Posted inରାଜ୍ୟ

ଭାଇଜାନଙ୍କ ଫିଲ୍ମ ‘ରାଧେ’ରେ ଓଡ଼ିଆ ଅଭିନେତା ରାମ ସିର୍କା

କେନ୍ଦୁଝର, ୨୫ା୩ : ଇଛା ଥିଲେ ହାସଲ କରିହେବ ସବୁ କିଛି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ଆଦିବାସୀ ଯୁବକ ରାମ ସିର୍କା। ଆସନ୍ତା ଇଦ୍‌ରେ ରିଲିଜ ହେବାକୁ ଥିବା ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ବହୁ ଅପେକ୍ଷିତ ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ରେ ରାମଙ୍କୁ ଦେଖିବାକୁ ମିଳିବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକର ନିପଟ ମଫସଲ ଖନ୍ତ ଗ୍ରାମରେ ରାମଙ୍କର ଜନ୍ମ। ମାୟା ନଗରୀ ମୁମ୍ବାଇରୁ ନିଜ ମାତୃଭୂମିକୁ ଆସିଥିବାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦୁଝର ଜିଲା ଆସିଥିବା ବେଳେ ‘ଧରିତ୍ରୀ’କୁ ତାଙ୍କର ଅନୁଭୂତି କହିଥିଲେ।

ଗରିବ ପରିବାରରେ ତାଙ୍କର ଜନ୍ମ। ବାପା ଶିବ ସିର୍କା କାମ ଅନ୍ବେଷଣରେ ୧୯୭୪ରେ ଟାଟା ନଗର ଚାଲିଯାଇଥିଲେ। ସେଠାରେ ରାମ ପାଠ ପଢ଼ା ସହିତ ମାର୍ସଲଆଟ୍‌ ଶିକ୍ଷା ନେଇ ବ୍ଲାକ ବେଲ୍ଟ ପାଇଥିଲେ। ଏହି ଖେଳ ଦିନେ ତାଙ୍କ ଭବିଷ୍ୟତ ବଦଳାଇଦେବ ତାହା ସେ ଜାଣି ନ ଥିଲେ ।ପିଲା ଦିନରୁ ଅଭିନୟ କରିବାର ଆଶା ଥିଲେ ହେଁ ପରିବାରର ଅଭାବ ଅନଟନ ଯୋଗୁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ତେବେ ଗ୍ରାଜୁଏସନ ପରେ ସ୍ବପ୍ନକୁ ସାକାର କରିବା ପାଇଁ ୨୦୦୫ରେ ମୁମ୍ବାଇକୁ ଚାଲିଯାଇଥିଲେ। ସେଠାରେ ମାର୍ସଲଆର୍ଟରେ ପ୍ରଶିକ୍ଷଣ ଦେଇ ରୋଜଗାର କରିଥିଲେ। ଏହିଠୁ ବଦଳି ଯାଇଥିଲା ତାଙ୍କ ଭାଗ୍ୟ। ତାଙ୍କ ନିକଟକୁ ମାର୍ସଲଆର୍ଟ ଶିଖିବା ପାଇଁ ଧିରେ ଧିରେ ଆସିଲେ ନାମୀଦାମୀ ଲୋକ। ପରବର୍ତ୍ତୀ ସମୟରେ ନବକୁମାର ରାଜୁ ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ରାମ। ତାଙ୍କୁ ଗୁରୁ ଭାବେ ଗ୍ରହଣ କରିନେଇଥିଲେ। କିଛି ବର୍ଷ ପରେ ବଲିଉଡ୍‌ ଅଭିନେତା ଅଭିନେତ୍ରୀଙ୍କର ଫିଟନେସ ଟ୍ରେନର ଭାବରେ କାମ କରିବାକୁ ସୁଯୋଗ ପାଇଲେ। ପରେ ହିନ୍ଦୀ ସେନେମା ଦବଙ୍ଗ ୩ , ମର୍ଦ କୋ ଦର୍ଦ ନେହିଁ ହୋତା ଭଳି ହିନ୍ଦି ସିନେମା ଏବଂ ମାଲାୟଲମର ଦ କୁମ୍ଫୁ ମାଷ୍ଟର, ଆକ୍ସନ ହିରୋ ବୁଜୁ ଆଦି ସିନେମାରେ ଅଭିନୟ କରିବାର ସୁଯୋଗ ପାଇଥିବା କହିଛନ୍ତି। ତାଙ୍କୁ ବହୁ ରିଆଲିଟି ଶୋ, ସିରିଏଲରେ ମଧ୍ୟ ଅଭିନୟ କରିବାର ସୁଯୋଗ ମିଳିଥିଲା। ‘ରାଧେ’ ସିନେମାରେ ଅଭିନେତା ସଲମନ ଖାନଙ୍କ ସହିତ ଅଭିନୟ କରିବା ପରେ ସେ ଭାବ ବିହ୍ବଳ ହୋଇ ଉଠିଥିଲେ। ଏହି ସିନେମାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି। ଏହି ସୁଯୋଗ ପାଇଁ ତାଙ୍କୁ ଦୀର୍ଘ ଦିନ ଧରି ଅପେକ୍ଷା ଓ ବହୁ ସଂଘର୍ଷ କରିବାକୁ ପଡ଼ିଥିବା କହିଛନ୍ତି। ଏହି ସିନେମାରେ ଅଭିନୟକୁ ନେଇ ସେ କିଛି କହି ନ ଥିଲେ ହେଁ ନେଗେଟିଭ ରୋଲ ମିଳିଛି ଯାହାକୁ ଲୋକେ ଦେଖିଲେ ଜାଣିପାରିବେ। ସେ ତାଙ୍କ ସ୍ତ୍ରୀ ଓ ଝିଅ ସହିତ ମୁମ୍ବାଇରେ ରହୁଛନ୍ତି। ଘରେ ବାପା, ମା ଓ ବଡ଼ଭାଇ ଅଛନ୍ତି। ସିନେମା ଦୁନିଆକୁ ଯାଇ ମଧ୍ୟ ନିଜର ପରମ୍ପରା ଭୁଲି ନାହାନ୍ତି। ସୁଯୋଗ ମିଳିଲେ ଓଡ଼ିଆ ସିନେମାରେ ଅଭିନୟ କରିବେ ବୋଲି କହିଛନ୍ତି। ସେହିପରି ନିଜ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରି ପାରିଲେ ସବୁଠି ସଫଳ ହୋଇପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri