ଦେବତାଙ୍କୁ ଖୁସି କରିବା ଲାଗି ଆଙ୍ଗୁଳି କାଟୁଥିଲେ ପ୍ରାଚୀନ ମଣିଷ, ଅଧ୍ୟୟନରୁ ସ୍ପଷ୍ଟ

ନୂଆଦିଲ୍ଲୀ,୨୬।୧୨:ବର୍ତ୍ତମାନ ବଡି ମୋଡିଫିକେଶନକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି। ଭିନ୍ନ ଦେଖାଯିବାକୁ ଲୋକ ଓଠରେ ଲିପ ଫିଲର କରି ଓଠକୁ ମୋଟା କରିବା ସହ ଆକର୍ଷଣୀୟ କରୁଛନ୍ତି ତ କିଏ ନିଜ ଜିଭକୁ ଦି ଭାଗ କରୁଛନ୍ତି ତ କେହି କେହି ନକଲି ସିଙ୍ଗ ମଧ୍ୟ ଲଗାଉଛନ୍ତି। ଟାଟୁ ଫ୍ୟାଶନ ଚାଲିଥିବାବେଳେ ଅଧିକାଂଶ ଲୋକ ନିଜ ଶରୀରର ୯୦ଭାଗକୁ ଟାଟୁରେ କଭର କରୁଛନ୍ତି।
ଇଏ ତ ରହିଲା ବିଂଶ ଶତାଦ୍ଦୀର ଆଧୁନିକ ଯୁଗର କଥା। ହେଲେ ଏକବିଂଶ ଶତାବ୍ଦୀରେ ଫ୍ୟାଶନ ପାଇଁ ଲୋକେ ନିଜ ହାତର ଗୋଟିଏ ଆଙ୍ଗୁଠି କାଟି ଦେଉଥିଲେ। ଏକ ଅଧ୍ୟୟନରୁ ଏ ସମ୍ପର୍କରେ ଜଣାପଡିଛି।

ଅଧ୍ୟୟନନୁସାରେ, ପ୍ରାଚୀନ ପ୍ରସ୍ତର ଯୁଗରେ ପଶ୍ଚିମ ୟୁରୋପରେ ଉଭୟ ପୁରୁଷ ଓ ମହିଳାମାନେ ଧାର୍ମିକ ରୀତିନୀତକୁ ମାନି ନିଜ ନିଜ ଆଙ୍ଗୁଳି କାଟୁଥିଲେ। ଏହାର ପ୍ରମାଣ ମଧ୍ୟ ମିଳିଛି। ଗୁମ୍ଫାମାନଙ୍କରେ ସେମାନେ ଶତାଧିକ ହାତଛାପ ଚିହ୍ନଟ କରିଛନ୍ତି, ଯେଉଁଥିରେ ଲୋକଙ୍କ ହାତର ଗୋଟିଏ ଆଙ୍ଗୁଳି ନାହିଁ ।

କାନାଡାର ଭ୍ୟାଙ୍କୁଭରରେ ସାଇମନ ଫ୍ରେଜର୍‌ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ ପ୍ରଫେସର ମାର୍କ କୋଲାର୍ଡ କହିଛନ୍ତି, ପ୍ରାଚୀନ ପ୍ରସ୍ତର ଯୁଗରେ ଲୋକମାନେ ଦେବତାଙ୍କ ଆଶିଷ ଲାଭ
ପାଇଁ ଧାର୍ମିକ ପରମ୍ପରା ନାମ ଦେଇ ନିଜର ଆଙ୍ଗୁଳି କାଟୁଥିଲେ। କୋଲାର୍ଡ ନିକଟରେ ୟୁରୋପିଆନ ସୋସାଇଟି ଫର୍‌ ହ୍ୟୁମାନ ଇଭୋଲ୍ୟୁ ସନେରେ ଉକ୍ତ ଅଧ୍ୟୟନର ରିପୋର୍ଟ
ଉପସ୍ଥାପନ କରିଛନ୍ତି । ଏଥିରେ ଫ୍ରାନ୍ସ ଓ ସ୍ପେନର ୨୫ହଜାର ବର୍ଷ ପୁରୁଣା ହାତର ଛାପ ଥିବା ଚିତ୍ର ବିଷୟରେ ବର୍ଣ୍ଣନା କରାଯାଇଛି । ପ୍ରାୟ ପ୍ରତ୍ୟେକ ୨୦୦ ଚିତ୍ରରେ ଲୋକଙ୍କର ଗୋଟିଏ ଆଙ୍ଗୁଳି ନ ଥିବା ଜଣାପଡିଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, କିଛି ଚିତ୍ରରେ ଆଙ୍ଗୁଳିର ଉପର ଅଂଶ ଉଭାନ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri