ଧରାପଡ଼ିଲା ଓଟିଇଟି ପ୍ରମାଣପତ୍ର ଜାଲିଆତି

ଯାଜପୁର ଅଫିସ,୪ା୮:ରାଜ୍ୟର କୋଣ ଅନୁକୋଣରେ ପୂର୍ବରୁ ନକଲି ବିଏଡ୍‌/ସିଟି ଡିଗ୍ରୀଧାରୀ ଶିକ୍ଷୟିତ୍ରୀଶିକ୍ଷକଙ୍କ ରହସ୍ୟ ଉନ୍ମୋଚନ ହୋଇ ଥିବାବେଳେ ଏବେ ପୁଣି ଓଟିଇଟି(ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ)ପ୍ରମାଣପତ୍ର ଜାଲିଆତି ଧରାପଡ଼ିଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟ ଆଧାରରେ ଏହା ସ୍ପଷ୍ଟ ହୋଇଛି। ଆର୍‌ଟିଆଇ କର୍ମୀ ଭଦ୍ରକ ଜିଲାର ଅଭିମନ୍ୟୁ ବାରିକ ନକଲି ଓଟିଇଟି ଡିଗ୍ରୀଧାରୀ ଜଣେ ଶିକ୍ଷକଙ୍କ ନାମରେ ୧୯ା୩ା୨୦୨୧ରେ ଯାଜପୁର ଜିଲା ଶିକ୍ଷାଧିକାରୀ ଏବଂ ୯ା୬ା୨୦୨୧ରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ସତ୍ୟବ୍ରତ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ନୀତିରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ତଦନ୍ତରେ ୩ଜଣ ଶିକ୍ଷକ ଜାଲ୍‌ ଓଟିଇଟି ପ୍ରମାଣପତ୍ର (ସାର୍ଟିଫିକେଟ)ଦାଖଲ କରି ଇନକ୍ରିମେଣ୍ଟ ସୁବିଧା ପାଇଥିବା ଜଣାପଡ଼ିଛି। ୨୭ା୭ା୨୦୨୧ରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବଡ଼ଚଣା ବିଇଓ (ବ୍ଲକ ଏଜୁକେଶନ ଅଫିସର)ଙ୍କୁ ସମ୍ପୃକ୍ତ ଶିକ୍ଷକମାନଙ୍କ ବିରୋଧରେ ମାସକ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ)ର ଯୁଗ୍ମ ନିର୍ଦ୍ଦେଶକ ଓ ନୋଡାଲ ଅଫିସର ତାଙ୍କ ପତ୍ରସଂଖ୍ୟା ୧୨୨୨୫/୨୯ା୭ା୨୦୨୧ରେ ଯାଜପୁର ଜିଲା ଶିକ୍ଷାଧିକାରୀ ଓ ବଡ଼ଚଣା ବିଇଓଙ୍କୁ ପ୍ରମାଣପତ୍ର, ମାର୍କଶିଟ ଆଦି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଶିକ୍ଷକ ଜାଲ୍‌ ପ୍ରମାଣପତ୍ର ଦାଖଲ କରିଥିବା ପ୍ରମାଣିତ ହେଲେ ଓସିଏସ୍‌(ସିସିଏ)ନିୟମ-୧୯୬୨ ଅନୁସାରେ ଚାକିରିରୁ ବହିଷ୍କାର କରିବା ସହ ସ୍ଥାନୀୟ ପୋଲିସ ଷ୍ଟେଶନରେ ଏଫଆଇଆର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ସ୍କୁଲ ଓ ଗଣଶିକ୍ଷା ବିଭାଗ ପତ୍ର ସଂଖ୍ୟା ୨୦୭୧୦/୩୦ା୧୧ା୨୦୧୫, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଉପନିର୍ଦ୍ଦେଶକ ପତ୍ରସଂଖ୍ୟା ୬୯୨୮/୧୮ା୪ା୨୦୧୬, ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ବି.ଏନ୍‌. ପ୍ରଧାନ ତାଙ୍କ ପତ୍ରସଂଖ୍ୟା ୧୭୦୯୯/୨୬ା୮ା୨୦୧୬ରେ ନକଲି ଶିକ୍ଷକଙ୍କ ପ୍ରମାଣପତ୍ର ଆଦି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହିସବୁ ନିର୍ଦ୍ଦେଶ ନାଲିଫିତା ତଳେ ଚାପିହୋଇ ରହିଛି। ସେହିପରି ଡିଇଇଙ୍କ ପକ୍ଷରୁ ୩୦୪୫୯/୩ା୧୨ା୨୦୧୯, ୩୨୨୫୯/୨୦ା୧୨ା୨୦୧୯, ୨୦୮୪/୨୨ା୧ା୨୦୨୦ ଏବଂ ୧୦୩୬୫/୪ା୬ା୨୦୨୦ ରେ ଅଭିଯୁକ୍ତ ନକଲି ଶିକ୍ଷୟିତ୍ରୀଶିକ୍ଷକଙ୍କ ପ୍ରମାଣପତ୍ର ଆଦି ଯାଞ୍ଚ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଜିଲାସ୍ତରରେ କୌଣସି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବାରୁ ଡିଇଇ ପକ୍ଷରୁ ଉପନିର୍ଦ୍ଦେଶକ ଓ ନୋଡାଲ ଅଧିକାରୀ ଉଦ୍‌ବେଗ ପ୍ରକାଶ କରି ପୁଣି ଥରେ ତାଙ୍କ ପତ୍ରସଂଖ୍ୟା ୧୯୧୬୬/୨୯ା୧୦ା୨୦୨୦ରେ ପ୍ରମାଣପତ୍ରଗୁଡିକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଜାଲ୍‌ ପ୍ରମାଣପତ୍ରଧାରୀଙ୍କ ସଂଖ୍ୟା ବଢୁଥିବା ଏହି ଓଟିଇଟି ମାମଲାରୁ ସ୍ପଷ୍ଟ ହୋଇଛି ବୋଲି ମତପ୍ରକାଶ ପାଇଛି।
ଆର୍‌ଟିଆଇରୁ ମିଳିଥିବା ତଥ୍ୟ ଅନୁସାରେ, ୨୧ା୧୧ା୨୦୧୯ରେ ଓଟିଇଟି ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ ୪୬,୮୨୨ ଜଣ ପରୀକ୍ଷାର୍ଥୀ ଉପକୃତ ହୋଇଥିଲେ। କିନ୍ତୁ ୧୮୧୩୦୦୨୨୫୫, ୧୮୧୩୦୧୦୦୬୭ ଓ ୧୮୧୧୩୦୬୦୧୧ ରୋଲ ନମ୍ବର ପରୀକ୍ଷାର୍ଥୀ ଉପକୃତ ହୋଇ ନ ଥିଲେ। ଏଥିରେ ବଡ଼ଚଣା ବ୍ଲକର ସହକାରୀ ଶିକ୍ଷକ ଅନିୟ କୁମାର ବରାଳ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ଆର୍‌ଟିଆଇ କର୍ମୀ ବାରିକ ଅଭିଯୋଗ ଆଣିଥିଲେ। ଅଭିଯୋଗକୁ ଭିତ୍ତିକରି ଯାଜପୁର ଜିଲା ଶିକ୍ଷା ବିଭାଗ ୧୦ ଜଣ ଶିକ୍ଷକଙ୍କ ନାମରେ ବୋର୍ଡ ଅଫ ସେକେଣ୍ଡାରି ଏଜୁକେଶନକୁ ଆବଶ୍ୟକ ତଥ୍ୟ ମାଗିଥିଲେ। ୨୭ା୭ା୨୦୨୧ରେ ବୋର୍ଡ ଅଫ ସେକେଣ୍ଡାରିରୁ ମିଳିଥିବା ତଥ୍ୟରେ ଶିକ୍ଷକ ଅନିୟଙ୍କ ସମେତ ରେଜିଆ ସୁଲତାନା ଓ ଜୟନ୍ତୀ ସାହୁ ଜାଲ୍‌ ଓଟିଇଟି ପ୍ରମାଣପତ୍ର ଦାଖଲ କରିଥିବା ଜିଲା ଶିକ୍ଷା ବିଭାଗରୁ ସୂଚନା ମିଳିଛି। ତେବେ ପୂର୍ବରୁ ଜାଲ୍‌ ପ୍ରମାଣପତ୍ରଧାରୀ ଶିକ୍ଷକଙ୍କ ବିରୋଧରେ କୋହଳ ମନୋଭାବ ପୋଷଣ କରୁଥିବା ଦୃଷ୍ଟାନ୍ତ ରହିଛି। ରାଜ୍ୟରେ ଏଭଳି ଶତାଧିକ ନକଲି ଓଟିଇଟି ପ୍ରମାଣପତ୍ର ଧାରୀ ଶିକ୍ଷକ ନିଯୁକ୍ତି ପାଇଥିବା ପୂର୍ବରୁ ଅଭିଯୋଗ ହୋଇଛି। ତେଣୁ ରାଜ୍ୟ ସରକାର ଏହି ନକଲି ଶିକ୍ଷକଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ସମୟରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ସମୟ କହିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri