ଆମ ମୁଖ୍ୟମନ୍ତ୍ରୀ ବହୁତ ଭଲ, ଆଶାଠୁ ଅଧିକ ଦିଅନ୍ତି ଅନୁଦାନ: ପ୍ରଶଂସାରେ ପୋତିଲେ ମନ୍ତ୍ରୀ

ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଗୋଟିଏ ଗଛ ମା’ଙ୍କ ନାମରେ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଘୁମୁସର ଉତ୍ତର ବନଖଣ୍ଡ,ଅଟଳ ଯୁବ ବାହିନୀ, ଜାତୀୟ ସେବା ଯୋଜନା ପୁରୁଷ ଶାଖା (୧), ମହିଳା ଶାଖା (୨), ଯୁବ ରେଡକ୍ରସ, ଏନସିସି ଆର୍ମି ୱିଂଙ୍ଗ, ଏନସିସି ନାଭାଲ ୱିଂଙ୍ଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ମିଳିତ ଭାବେ ହୋଇଥିଲା। ଉକ୍ତ ଉତ୍ସବରେ ଖାଦ୍ୟ,ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଏବଂ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଅନପୋଚାରିକ ଭାବେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା ସମୟରେ କହିଥିଲେ ବିଗତ ସରକାର ସମୟରେ କୃଷି କ୍ଷେତ୍ର ପ୍ରତି ଚାଷୀ ମାନେ ଆଗ୍ରହ ଦେଖାଉନଥିଲେ। ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧାନର ସହାୟକ ମୂଲ୍ୟ ବୃଦ୍ଧି କରିଥିଲେ। ଫଳରେ ଚାଷ କ୍ଷେତ୍ର ପ୍ରତି ଚାଷୀଙ୍କ ପୁଣି ଆଗ୍ରହ ବଢ଼ିଛି। ଯାହାକି ରାଜ୍ୟ ପାଇଁ ଶୁଭଙ୍କର । ଆମ ମୁଖ୍ୟମନ୍ତ୍ରୀ ଜଣେ ବହୁତ ଭଲ ମଣିଷ। ଲୋକ ପ୍ରତିନିଧି ମାନେ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଯେତିକି ଅନୁଦାନ ମାଗନ୍ତି,ତାଠାରୁ ବହୁ ଅଧିକ ଅନୁଦାନ ମୁଖ୍ୟମନ୍ତ୍ରୀ ଦିଅନ୍ତି ବୋଲି ମନ୍ତ୍ରୀ ପାତ୍ର କହିଥିଲେ।

ଏହି ଅବସରରେ ବିଧାୟକ ନାୟକ କଲେଜର ବିକାଶ ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ କହିଥିଲେ। କଲେଜର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ବିଧାୟକ କହିଥିଲେ। ଉପଜିଲାପାଳ ଉମାଶଙ୍କର ବେହେରା, ଏସିଏଫ ବିବେକ କୁମାର ଦାସ, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ, କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ରଥ, ହର ପ୍ରସାଦ ଶତପଥୀ, ବିତ ଅଧିକାରୀ ସନାତନ ବେହେରା, ଦୁର୍ଗା ପ୍ରସାଦ ସାହୁ, ଏମ ପି ପ୍ରତିନିଧି ସନ୍ତୋଷ ତିଆଡି, ରବିନ୍ଦ୍ର ଗୌଡ, ମହେନ୍ଦ୍ର କୁମାର ପଣ୍ଡା, ଭାଜପା ଭଞ୍ଜନଗର ସାଂଗଠନିକ ଜିଲ୍ଲା ସଭାପତି ନୀଳ ମାଧବ ପାତ୍ର , ଭାଜପା ନଗର ସଭାପତି ିଷ୍ଠୁ ପ୍ରସାଦ ପ୍ରଧାନ, ମାନସ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଜାତୀୟ ସେବା ଯୋଜନା ପୁରୁଷ ଶାଖା (୧) ଅଧିକାରୀ ବି ପ୍ରଧାନ, ମହିଳା ଶାଖା ଅଧିକାରୀ ସସ୍ମିତା ଦାସ, ରେଡକ୍ରସ ଅଧିକାରୀ ବିଦେଶୀ ରାଉତ,ଏନସିସି ଆର୍ମି ୱିଂଙ୍ଗ ସିଟି ଓ ଅର୍ପଣ ପ୍ରଧାନ, ଏନସିସି ନାଭାଲ ୱିଂଙ୍ଗ ସିଟି ଓ ବିଭୂତି ଗୌଡ଼, ବନପାଳ ବାବୁଲ ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଏହାପରେ ମନ୍ତ୍ରୀ ସେଠାରୁ ଚକରା ଘାଟି ପରିଦର୍ଶନ କରିବାକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri