ଖୋର୍ଦ୍ଧାରେ ୬୪୫ ଡେଙ୍ଗୁ ଆକ୍ରାନ୍ତ ମଧ୍ୟରୁ ରାଜଧାନୀରେ ୬୦୫

ଭୁବନେଶ୍ୱର,୪।୮ (ବନ୍ଦନା ସେଠୀ): ରାଜଧାନୀବାସୀଙ୍କୁ ଏବେ ଡେଙ୍ଗୁ ଭୟ ଘାରିଛି। ପ୍ରତି ୧୦୦ ନମୁନାରୁ ୧୦ ନମୁନା ପଜିଟିଭ ଚିହ୍ନଟ ହେଉଥିବାବେଳେ ଆକ୍ରାନ୍ତଙ୍କ ହାର ଦିନକୁ ଦିନ ବଢିବାରେ ଲାଗିଛି। ଜୁଲାଇ ଦ୍ବିତୀୟ ସପ୍ତାହରେ ସହରରୁ ଦୈନିକ ୭ରୁ ୧୦ ରୋଗୀ ଚିହ୍ନଟ ହେଉଥିବାବେଳେ ଏବେ ଦୈନିକ ରୋଗୀଙ୍କ ସଂଖ୍ୟା ୪୦ରୁ ୫୦ ମଧ୍ୟରେ ରହୁଛି। ଦୈନିକ ଚିହ୍ନଟ ରୋଗୀଙ୍କ ସଂଖ୍ୟାରେ କିଛି ବ୍ୟାପକ ସୁଧାର ଆସୁନଥିବାବେଳେ ସେପ୍ଟେମ୍ବର ମାସ ଯାଏଁ ଭୁବନେଶ୍ବରରେ ଡେଙ୍ଗୁ ସଂକ୍ରମଣ ପିକ୍‌ରେ ରହିବ ବୋଲି ଭୁବନେଶ୍ବର ମହାନଗର ନିଗମ (ବିଏମସି) ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ପ୍ରତ୍ୟେକ ବର୍ଷ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ପିକ’ରେ ରୁହେ। ତେବେ ଭୁବନେଶ୍ୱର ଏହାର ହଟ୍‌ସ୍ପଟ୍‌ ପାଲଟିଥିବାରୁ ଏନେଇ ଚିନ୍ତା ବଢିଛି। ଗତ ୨୪ଘଣ୍ଟାରେ ଖୋର୍ଦ୍ଧା ଜିଲାରୁ ମୋଟ୍‌ ୪୯ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ କେବଳ ଭୁବନେଶ୍ୱରରୁ ୪୬ଜଣ ରହିଛନ୍ତି। ତେବେ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶଙ୍କ ଘରେ ପୂର୍ବରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସଚେତନ ହେଉ ନ ଥିବାରୁ ରୋଗୀସଂଖ୍ୟା ବୃଦ୍ଧି ପାଉଥିବା ବିଏମସି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।
ଅପରପକ୍ଷେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଖୋର୍ଦ୍ଧାରୁ ୬୪୫ ଜଣ ରୋଗୀ ଥିବାବେଳେ ସେଥିରୁ ଭୁବନେଶ୍ୱରରୁ ୬୦୫ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦୦ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ପର୍ଯ୍ୟାୟକ୍ରମେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ୩୪ ରୋଗୀ ଚିକିତ୍ସାଧୀନ ଥିବାବେଳେ ୨୭୦ରୁ ଊଦ୍ଧର୍‌ବ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରୋଗୀ ସଂଖ୍ୟା ବୃଦ୍ଧପାଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ୭୦ ବେଡ ଯାଏ ବ୍ୟବସ୍ଥା କରାଯାଇଛି। ଡେଙ୍ଗୁ ସ୍ଥତି ରାଜଧାନୀ ଭୁବନେଶ୍ବରରୁ ଦିନକୁ ଦିନ ଉଦବେଗଜନକ ହେବାରେ ଲାଗିଛି। ଜୁନ ଶେଷ ସୁଦ୍ଧା ରାଜ୍ୟରେ ମୋଟ ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ମାତ୍ର ଏବେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି। ଡେଙ୍ଗୁକୁ ନିୟନ୍ତ୍ରଣ କରିବାରେ ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି। ଏବେଠାରୁ ସ୍ଥତି ନସୁଧାରିଲେ ଅଗଷ୍ଟ ଶେଷ ସୁଦ୍ଧା ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହଜାରେ ଟପିବ ବୋଲି ଆଶଙ୍କା କରାଯାଉଛି।

ଭୁବନେଶ୍ୱରେ ଡେଙ୍ଗୁ ସଂକ୍ରମଣ ଏବେ ବିଏମ୍‌ସିର ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ ଡେଙ୍ଗୁ ଦମନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଜୋର୍‌ଦାର ପ୍ରୟାସ ଆରମ୍ଭ ହୋଇଛି। ବିଏମ୍‌ସି ଅଞ୍ଚଳରୁ ମଶା ବଂଶ ଲୋପ କରିବା ପାଇଁ ପାଣି ଜମୁଥିବା ସ୍ଥାନ ଚିହ୍ନଟ, ମଶାତେଲ ସିଞ୍ଚନ, ମଶା ଧୂଆଁ ଦେବା, ଘାସ କାଟିବା ଆଦି ଉପରେ ଗୁରୁତ୍ୱ ଦିଆଯାଇଛି। ଏନେଇ ଗୁରୁବାର ବିଏମ୍‌ସି କାର୍ଯ୍ୟାଳୟରେ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପ୍ରତି ୱାର୍ଡରେ ଡ୍ରାଏ ଡେ ପାଳନକୁ ନିଶ୍ଚତ କରିବା, ସଂପୃକ୍ତ ଟିମ୍‌ ସମ୍ବେଦନଶୀଳ ଅଞ୍ଚଳର କେତେକ ଘରକୁ ଯାଇ ମଶା ଉପତ୍ତ୍ତିସ୍ଥଳ ଦେଖିବା ସହିତ ତାହାକୁ ନଷ୍ଟ କରିବା ଆଦି ଉପରେ କମିଶନର ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ଗୋଷ୍ଠୀ ସଦସ୍ୟ ସମାନ କାର୍ଯ୍ୟକରି ନିଜ ଅଞ୍ଚଳରୁ ମଶା କମାଇବାରେ ସହାୟକ ହେବେ। ଆବଶ୍ୟକ ସ୍ଥଳେ ଡ୍ରାଏ ଡେ କରାଯାଇଥିବା ଘର ବା ଆବାସିକ ଅଞ୍ଚଳକୁ ସ୍ବତନ୍ତ୍ର ଚିହ୍ନ ବା ମାର୍କିଂ କରିବାକୁ କୁହାଯାଇଛି। ଯଦି କେଉଁ ଘରେ ଡେଙ୍ଗୁ ରୋଗୀ ଥାଆନ୍ତି, ତେବେ ସେ ଦିନରାତି କିପରି ମଶାରି ଭିତରେ ରହିବେ ତାହା ବୁଝାଇବା ଏବଂ ପାଳନ ହେଉଛି କି ନାହିଁ କ୍ଷେତ୍ର କର୍ମୀ ଯଥା-ଆଶା, ଅଙ୍ଗନବାଡି କର୍ମୀ, ସ୍ବଚ୍ଛସାଥୀ ଇତ୍ୟାଦିଙ୍କ ମାଧ୍ୟମରେ ବିବରଣୀ ନେବାକୁ କୁହାଯାଇଛି। ଆପାର୍ଟମେଣ୍ଟ ଏବଂ ବୃହତର ଆବାସିକ ଅଞ୍ଚଳର ପାର୍କିଂସ୍ଥଳି ବିଶେଷ ଭାବରେ ଅନ୍ଧାରୁଆ ହୋଇ ରହିଥାଏ ା ତେଣୁ ଟିମ୍‌ର ପରିଦର୍ଶନ ବେଳେ ଏଗୁଡିକୁ ଦେଖି ସଂପୃକ୍ତ ଆବାସିକ ସଂଗଠନକୁ କହିବା ପାଇଁ ନିର୍ଦେଶ ଦିଆଯାଇଛି। ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ଏଜେନ୍ସିକୁ ଘାସ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହା ଖିଲାପ ହୁଏ ତେବେ ତାଙ୍କ ବିରୋଧରେ ପଦକ୍ଷେପ ନେବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri