ଉତ୍ପାଦ ବଢ଼ିଛି, ରାଜସ୍ବ କମୁଛି

ଯୋଡ଼ା,୨୮ା୧୦(ମାନସ ମହାନ୍ତି): ଓଡ଼ିଶାର ପ୍ରମୁଖ ଉତ୍ସ ଖଣିରୁ ରାଜସ୍ବର ସିଂହ ଭାଗ ଆଦାୟ ହୋଇଥାଏ। ମାତ୍ର କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ(ଆଇବିଏମ୍‌) ଖଣିଜ ମୂଲ୍ୟର ଯେଉଁ ମୂଲ୍ୟାଙ୍କନ କରୁଛି ତା’ ଦ୍ୱାରା ରାଜ୍ୟ ସରକାର ବ୍ୟାପକ କ୍ଷତି ସହୁଛନ୍ତି। ଖଣି ଖନନ(ଉତ୍ପାଦ) ବୃଦ୍ଧି ପାଉଥିଲେ ସୁଦ୍ଧା ତଦନୁଯାୟୀ ରାଜ୍ୟକୁ ରାଜସ୍ବ ମିଳୁ ନ ଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି।
ପ୍ରକାଶ ଯେ, ୨୦୨୧-୨୨ରେ ଓଡ଼ିଶା ପ୍ରାୟ ୫୦ହଜାର କୋଟି ଟଙ୍କା ଖଣି ରାଜସ୍ବ ପାଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରାୟ ୩୭ ହଜାର କୋଟି ଟଙ୍କା ପାଇଥିଲା। ଯେବେ କି କେବଳ ଯୋଡ଼ା ଖଣି ମଣ୍ଡଳରୁ ୨୦ଲକ୍ଷ ମେଟ୍ରିକ ଟନ୍‌ ଖଣିଜ ୨୦୨୨-୨୩ରେ ଡେସ୍‌ପାଚ ବା ଅଧିକ ପରିବହନ ହୋଇଥିଲା। ଖଣିଜ ପରିବହନ ଅଧିକ ହେବା ସତ୍ତ୍ୱେ ରାଜସ୍ବ କମ୍‌ ହୋଇଥିଲା। ଓଡ଼ିଶାର ସମସ୍ତ ଖଣିରୁ ଉତ୍ପାଦିତ ଖଣିଜର ପରିମାଣ ଓ ମୂଲ୍ୟକୁ ଆଧାର କରି ଖଣି ରାଜସ୍ବ ନିର୍ଦ୍ଧାରଣ ହୋଇଥାଏ। ଏହା ମିନେରାଲ କନ୍‌ଜରଭେଶନ ଆଣ୍ଡ୍‌ ଡେଭଲପମେଣ୍ଟ୍‌ ରୁଲ୍‌ସ୍‌(ଏମ୍‌ସିଡିଆର୍‌) ରୁଲ୍‌ ୨୦୧୭ ଅନୁଯାୟୀ ଆଇବିଏମ ନିର୍ଦ୍ଧାରଣ କରୁଛି। ବିଭିନ୍ନ ଖଣିର ଖଣିଜର ମୂଲ୍ୟ ସମାନ ନ ଥିବାରୁ ଏହାର ଆଭରେଜ ବା ହାରାହାରି ଆନୁପାତିକ ନିର୍ଦ୍ଧାରିତ ମୂଲ୍ୟ ଆଇବିଏମ ନିର୍ଦ୍ଧାରଣ କରିଥାଏ, ଯାହା ରାଜସ୍ବ ହ୍ରାସର ମୂଳ କାରଣ ବୋଲି ବିଭାଗୀୟ ସୂତ୍ରରୁ ଜାଣିବାକୁ ମିଳିଛି।
ଯୋଡ଼ା ଖଣି ମଣ୍ଡଳରେ ଥିବା ୯୪ଖଣିରୁ ୩୧ଟି ଖଣି ଚାଲୁଥିବାବେଳେ ୫୭ଟି ଖଣି ବନ୍ଦ ଅଛି ଓ ୬ଟି ଖଣିକୁ ଟେମ୍ପରାରି ଡେସ୍‌ପାଚ ଅର୍ଡର ମିଳିଛି। ଯୋଡ଼ା ଖଣି ମଣ୍ଡଳରୁ ୨୦୨୧- ୨୨ରେ ୭୧ ମିଲିୟନ ମେଟ୍ରିକ୍‌ ଟନ୍‌ ଖଣିଜ ବିକ୍ରିରୁ ପ୍ରାୟ ୨୫ହଜାର କୋଟି ଟଙ୍କା ରାଜସ୍ବ ମିଳିଥିଲା। ହେଲେ ୨୦୨୨-୨୩ ଆର୍ଥିକ ବର୍ଷରେ ୭୨ମିଲିୟନ ମେଟ୍ରିକ ଟନ୍‌ ଖଣିଜ ବିକ୍ରି ହୋଇ ପୂର୍ବ ରାଜସ୍ବ ଆଦାୟଠାରୁ ପ୍ରାୟ ୯ହଜାର କୋଟି ଟଙ୍କା କମ୍‌ ମିଳିଛି। ଖଣିରୁ ଉତ୍ତୋଳିତ ବଡ଼ ଖଣ୍ଡ ଲୁହାପଥର ବା ଲମ୍ପସ୍‌ ଓର୍‌ର ମୂଲ୍ୟ ଆଇବିଏମ ନିର୍ଦ୍ଧାରଣ କରି ନ ଥିବାରୁ ବିଭିନ୍ନ ଖଣି କମ୍ପାନୀ ବଡ଼ ଲୁହାପଥର ବା ଲମ୍ପ୍‌ସକୁ ଆକାରରେ ପରିବର୍ତ୍ତନ କରି ବା ସାଇଜ୍‌ କ୍ୟାଲିବୋରେରେଡ୍‌ ଓର୍‌ରେ ରୂପାନ୍ତରିତ କରି ପ୍ରାୟ ଟନ୍‌ ପିଛା ୭ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଫଳରେ ରଜସ୍ବ ଆଦାୟ ପୂର୍ବାପେକ୍ଷା କମ୍‌ ରହିଛି।
ଏହା ଏପ୍ରିଲ ୨୦୨୨ରୁ ଚାଲିଥିବାବେଳେ ୨୦୨୨ପୂର୍ବରୁ ଲୁହାପଥର ଲମ୍ପସ୍‌ର ମୂଲ୍ୟ ପ୍ରାୟ ୯,୧୦୦ ଟଙ୍କା ଟନ୍‌ ପିଛାଥିଲା। ମୂଲ୍ୟରେ ପରିବର୍ତ୍ତନ ହେତୁ ରାଜସ୍ବ ହ୍ରାସ ପାଇଛି। ରାଜସ୍ବ ହ୍ରାସ ପାଇବାରୁ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେଶନ(ଡିଏମ୍‌ଏଫ୍‌), ନ୍ୟାଶନାଲ ମିନେରାଲ ଏକ୍ସପ୍ଲୋ ରେଶନ ଟ୍ରଷ୍ଟ (ଏନ୍‌ଏମ୍‌ଇଟି) ହ୍ରାସ ପାଉଛି। ଏତଦ୍‌ ବ୍ୟତୀତ ଅକ୍ସନ ମାଧ୍ୟମରେ ଖଣି ହାତେଇ ଥିବା ଲିଜ୍‌ଧାରୀମାନେ ସରକାରଙ୍କୁ ଦେଉଥିବା ପ୍ରିମିୟମ ଅର୍ଥ ମଧ୍ୟ ପ୍ରଭାବିତ ହେଉଛି। ଏଥିଯୋଗୁ ଖଣି ପ୍ରଭାବିତ ଅଞ୍ଚଳ ପାଇଁ ଆଦାୟ ହେଉଥିବା ଡିଏମ୍‌ଏଫ୍‌ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ୨୦୨୧-୨୨ରେ ୧,୮୦୫ କୋଟି ଆଦାୟ ହୋଇଥିବାବେଳେ ୨୦୨୨- ୨୩ ରେ ପୂର୍ବ ଆର୍ଥିକ ବର୍ଷ ଅନୁପାତରେ ଏହା ହ୍ରାସ ପାଇ ୧,୩୦୦କୋଟି ଟଙ୍କା ଆଦାୟ ହୋଇଥିଲା। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଏଯାବତ୍‌ ମାତ୍ର ୭୮୦ କୋଟି ଟଙ୍କା ଆଦାୟ ହୋଇଥିବା ବିଭାଗୀୟ ସୂଚନା ମିଳିଛି।
ଏ ନେଇ ଖଣି ବିଶେଷଜ୍ଞ ଜ୍ୟୋତି ରଞ୍ଜନ ରାଉତ କହିଛନ୍ତି, ୨୦୨୦ ପରେ ନୂତନ ଖଣି ନୀତି ପ୍ରଣୟନ କରି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ୨୦୨୦ରେ ନୂତନ ନୀତି ଲାଗୁ ହୋଇଥିଲେ ମଧ୍ୟ ଏମ୍‌ସିଡିଆର ରୁଲ୍‌ ୨୦୧୭ରେ ଅପରିବର୍ତ୍ତିତ ରହିଥିଲା, ଯାହାକି ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜସ୍ବ ଆଦାୟରେ ପ୍ରତିବନ୍ଧକ ସାଜିଛି। ଓଡ଼ିଶା ଖଣି ନିଗମର ଲୁହାପଥର ବିକ୍ରି ମୂଲ୍ୟକୁ ଆନୁପାତିକ ମୂଲ୍ୟ ନିର୍ଦ୍ଧାରଣ ହିସାବ ଓ ଖଣି ଗୁଡ଼ିକରୁ ଉତ୍ତୋଳିତ ଖଣିଜର ବିକ୍ରି ନିଲାମ ମାଧ୍ୟମରେ ହେଲେ ରାଜସ୍ବ ବୃଦ୍ଧି ପାଇବ। ରାଜ୍ୟ ସରକାରଙ୍କ ଖଣି ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ଆଇବିଏମ୍‌ ମଧ୍ୟରେ ସମନ୍ବୟ ରକ୍ଷା କରି ଏମ୍‌ସିଡିଆର ରୁଲ୍‌ ୨୦୧୭ରେ ସଂଶୋଧନ କରାଯାଇ ରାଜ୍ୟର ସମୂହ ସ୍ବାର୍ଥକୁ ଦୃଷ୍ଟି ଦେବା ଉଚିତ୍‌ ବୋଲି ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri