କଟକ,୩୦ା୭: Odisha Teacher Eligibility Test (OTET) ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଚଳାଇବା ସହ ବୋର୍ଡ ଅଫିସର ଜଣେ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନାରୁ ପ୍ରକାଶ। କ୍ରାଇମବ୍ରାଞ୍ଚ ବୋର୍ଡ ଅଫିସ୍ର କର୍ମଚାରୀଙ୍କୁ ଜେରା କରୁଥିବା ଜଣାପଡ଼ିଛି। ସେହିପରି ଗତକାଲି ଅର୍ଥାତ୍ ମଙ୍ଗଳବାର ରାୟଗଡ଼ା ଜିଲାରୁ ଜଣେ ଶିକ୍ଷକଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା।


