ନିର୍ଭର କରୁଛନ୍ତି। ତେବେ ଏହି ଖାଦ୍ୟ କେତେ ନିରାପଦ ତାହା ମଧ୍ୟ ଜାଣିବା ସମ୍ଭବ ନୁହେଁ। ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଖାଦ୍ୟପଦାର୍ଥଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ ଇତ୍ୟାଦିର ପରୀକ୍ଷା ନିରୀକ୍ଷା କରିବାକୁ ରାଜ୍ୟରେ ଖାଦ୍ୟ ସୁରକ୍ଷା କମିଶନ ଗଠନ କରାଯାଇଛି। ପ୍ରତ୍ୟହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଖାଦ୍ୟ ଉତ୍ପାଦନ ଓ ପ୍ରସ୍ତୁତ କରୁଥିବା ସଂସ୍ଥାଗୁଡ଼ିକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା ପାଇଁ ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ନିର୍ଦ୍ଧାରିତ ଗାଇଡ୍‌ଲାଇନ ଜାରି କରିଛନ୍ତି। ଉକ୍ତ ଗାଇଡ୍‌ଲାଇନ ଅନୁଯାୟୀ ନିୟମିତ ଖାଦ୍ୟ ପଦାର୍ଥ ଯାଞ୍ଚ କରି ପରୀକ୍ଷା କରିବାକୁ ବ୍ୟବସ୍ଥା ରହିଛି। ଯଦିଓ ଖାଦ୍ୟ ସୁରକ୍ଷା ଅଧିକାରୀମାନେ କିଛି ମାତ୍ରାରେ ନମୁନା ସଂଗ୍ରହ କରି ଯାଞ୍ଚ କରୁଛନ୍ତି ତେବେ ତାହା ପର୍ଯ୍ୟାପ୍ତ ହେଉନାହିଁ। ଯେଉଁ ନମୁନା ସଂଗ୍ରହ କରାଯାଉଛି ଖାଦ୍ୟ ପରୀକ୍ଷା ଲାବରେଟୋରି ଅଭାବରୁ ତାହା ମଧ୍ୟ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରାଯାଇ ପାରୁନାହିଁ। ଓଡ଼ିଶାର ଏକମାତ୍ର ଫୁଡ୍‌ ଟେଷ୍ଟିଂ ଲାବରେଟୋରି ଭୁବନେଶ୍ୱରରେ ରହିଛି। ରାଜ୍ୟର ସମସ୍ତ ନମୁନା ପରୀକ୍ଷା କରିବା ଏହି ଲାବରେଟୋରି ପକ୍ଷେ ସହଜ ନୁହେଁ।

ରାଜ୍ୟରେ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଛୋଟବଡ଼ ବ୍ୟବସାୟ ପ୍ରତିଷ୍ଠାନ ଥିବାବେଳେ କର୍ମଚାରୀ ଅଭାବ ଖାଦ୍ୟ ନମୁନା ସଂଗ୍ରହରେ ବାଧକ ହୋଇଛି। ଏଫ୍‌ଏସ୍‌ଏସ୍‌ଏଆଇ ଗାଇଡ୍‌ଲାଇନ ଅନୁଯାୟୀ ପ୍ରତି ୧ ହଜାର ଦୋକାନ ପାଇଁ ଜଣେ ଖାଦ୍ୟ ନିରାପତ୍ତା ଅଧିକାରୀ ରହିବା କଥା। ହେଲେ ୩୦ ଜିଲା, ୫ ମହାନଗର ନିଗମ ଏବଂ ପୁରୀ ପାଇଁ ୩୦ ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ରହିଛନ୍ତି। କମ୍‌ ସଂଖ୍ୟକ କର୍ମଚାରୀ ଥିବାରୁ ନମୁନା ସଂଗ୍ରହ ମଧ୍ୟ ଆଶାନୁରୂପ ହେଉନାହିଁ। ଖାଦ୍ୟ ସୁରକ୍ଷା କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୨୦୨୦-୨୧ରେ ୮୭୫ ଥର ଯାଞ୍ଚ କରାଯାଇ ୪୨୧୯ ନମୁନା ସଂଗ୍ରହ କରାଯାଇଛି। ସେଥିରୁ ୭୮୨ ନମୁନାରେ ତ୍ରୁଟି ଥିବା ପରିଲକ୍ଷିତ ହୋଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

କେବଳ ରନ୍ଧାଖାଦ୍ୟ ନୁହେଁ ବରଂ ତେଲ, ମସଲା, ଘିଅ, ପାଣି, ମାଛ, ମାଂସ, ପନିପରିବା ଆଦି ପ୍ରଚୁର ମାତ୍ରାରେ ଭେଜାଲ ହେଉଛି। ଗତ କିଛିବର୍ଷ ତଳେ ରାଜଧାନୀର ଏକ ହାଟରେ ମାଛରେ ଫର୍ମାଲିନ ଭଳି ବିଷାକ୍ତ ଲେପ ଦିଆଯାଉଥିବା ନମୁନା ପରୀକ୍ଷା ପରେ ଜଣାପଡ଼ିଥିଲା। ଭେଜାଲ କାରବାର ସଂଖ୍ୟା ବଢ଼ି ଚାଲିଥିବାବେଳେ ଧରପଗଡ଼ କମିଯିବା ଯୋଗୁ ଖାଦ୍ୟ ପଦାର୍ଥର ଗୁଣବତ୍ତା ଧୀରେ ଧୀରେ ନିମ୍ନସ୍ତରକୁ ଚାଲିଯାଉଛି। ଅସାଧୁ ବ୍ୟବସାୟୀ ଏହାର ଭରପୂର ଫାଇଦା ଉଠାଉଛନ୍ତି। ଫଳରେ ବଜାରରେ ଅପମିଶ୍ରଣ ବଢ଼ିବା ସହ ଜନସ୍ବାସ୍ଥ୍ୟ ପାଇଁ ଏକ ବଡ଼ କ୍ଷତି ହେଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି ା

ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସୌମ୍ୟଜିତ ବିଶ୍ୱାଳ କହିଛନ୍ତି, ଏକାକୀ ରହୁଥିବାରୁ ରୋଷେଇ କରିବା ସମ୍ଭବ ହେଉନାହିଁ। ବାହାର ଖାଦ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ତେବେ ଦୋକାନରେ ବ୍ୟବହୃତ ତେଲ ଓ ଅନ୍ୟାନ୍ୟ ଜିନିଷ କେତେ ସ୍ବାସ୍ଥ୍ୟୋପଯୋଗୀ ତାହା ଜାଣିବା କଷ୍ଟକର। ଖାଦ୍ୟପଦାର୍ଥ ନିୟମିତ ଯାଞ୍ଚ ହେଲେ ବ୍ୟବସ୍ଥାୟୀ ଖରାପ ଖାଦ୍ୟ ଦେବାକୁ ଭୟ କରନ୍ତେ। ମାତ୍ରା ତାହା ହେଉ ନାହିଁ। ଭଗବାନଙ୍କ ଭରସାରେ ଆମେ ଆଖିବୁଝି ଖାଉଛୁ। ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଭିନ୍ନ ବଡ଼ ବଡ଼ ହୋଟେଲଠାରୁ ଆରମ୍ଭ କରି ଠେଲାଗାଡ଼ି ପର୍ଯ୍ୟନ୍ତ ନମୁନା ସଂଗ୍ରହ କରାଯାଉଛି। ୨୦୧୯-୨୦ରେ ୨୪୭୮ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୨୦୨୦-୨୧ରେ ୩୮୩୨ ଏବଂ ୨୦୨୧-୨୨ରେ ୧୯୦୯ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ମେଳା, ମହୋତ୍ସବ ସମୟରେ ନମୁନା ଯାଞ୍ଚ କରାଯାଉଛି। ଗୋଟିଏ ମୋବାଇଲ ଭ୍ୟାନ ଦ୍ୱାରା ଖାଦ୍ୟପଦାର୍ଥର ମାନ ଯାଞ୍ଚ କରାଯାଉଛି। ଏଥିସହିତ ଏକ ଘରୋଇ ଲାବରେଟୋରି ମାଧ୍ୟମରେ ଖାଦ୍ୟ ନମୁନା ଯାଞ୍ଚ କରାଯାଉଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ଯାଜପୁର ଜିଲାର ସୁକିନ୍ଦାଠାରେ ଆଉ ୪ଟି ଫୁଡ୍‌ ଟେଷ୍ଟିଂ ଲାବୋରେଟୋରି ସ୍ଥାପନ ହେବ। ଜଳଖିଆ ଛଣା ତେଲକୁ ସଂଗ୍ରହ କରିବା ପାଇଁ ଖୁବ୍‌ଶୀଘ୍ର ବ୍ୟବସ୍ଥା କରାଯାଉଛି। ସେହି ତେଲଗୁଡ଼ିକ ବାୟୋ ଡିଜେଲ ପ୍ରସ୍ତୁତିରେ ବ୍ୟବହାର କରାଯିବ। ଏଥିସହିତ କ୍ଲିନ୍‌ ଷ୍ଟ୍ରିଟ୍‌ ଫୁଡ୍‌ ହବ୍‌ ପଟିଆ ଏବଂ ବାଲିଯାତ୍ରା ପଡ଼ିଆରେ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri