ଓସ୍କାର ବିଜେତାଙ୍କୁ କିପରି ଚୟନ କରାଯାଏ, ଜାଣନ୍ତୁ…

ମୁମ୍ବାଇ: ଓସ୍କାର ଆଓ୍ବାର୍ଡ ମନୋରଞ୍ଜନ ଜଗତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଭାବରେ ପରିଗଣିତ ହୁଏ। ତେବେ ସୋମବାର ଓସ୍କାର ପୁରସ୍କାର ଘୋଷଣା କରାଯାଇଛି। ଯେଉଁଥିରେ ଭାରତ ଦୁଇଟି ପୁରସ୍କାର ଜିତିଛି। ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ନାଟୁ-ନାଟୁ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ସେହିପରି ‘ଦ ଏଲିଫ୍ୟାଣ୍ଟ ହ୍ବିସପର୍ସ’ ବେଷ୍ଟ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ଓସ୍କାର ଜିତିଛି। ତେବେ ଏଭଳି ପରିସ୍ଥିତିରେ ସମସ୍ତେ ଜାଣିବାକୁ ଉତ୍ସାହ ଥିବେ ଯେ,ଏହି ପୁରସ୍କାରରେ ବିଜେତାମାନଙ୍କୁ କିପରି ଚୟନ କରାଯାଇଥାଏ। କହିରଖୁଛୁ, ଓସ୍କାର ଆଓ୍ବାର୍ଡରେ ବିଜେତାଙ୍କୁ ଚୟନ କରିବାକୁ ଭୋଟିଂ ସାହାଯ୍ୟ ନିଆଯାଏ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଅତ୍ୟନ୍ତ ସ୍ବଚ୍ଛ ଭାବରେ କରାଯାଇଥାଏ। ଓସ୍କାର ସମାରୋହର କିଛି ଦିନ ପୂର୍ବରୁ ମତଦାନ ହୁଏ।

ଚଳିତ ବର୍ଷ ଓସ୍କାର ପାଇଁ ମାର୍ଚ୍ଚ ୨ରୁ ମତଦାନ ଆରମ୍ଭ ହୋଇ ୭ ମାର୍ଚ୍ଚରେ ଶେଷ ହୋଇଥିଲା। ଓସ୍କାର ପୁରସ୍କାରର ପାଞ୍ଚ ଦିନ ପୂର୍ବରୁ ଏହି ପ୍ରକ୍ରିୟା ସମାପ୍ତ କରାଯାଇଥିଲା। ବିଜେତା ବାଛିବା ପାଇଁ ଭୋଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନ୍‌ଲାଇନରେ କରାଯାଇଥାଏ। ଯାହାଦ୍ୱାରା ଏଥିରେ କୌଣସି ବିଶୃଙ୍ଖଳା ବା ତ୍ରୁଟି ରହି ନ ଥାଏ। ଯିଏ ଅଧିକ ଭୋଟ ପାଇଥାଏ ସେ ବିଜେତା ହୁଏ। କିନ୍ତୁ ବେଷ୍ଟ ଫିଲ୍ମ ଚୟନ କରିବାର ପ୍ରକ୍ରିୟା ସାମାନ୍ୟ ଭିନ୍ନ। ତେବେ ବେଷ୍ଟ ଫିଲ୍ମ ପାଇଁ ରାଙ୍କ୍‌ରେ ଭୋଟିଂ ହୋଇଥାଏ। ଯିଏ ପ୍ରଥମ ର଼୍ୟାଙ୍କ୍‌ରେ ୫୦ ପ୍ରତିଶତରୁ
ଅଧିକ ଭୋଟ ପାଇଥାନ୍ତି, ତାକୁ ବିଜେତା ଘୋଷଣା କରାଯାଇଥାଏ।

Share