ମୋବାଇଲରେ ଘୂରିଲା ଓଟିଇଟି ଉତ୍ତର

ରାୟଗଡ଼ା,୧୮ା୮(ଆଶିଷ ରଞ୍ଜନ ପଣ୍ଡା): ଓଡ଼ିଶା ଟିଚର୍ସ ଇଲିଜିବିଲିଟ୍‌ ଟେଷ୍ଟ (ଓଟିଇଟି) ପରୀକ୍ଷା ରାୟଗଡ଼ା ଜିଲାର ବିଭିନ୍ନ କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଆରମ୍ଭ ପୂର୍ବରୁ ଆସିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ମୋବାଇଲରୁ ମୋବାଇଲ ଘୂରି ବୁଲୁଥିବା ସହ ଏହାର ଜେରକ୍ସ ବଜାରରେ ମିଳୁଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ଅପରାହ୍ନରୁ ଏହା ଚର୍ଚ୍ଚା ହେଉଥିବା ବେଳେ ଶନିବାର ପୂର୍ବାହ୍ନରେ ପରୀକ୍ଷାର୍ଥୀ କେନ୍ଦ୍ରକୁ ଯିବା ପୂର୍ବରୁ ଉତ୍ତରପତ୍ର ପିଲାଙ୍କ ନିକଟରେ ଥିଲା। ତେବେ ଏହି ଉତ୍ତରପତ୍ର ଚଳିତ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନର କି ନୁହେଁ ତାହା ତଦନ୍ତ ପରେ ଜଣାପଡ଼ିବ।
ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକଙ୍କୁ ପଚାରିବାରୁ ଆମ ତରଫରୁ କୌଣସି ପ୍ରଶ୍ନପତ୍ର ବେନିୟମ ଭାବେ ଖୋଲାଯାଇନାହିଁ। ଠିକ୍‌ ସମୟରେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲାଯାଇଛି। ତେଣୁ ଏହି ଉତ୍ତରପତ୍ର ପ୍ରଘଟ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ନାୟକ କହିଛନ୍ତି। ଧଳା କାଗଜରେ ଲେଖାଯାଇ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବା ଏହି ଉତ୍ତରପତ୍ର ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି। ଏହି ଉତ୍ତରପତ୍ର ପରୀକ୍ଷାର୍ଥୀଙ୍କୁ ଚଢ଼ା ଦରରେ ବିକ୍ରିକରି ମୋଟା ଅଙ୍କର ଅର୍ଥ ଆଦାୟ କରିବା ପାଇଁ ଦଲାଲମାନେ ଏଭଳି କରିଥାଇପାରନ୍ତି ବୋଲି ପରୀକ୍ଷାର୍ଥୀମାନେ କହିଛନ୍ତି। ସୂଚନାଯୋଗ୍ୟ, ରାୟଗଡ଼ା ଜିଲାର ୮ କେନ୍ଦ୍ରରେ ମୋଟ ୩,୩୮୪ଜଣ ଓଟିଇଟି ପରୀକ୍ଷା ଦେଇଛନ୍ତି। ସେଥିରୁ ପେପର-୧ ରେ ୯୬୧, ପେପର-୨ ରେ ୨୪୨୩ ପରୀକ୍ଷାର୍ଥୀ ରହିଛନ୍ତି। ତେବେ ଶୁକ୍ରବାର ଅପରାହ୍ନରୁ ଏହି ଉତ୍ତରପତ୍ର ମୋବାଇଲରେ ଭାଇରାଲ ହୋଇଛି। ଏ ନେଇ ଏକ ଅଡିଓ ରେକର୍ଡିଂ ମଧ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ବେଳେ ଏଥିରେ ଦଲାଲ ଜଣକ ଉତ୍ତରପତ୍ର ରହିଥିବା ଓ ରେକର୍ଡିଂ ଚାଲିଥିବା କହି ରାୟଗଡ଼ା ଆସି ମିଶିବାକୁ କହୁଥିବା ଜଣାପଡ଼ିଛି। ଗଣିତ, ଓଡ଼ିଆ, ଇଂଲିଶ ଓ ସିଡିପି ଏହିଭଳି ଚାରିଟି ବିଷୟର ପ୍ରାୟ ୧୦୦ ଟି ଉତ୍ତର ଥିବା ଦୁଇଟି କାଗଜର ଜେରକ୍ସ ହୋଇ ମୋବାଇଲରୁ ମୋବାଇଲ ଘୂରିବୁଲୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri