ଓଏସ୍‌ଏସ୍‌ସି ପରୀକ୍ଷାର୍ଥୀଙ୍କୁ ଅପହରଣ ପରେ ଲୁଟ୍‌: ଦୁଇ ଗିରଫ

କଟକ,୩ା୭(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ(ଓଏସଏସସି) ପରୀକ୍ଷା ଦେବାକୁ ଆସିଥିବା ଜଣେ ପରୀକ୍ଷାର୍ଥୀ ଅପହରଣ ପରେ ଲୁଟ୍‌ର ଶିକାର ହୋଇଛନ୍ତି। ପରୀକ୍ଷାର୍ଥୀଙ୍କ ଘର କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଦା ଅଞ୍ଚଳରେ। ଏନେଇ ସିଡିଏ ଫେଜ ୨ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଦୁଇ ପେଶାଦାର ଲୁଟେରାଙ୍କୁ ବୁଧବାର ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଲାଲବାଗ ଥାନା ଅନ୍ତର୍ଗତ ଜଗନ୍ନାଥବଲ୍ଲଭ ଅଞ୍ଚଳର ସୋହେବ ଖାଁ(୨୪) ଏବଂ ରୋହିତ୍‌ ଖାଁ(୧୯)। ସେମାନଙ୍କ ନିକଟରୁ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି।
ସୂଚନାନୁଯାୟୀ, କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଦା ଅଞ୍ଚଳର ନିଲେଶ ମହାନ୍ତି କଟକ ଫୁଲନଖରାରେ ଏକ ପରୀକ୍ଷା କେନ୍ଦ୍ରରେ ଷ୍ଟାଫ ସିଲେକ୍ସନ କମିଶନର ସିଏଚ୍‌ଏସ୍‌ଏଲ୍‌ ପରୀକ୍ଷା ଦେବାକୁ ଆସିଥିଲେ। ସୂଚୀ ଅନୁଯାୟୀ ୨ ତାରିଖ ସକାଳ ୭ଟାରେ ପରୀକ୍ଷା ଥିଲା। ସେ ଅନ୍ୟ ଜଣେ ବନ୍ଧୁଙ୍କ ସହ ୧ ତାରିଖ ରାତି ୧୨ଟା ବେଳେ କଟକ ରେଳଷ୍ଟେଶନରେ ପହଞ୍ଚିଥିଲେ। ତେବେ ରାତି ହୋଇଥିବାର ଉଭୟେ ଷ୍ଟେଶନରେ ଅଟକିଥିଲେ। ୨ ତାରିଖ ଭୋର ପ୍ରାୟ ୫ଟା ବେଳେ ସେ ଷ୍ଟେଶନରୁ ଚାଲିଚାଲି ମୁଖ୍ୟ ରାସ୍ତାକୁ ଆସିଥିଲେ। ଫୁଲନଖରା ଯିବା ପାଇଁ ଗାଡ଼ିକୁ ଅପେକ୍ଷା କରିଥିବା ବେଳେ ସୋହେବ ଓ ରୋହିତ୍‌ ସେଠାରେ ଏକ ବାଇକ୍‌ରେ ପହଞ୍ଚିଥିଲେ। ନିଲେଶଙ୍କୁ କୁଆଡ଼େ ଯିବେ ବୋଲି ସେମାନେ ପଚାରିଥିଲେ। ସେ ସେମାନଙ୍କୁ ଫୁଲନଖରା ଯିବେ କହିବାରୁ ସେମାନେ ଫୁଲନଖରା ଯାଉଥିବା କହି ସାଙ୍ଗରେ ଯିବାକୁ ଡାକିଥିଲେ। ଦୁହେଁ ନିଲେଶଙ୍କୁ ଫୁଲନଖରା ନେବା ବଦଳରେ ପ୍ରଥମେ ସିଡିଏ ସେକ୍ଟର-୧୦ ଅଞ୍ଚଳକୁ ନେଇଯାଇଥିଲେ। ସେଠାରେ ଥିବା ଏକ ଏଟିଏମ କାଉଣ୍ଟରକୁ ନେଇ ନିଲେଶଙ୍କ ଏଟିଏମରୁ ଟଙ୍କା ଉଠାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବାରୁ ଟଙ୍କା ମଗାଇବାକୁ ଧମକାଇଥିଲେ। ନିଲେଶ ଭୟଭୀତ ହୋଇ ତାଙ୍କ ବାପାଙ୍କୁ ଫୋନ କରି ଟଙ୍କା ଦେବାକୁ କହିଥିଲେ। ବାପା ଟଙ୍କା ଦେବା ପରେ ଦୁଇ ଲୁଟେରା ତାଙ୍କୁ ଧରି ସେକ୍ଟର ୧୧ ଏଚଡିଏଫସି ବ୍ୟାଙ୍କର ଏକ ଏଟିଏମ ଯାଇଥିଲେ। ସେଠାରେ ତାଙ୍କ ଆକାଉଣ୍ଟରୁ ସେମାନେ ୧୦ ହଜାର ଟଙ୍କା ଉଠାଇଥିଲେ। ପୁଣି ନିକଟରେ ଥିବା ଆଉ ଏକ ଏଟିଏମ କାଉଣ୍ଟରକୁ ନେଇଥିଲେ। ସେଠାରେ ଥିବା ସୁରକ୍ଷାକର୍ମୀଙ୍କ ସନ୍ଦେହ ହେବା ଆଶଙ୍କା କରି ଲୁଟେରାଦ୍ବୟ ସେଠାରୁ ଫେରାର ହୋଇଯାଇଥିଲେ। ସେମାନେ ନିଲେଶଙ୍କ ନିକଟରୁ ୧୦ ହଜାର ଟଙ୍କା ନେବା ସହିତ ତାଙ୍କ ହାତ ଘଣ୍ଟା, ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ଏହାପରେ ସେମାନେ ବାଇକରେ ଫେରାର ହୋଇଯାଇଥିଲେ।
ସେଠାରୁ ନିଲେଶ ଫୁଲନଖରାସ୍ଥିତ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଥିଲେ। ପରୀକ୍ଷା କେନ୍ଦ୍ରରୁ ଫେରିବା ପରେ ସିଡିଏ ଫେଜ ୨ ଥାନାରେ ସେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଟିଏମ କାଉଣ୍ଟର ଓ ଷ୍ଟେଶନ ବଜାର ଆଖପାଖରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ପୋଲିସ ଏହି ଦୁଇ ପେଶାଦାର ଲୁଟେରାଙ୍କ ଫଟୋ ଠାବ କରିବା ପରେ ଗିରଫ କରିଛି। ସୋହେବ ବିରୋଧରେ ୭ଟି ମାମଲା, ରୋହିତ ବିରୋଧରେ ୯ଟି ମାମଲା ଲାଲବାଗ, ମର୍କତନଗର, ଚାଉଳିଆଗଞ୍ଜ, ସିଆରଆଇଆଇ, କ୍ୟାଣ୍ଟନମେଣ୍ଟ ଥାନାରେ ରହିଛି। ଏହି ଦୁଇ ଜଣ ଲୁଟ, ଚୋରି, ଛିନତାଇ ଭଳି ସମ୍ପତ୍ତି ଜନିତ ଆପରାଧିକ ମାମଲାରେ ଅନେକ ସମୟରେ ସମ୍ପୃକ୍ତ ଥିବା ତଦନ୍ତ ସମୟରେ ଜଣାପଡ଼ିଛି ବୋଲି ସିଡିଏ ଫେଜ ୨ ଥାନା ଆଇଆଇସି ପ୍ରିୟଦର୍ଶନୀ ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri