ପାଣି ଅଭାବରୁ ଆମ ଶୌଚାଳୟରେ ତାଲା

ବ୍ରହ୍ମପୁର ଅଫିସ, ୧୧।୬: ସ୍ବଚ୍ଛ ଓଡିଶା, ସୁସ୍ଥ ଓଡିଶା ଲକ୍ଷ୍ୟ ନେଇ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଗୋଷ୍ଠୀ ଶୌଚାଳୟ ଓ ସର୍ବସାଧାରଣଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କରାଯାଇଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସୁଲଭ ଇଣ୍ଟର ନ୍ୟାଶନାଲ ସୋସିଆଲ ସର୍ଭିସ ସଂସ୍ଥାକୁ ପ୍ରଦାନ କରାଯାଇଛି। କିନ୍ତୁ ଶୌଚାଳୟର ପରିଷ୍କାର ପରିଚ୍ଛନତା ଦାୟିତ୍ୱ ବିଇଏମସି ସାନିଟେସନ ବିଭାଗ ହାତରେ ନ୍ୟସ୍ତ ଅଛି। ସହରର ୧୨ଟି ଶାୈଚାଳୟ ରହିଛି। ସେଥିମଧ୍ୟରୁ ହରିଡାଖଣ୍ଡି, ବଡବଜାର ପରିବା ମାର୍କେଟ, ପାଣ୍ଡବ ନଗର, ନୀଳାଞ୍ଚଳ ସାହି, କାମ୍ପ ସାହି, ପୁରୁଣା ବସଷ୍ଟାଣ୍ଡ, ବିଜିପୁର ଟ୍ୟାଙ୍କ, ଉତ୍ତରେଶ୍ୱର ମନ୍ଦିର, କମାପଲୀ, ଏମକେସିଜି ଓ ମର୍ଦ୍ଦରାଜ ଭେଣ୍ଡିଂ ଜୋନଠାରେ ସୁଲଭ ଶୌଚାଳୟ ରହିଛି। କିନ୍ତୁ ପରିଷ୍କାର ରହୁ ନ ଥିବା କାରଣରୁ ସହରବାସୀ ଓ ପଥଚାରୀ ଶୌଚାଳୟ ବ୍ୟବହାର କରିବାକୁ ନାପସନ୍ଦ କରୁଛନ୍ତି। ଏପରିକି ପାଣି ସୁବିଧା ନ ଥିବା କାରଣରୁ ଶୌଚାଳୟଗୁଡିକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି।
ମହାନଗରର ୨୩ ନଂ. ୱାର୍ଡ ଅନ୍ତର୍ଗତ ପାୟଲ ସିନେମା ହଲ ସମ୍ମୁଖରେ ଥିବା ଆମ ଶାୈଚାଳୟଟି ୨୦୧୬ରେ ପୂର୍ବତନ ବ୍ରହ୍ମପୁର ଏମପି ଡ. ସିଦ୍ଧାନ୍ତ ମହାପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ତାହା ସ୍ଥାନୀୟ ବାସିନ୍ଦାଙ୍କ ବ୍ୟବହାର କ୍ଷେତ୍ରରେ ଉପଯୋଗୀ ହେଲା। ବହୁ ପଥଚାରୀ ମଧ୍ୟ ତାହାକୁ ବ୍ୟବହାର କରି ପାରୁଥିଲେ। ଏଥିରେ ଉଭୟ ମହିଳା ଓ ପୁରୁଷଙ୍କ ନିମନ୍ତେ ସୁବିଧା ରହିଛି। ପୂର୍ବରୁ ସୁଲଭ ଶୌଚାଳୟ ଗୁଡିକରେ ଦେୟ ଆଦାୟ କରାଯାଉଥିବା ବେଳେ ବର୍ତ୍ତମାନ ସୁଲଭ ଶାୈଚାଳୟ ଦେୟ ମୁକ୍ତ ହୋଇଛି। କିନ୍ତୁ ଶାୈଚାଳୟଟିରେ ସବୁ ସୁବିଧା ଥାଇ ମଧ୍ୟ ପାଣି ସମସ୍ୟା ଯୋଗୁ ତାଲା ଝୁଲୁଛି। ଶାୈଚାଳୟକୁ ପାଣି ଯୋଗାଣ ନିମନ୍ତେ ବିଇଏମସି ପକ୍ଷରୁ ପାଣିପମ୍ପ, ପାଇପ ଲାଇନ ଓ ପାଣି ଗଚ୍ଛିତ ରଖିବା ନିମନ୍ତେ ସମ୍ପ ମଧ୍ୟ ରହିଛି। ହେଲେ ପାଇପ ଯୋଗେ ପାଣି ଆସୁ ନାହିଁ। ସମସ୍ୟାକୁ ନେଇ ଏଠାରେ ଦାୟିତ୍ୱରେ ଥିବା କର୍ମଚାରୀ ବିଇଏମସି ସାନିଟେସନ ବିଭାଗକୁ ଅବଗତ କରାଇଥିଲେ। କିନ୍ତୁ ଏଯାବତ ସେ ଦିଗରେ କାୈଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ପୁଣି କିଛିଦିନ ତଳେ ବିଇଏମସି ପକ୍ଷରୁ ପୋଖରୀ ପାଣିକୁ ଶାୈଚାଳୟରେ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଗଲା। ଏହାପରେ ପାଣି ପମ୍ପ ସାହାର୍ଯ୍ୟରେ ପୋଖରୀ ପାଣି ଶାୈଚାଳୟରେ ବ୍ୟବହାର କରାଯାଇଥିଲା। କିନ୍ତୁ ପାଣି ପମ୍ପ ଅଚଳ ହୋଇଯିବା ପରେ ବର୍ତ୍ତମାନ ଶାୈଚାଳୟକୁ ପାଣି ଆସୁ ନାହିଁ। ଯାହାଫଳରେ ବର୍ତ୍ତମାନ ଶାୈଚାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଶାୈଚାଳୟ ସମ୍ମୁଖରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସିମେଣ୍ଟ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଶାୈଚାଳୟ ମଧ୍ୟରେ ପଡି ରହିଛି। ଶାୈଚାଳୟଟି ବ୍ୟବହାର ହେଉ ନ ଥିବା ବେଳେ ଶାୈଚାଳୟ ପରିସରରେ କେଉଁ କାରଣରୁ ରାସ୍ତା ନିର୍ମାଣ ସାମଗ୍ରୀ ରଖାଯାଇଛି ବୋଲି ସାଧାରଣର ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଇଏମସି ସାନିଟେସନ ବିଭାଗ ଏ ବାବଦରେ ଅବଗତ ଥାଇ ମଧ୍ୟ କାୈଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ଏଥିସହ ଶାୈଚାଳୟରେ ଖୁବ ଶୀଘ୍ର ପାଣି ବ୍ୟବସ୍ଥା କରି ଶାୈଚାଳୟଟିକୁ ପୁନଃ ବ୍ୟବହାର୍ଯ୍ୟ ଉପଯୋଗୀ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ବିଇଏମସି ସାନିଟେସନ ବିଭାଗ ଦାୟିତ୍ୱରେ ଥିବା ଡେପୁଟି କମିଶନର ଆର୍ଶୀବାଦ ପରିଡାଙ୍କ ସହ ଯୋଗାଯୋଗ କରିବାରୁ, ବିଭାଗୀୟ କର୍ମଚାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି।