Posted inରାଜ୍ୟ

ଭାଇଜାନଙ୍କ ଫିଲ୍ମ ‘ରାଧେ’ରେ ଓଡ଼ିଆ ଅଭିନେତା ରାମ ସିର୍କା

କେନ୍ଦୁଝର, ୨୫ା୩ : ଇଛା ଥିଲେ ହାସଲ କରିହେବ ସବୁ କିଛି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ଆଦିବାସୀ ଯୁବକ ରାମ ସିର୍କା। ଆସନ୍ତା ଇଦ୍‌ରେ ରିଲିଜ ହେବାକୁ ଥିବା ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ବହୁ ଅପେକ୍ଷିତ ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ରେ ରାମଙ୍କୁ ଦେଖିବାକୁ ମିଳିବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକର ନିପଟ ମଫସଲ ଖନ୍ତ ଗ୍ରାମରେ ରାମଙ୍କର ଜନ୍ମ। ମାୟା ନଗରୀ ମୁମ୍ବାଇରୁ ନିଜ ମାତୃଭୂମିକୁ ଆସିଥିବାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦୁଝର ଜିଲା ଆସିଥିବା ବେଳେ ‘ଧରିତ୍ରୀ’କୁ ତାଙ୍କର ଅନୁଭୂତି କହିଥିଲେ।

ଗରିବ ପରିବାରରେ ତାଙ୍କର ଜନ୍ମ। ବାପା ଶିବ ସିର୍କା କାମ ଅନ୍ବେଷଣରେ ୧୯୭୪ରେ ଟାଟା ନଗର ଚାଲିଯାଇଥିଲେ। ସେଠାରେ ରାମ ପାଠ ପଢ଼ା ସହିତ ମାର୍ସଲଆଟ୍‌ ଶିକ୍ଷା ନେଇ ବ୍ଲାକ ବେଲ୍ଟ ପାଇଥିଲେ। ଏହି ଖେଳ ଦିନେ ତାଙ୍କ ଭବିଷ୍ୟତ ବଦଳାଇଦେବ ତାହା ସେ ଜାଣି ନ ଥିଲେ ।ପିଲା ଦିନରୁ ଅଭିନୟ କରିବାର ଆଶା ଥିଲେ ହେଁ ପରିବାରର ଅଭାବ ଅନଟନ ଯୋଗୁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ତେବେ ଗ୍ରାଜୁଏସନ ପରେ ସ୍ବପ୍ନକୁ ସାକାର କରିବା ପାଇଁ ୨୦୦୫ରେ ମୁମ୍ବାଇକୁ ଚାଲିଯାଇଥିଲେ। ସେଠାରେ ମାର୍ସଲଆର୍ଟରେ ପ୍ରଶିକ୍ଷଣ ଦେଇ ରୋଜଗାର କରିଥିଲେ। ଏହିଠୁ ବଦଳି ଯାଇଥିଲା ତାଙ୍କ ଭାଗ୍ୟ। ତାଙ୍କ ନିକଟକୁ ମାର୍ସଲଆର୍ଟ ଶିଖିବା ପାଇଁ ଧିରେ ଧିରେ ଆସିଲେ ନାମୀଦାମୀ ଲୋକ। ପରବର୍ତ୍ତୀ ସମୟରେ ନବକୁମାର ରାଜୁ ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ରାମ। ତାଙ୍କୁ ଗୁରୁ ଭାବେ ଗ୍ରହଣ କରିନେଇଥିଲେ। କିଛି ବର୍ଷ ପରେ ବଲିଉଡ୍‌ ଅଭିନେତା ଅଭିନେତ୍ରୀଙ୍କର ଫିଟନେସ ଟ୍ରେନର ଭାବରେ କାମ କରିବାକୁ ସୁଯୋଗ ପାଇଲେ। ପରେ ହିନ୍ଦୀ ସେନେମା ଦବଙ୍ଗ ୩ , ମର୍ଦ କୋ ଦର୍ଦ ନେହିଁ ହୋତା ଭଳି ହିନ୍ଦି ସିନେମା ଏବଂ ମାଲାୟଲମର ଦ କୁମ୍ଫୁ ମାଷ୍ଟର, ଆକ୍ସନ ହିରୋ ବୁଜୁ ଆଦି ସିନେମାରେ ଅଭିନୟ କରିବାର ସୁଯୋଗ ପାଇଥିବା କହିଛନ୍ତି। ତାଙ୍କୁ ବହୁ ରିଆଲିଟି ଶୋ, ସିରିଏଲରେ ମଧ୍ୟ ଅଭିନୟ କରିବାର ସୁଯୋଗ ମିଳିଥିଲା। ‘ରାଧେ’ ସିନେମାରେ ଅଭିନେତା ସଲମନ ଖାନଙ୍କ ସହିତ ଅଭିନୟ କରିବା ପରେ ସେ ଭାବ ବିହ୍ବଳ ହୋଇ ଉଠିଥିଲେ। ଏହି ସିନେମାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି। ଏହି ସୁଯୋଗ ପାଇଁ ତାଙ୍କୁ ଦୀର୍ଘ ଦିନ ଧରି ଅପେକ୍ଷା ଓ ବହୁ ସଂଘର୍ଷ କରିବାକୁ ପଡ଼ିଥିବା କହିଛନ୍ତି। ଏହି ସିନେମାରେ ଅଭିନୟକୁ ନେଇ ସେ କିଛି କହି ନ ଥିଲେ ହେଁ ନେଗେଟିଭ ରୋଲ ମିଳିଛି ଯାହାକୁ ଲୋକେ ଦେଖିଲେ ଜାଣିପାରିବେ। ସେ ତାଙ୍କ ସ୍ତ୍ରୀ ଓ ଝିଅ ସହିତ ମୁମ୍ବାଇରେ ରହୁଛନ୍ତି। ଘରେ ବାପା, ମା ଓ ବଡ଼ଭାଇ ଅଛନ୍ତି। ସିନେମା ଦୁନିଆକୁ ଯାଇ ମଧ୍ୟ ନିଜର ପରମ୍ପରା ଭୁଲି ନାହାନ୍ତି। ସୁଯୋଗ ମିଳିଲେ ଓଡ଼ିଆ ସିନେମାରେ ଅଭିନୟ କରିବେ ବୋଲି କହିଛନ୍ତି। ସେହିପରି ନିଜ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରି ପାରିଲେ ସବୁଠି ସଫଳ ହୋଇପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri