Categories: ଫୁରସତ

ଟାଟୁରେ ଓସ୍କାର ଚାପୁଡ଼ା

ଓ୍ବାଶିଂଟନ: ଚଳିତ ବର୍ଷ ଓସ୍କାର ସମାରୋହରେ କମେଡିଆନ କ୍ରିସ୍‌ ରକ୍‌ଙ୍କୁ ଓ୍ବିଲ୍‌ ସ୍ମିଥ୍‌ଙ୍କ ଚାପୁଡ଼ାମରା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ନ୍ୟୁ ଜର୍ସିର ଜଣେ ଟାଟୁ ଆର୍ଟିଷ୍ଟ ଏହାକୁୂ ନିଜ ହାତରେ ଆଙ୍କିଛନ୍ତି। ସ୍ମିଥ୍‌ କ୍ରିସ୍‌ଙ୍କୁ ଚାପୁଡ଼ା ମାରିବାର ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେହି ଫଟୋକୁ ଓସ୍କାର ଆଗୁଇଲାର ଜେଆର୍‌ ନାମକ ଏହି ଟାଟୁ ଆର୍ଟିଷ୍ଟ ନିଜ ହାତରେ ଛାପିଥିବାବେଳେ ସେ ଇନ୍‌ଷ୍ଟାଗ୍ରାମରେ ଟାଟୁର ଏକ ଛୋଟ ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆ ୟୁଜରଙ୍କ ଦୃଷ୍ଟି ଆକର୍ଷଣ କରିଛି।

Share