ସାଲୁର୍‌ ଘାଟରେ OSRTC ବସରେ ଲାଗିଗଲା ନିଆଁ , ଘାଟି ଉଠୁଥିବାବେଳେ ହଠାତ୍‌…

ପଟ୍ଟାଙ୍ଗି,୬।୧୧(ଶରତ କୁମାର ଧଳ): କୋରାପୁଟ ଜିଲାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ରାଜ୍ୟର ସାଲୁର୍‌ ଘାଟରେ ଭୋର୍‌ ସକାଳୁ ଏକ OSRTC ବସରେ ନିଆଁ ଲାଗି ଯାଇଛି। ଏହି ଘଟଣାରେ ବସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ସହ ଘଟଣା ସ୍ଥଳ ଦେଇ ଉଭୟ ଆନ୍ଧ୍ର ଏବଂ ଓଡିଶାର କୋରାପୁଟ ଅଭିମୁଖେ ଆସୁଥିବା ସମସ୍ତ ଯାନବାହନ ଅଟକି ରହିଥିବା ବେଳେ ରାସ୍ତା ଜାମ ହୋଇ ଥିବା ଜଣାପଡିଛି ।

ସୂଚନା ଅନୁଯାଇ ଆନ୍ଧ୍ର ରାଜ୍ୟର ବିଜୟନଗରମ ଠାରୁ ଭୋର୍‌ ସକାଳୁ ୫ଟା ସମୟରେ ଓଡିଶାର ଜୟପୁର ଅଭିମୁଖେ ଆସୁଥିବା OSRTC ବସ OD10 S 6754 ଉକ୍ତ ବସଟି ସାଲୁର୍‌ ଘାଟରେ ପହଞ୍ଚିବାବେଳେ ପ୍ରାୟ ୭ଟା ୨୦ ମିନିଟ ରେ ହଠାତ ନିଆଁ ଲାଗି ଯାଇଥିଲା। କିନ୍ତୁ ବସରେ ରହିଥିବା ଦୁଇ ଯାତ୍ରୀଙ୍କ ସହ ବସ ଡ୍ରାଇଭର ଓ କଣ୍ଡକ୍ଟର ସୁରକ୍ଷିତ ଭାବେ ଓହ୍ଲାଇ ପଡିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବସ ଡ୍ରାଇଭରଙ୍କ କହିବା ଅନୁସାରେ ବସଟି ଘାଟି ଉଠୁଥିବା ସମୟରେ ବସର ଡେକ୍ସ ବୋର୍ଡରୁ ସଟ ସର୍କିଟ ହେବା ଫଳରେ ହଠାତ ନିଆଁ ଲାଗି ଯାଇଥିଲା । ବସରେ ରହିଥିବା ନିଆଁ ନିୟନ୍ତ୍ରଣ ଗ୍ୟାସ ରହିଥିବା ବେଳେ ଉକ୍ତ ଗ୍ୟାସରେ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ନିଆଁ ଲିଭି ନ ଥିଲା । ଏପରି କି ଘଟଣାସ୍ଥଳ ଦେଇ ଯାଉଥିବା ଅନ୍ୟ ଗାଡ଼ିରୁ ମଧ୍ୟ ଗ୍ୟାସ ଆଣି ନିଆଁ ଲିଭାଇବା ପାଇଁ ଚେଷ୍ଟା କରା ଯାଇଥିଲେ ମଧ୍ୟ ନିଆଁ ଲିଭି ନ ଥିଲା ବୋଲି ପ୍ରକାଶ କରିଛନ୍ତି । ବସରେ ନିଆଁ ଲାଗି ଯାଇଥିବା ଖବର ପାଇ ଆନ୍ଧ୍ର ରାଜ୍ୟର ସାଲୁର୍‌ ଅଗ୍ନିଶମ ବିଭାଗ ଓ ପୋଲିସ କର୍ମଚାରୀ ଘଟଣା ସ୍ଥଳେ ପହଞ୍ଚି ବସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପରେ ଘଟଣା ସ୍ଥଳ ଦେଇ ସମସ୍ତ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ବିଜୟନଗରମ ଡି ଏମ ରବିନ୍ଦ୍ର କୁମାର ବେହେରା ଘଟଣା ସ୍ଥଳକୁ ବାହାରି ଥିବା ବେଳେ ଜୟପୁର ଡି ଏମ ଇଶ୍ୱର ମହାପାତ୍ର ଦାୟିତ୍ୱରେ ରହିଥିବାରୁ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ଏଠାରେ ସୂଚନା ଥାଉ କି ବସଟି ଗତ ଦୁଇଦିନ ହେଲା ସ୍ବତନ୍ତ୍ର ବସ ଭାବେ ବିଜୟନଗରମରୁ ଜୟପୁର ଅଭିମୁଖେ ଚାଲିବା ଆରମ୍ଭ ହୋଇଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri