୧୦,୦୪୧ ରକ୍ତ ନମୁନାରୁ ୨୪୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨ା୮(ବନ୍ଦନା ସେଠୀ): ଚଳିତ ବର୍ଷ ଜୁଲାଇ ୩୦ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ମୋଟ ୧୦ ହଜାର ୪୧ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ୯୪ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଏଥିସହ ଡେଙ୍ଗୁକୁ ପ୍ରତିହତ କରିବା ପାଇଁ ସ୍ବାସ୍ଥ୍ୟ ଟିମ୍‌ ସହିତ ସମନ୍ବୟ ରକ୍ଷା କରି ବିଏମ୍‌ସି ଅଞ୍ଚଳରେ ଡେଙ୍ଗୁ ସର୍ଭେଲାନ୍ସ ୨୦ ଜୁନ୍‌ରୁ ଆରମ୍ଭ ହୋଇଛି। ଡେଙ୍ଗୁ ସଂକ୍ରମଣ ରୋକିବା ପାଇଁ ପ୍ରାୟ ୮୫୦ ସ୍ବେଚ୍ଛାସେବୀ ବିଏମ୍‌ସି ଅଞ୍ଚଳରେ ଘରଘର ବୁଲି ଡେଙ୍ଗୁ ଉତ୍ସଗୁଡିକ ହ୍ରାସ ଉପରେ ସଚେତନତା ସୃଷ୍ଟି କରୁଛନ୍ତି। ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ମଶାବଂଶ ବୃଦ୍ଧି ଉତ୍ସ ହ୍ରାସ ସହିତ ଲାର୍ଭା ବିରୋଧୀ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଥିବା କୁହାଯାଇଛି। ସେହିପରି ଚଳିତ ମାସ ୨୨ ତାରିଖରୁ ସବୁ ଓ୍ବାର୍ଡରେ ଅଟୋ ମାଉଁଡେଟ ଏବଂ ହ୍ୟାଣ୍ଡ ଅପରେଟେଡ୍‌ ଫଗିଂ ବା ମଶାଧୂଆଁ ଦେବା କାର୍ଯ୍ୟକ୍ରମ ଚାଲୁ ରହିଛି।
ଅପରପକ୍ଷେ ଗତବର୍ଷ ତୁଳନାରେ ଚଳିତବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମ୍‌ ରହିଥିବା ସୂଚନା ଦିଆଯାଇଛି। ୨୦୨୩ ଜୁଲାଇରେ ୨୧୯୫ ନମୁନା ଟେଷ୍ଟିଂ ହୋଇଥିବାବେଳେ ଚଳିତବର୍ଷ ଜୁଲାଇରେ ୩୩୧୭ ଟେଷ୍ଟିଂ ହୋଇଛି। ସେହିପରି ୨୦୨୩ରେ ୫୦୯ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୧୯୦ ରହିଛି। ଟେଷ୍ଟ ଓ ପଜିଟିଭ୍‌ ରେଟ୍‌ ୨୦୨୩ରେ ୨୩.୧୯% ରହିଥିବାବେଳେ ୨୦୨୪ରେ ଏହା ୫.୭୩ % ରହିଛି। ନାଗରିକଙ୍କ ସଚେତନତା ବୃଦ୍ଧି ହେତୁ ଏହା ସମ୍ଭବ ହୋଇପାରିଛି। ତେଣୁ ଏହି ସଚେତନତା ବଜାୟ ରଖି ଭୁବନେଶ୍ୱରର ଜନସ୍ବାସ୍ଥ୍ୟକୁ ସମସ୍ତ ଦିଗରୁ ଉନ୍ନତ ରଖିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ସମର୍ପିତ ହୋଇ କାମ କରିବାକୁ ଆହ୍ବାନ

ନୂଆପଡ଼ା,୨୧ା୧ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା କ୍ଷେତ୍ର ବିକାଶ ସମିତି ବୈଠକ ସ୍ଥାନୀୟ ସଦ୍‌ଭାବନା ସଭା ଗୃହଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ...

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri