ଓଡ଼ିଆ ବିଭାଗ ପ୍ରଫେସର ଗିରଫ

ଗୋପାଳପୁର,୧ା୭(ଡି.ଏନ.ଏ.):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ଗୁରୁବାର ଓଡ଼ିଆ ବିଭାଗର ଜଣେ ପ୍ରଫେସରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେ ହେଲେ ସଦାନନ୍ଦ ନାୟକ। ଯାଜପୁର ଅଞ୍ଚଳର ଛାତ୍ରୀ ଜଣକ ସ୍ନାତକୋତ୍ତରରେ ପଢ଼ୁଛନ୍ତି। ଗତ ମେ ୨୧ ତାରିଖରେ ପ୍ରଫେସର କୌଣସି ବିଷୟର ନୋଟ ଦେବେ ବୋଲି କହି ତାଙ୍କୁ ଘରକୁ ଡକାଇଥିଲେ। ଛାତ୍ରୀ ଜଣକ ପ୍ରଫେସରଙ୍କ ଘରକୁ ଯିବାରେ ସେ ତାଙ୍କୁ ଅଶାଳୀନ ଉପାୟରେ ସ୍ପର୍ଶ କରିବା ସହ ଅସଦାଚରଣ କରିଥିଲେ। ଛାତ୍ରୀ ଜଣକ ଭୟରେ ଏ ସମ୍ପର୍କରେ କାହାରିକୁ କହି ନ ଥିଲେ। ପରେ ସେ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ନଂ.୧୨୪/୨୨ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗୁରୁବାର ପୋଲିସ ପ୍ରଫେସର ନାୟକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।