ଦାରିଙ୍ଗବାଡିରେ ପ୍ରସ୍ତୁତ ହେବ ଜୈବିକ କଫି, ମଜା ନେବେ ପର୍ଯ୍ୟଟକ

ଦାରିଙ୍ଗବାଡି, ୩୧।୧୦ (ଅରୁଣ ସାହୁ) ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା ଶୀତ ପଡିବା ଆରମ୍ଭ ହୋଇସାରିଛ। ୧୫ ଡିଗ୍ରୀ ତଳେ ପାରଦ ରହୁଛ। ଶୀତର ମଜା ନେବା ପାଇଁ ଦଶହରା ପୂଜାଛୁଟି ଠାରୁ ଦାରିଙ୍ଗବାଡି଼କୁ ପର୍ଯ୍ୟଟକଙ୍କ ଆଗମନ ହୋଇସାରିଛି। ସେପଟେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଜିଲା ପ୍ରଶାସନର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛ। ବୁଧବାର ପ୍ରଶାସନ ପକ୍ଷରୁ ଆଉ ଏକ ପର୍ଯ୍ୟଟନ କ୍ଷେତ୍ର ଲୋକାର୍ପଣ କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେପହଞ୍ଚିଛି।

ଦାରିଙ୍ଗବାଡିକୁ ପରିଚିତ କରିଥିବା କଫି ବଗିଚା ପରିସର ମଧ୍ୟରେ ଏକ କାଫେ ଏବଂ ଶିଶୁ ମାନଙ୍କ ପାଇଁ ଶିଶୁ ଉଦ୍ୟାନର ବୁଧବାର ଶୁଭାରମ୍ଭ କରାଯାଉଛ। ଦାରିଙ୍ଗବାଡି଼କୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡିର ଜୈବିକ କଫି କିଣି ନେଉଥିଲେ ସୁଦ୍ଧା କଫି ଏଠାରେ ପିଇବା ପାଇଁ ମିଳୁ ନ ଥିଲା। ପ୍ରଥମଥର ପାଇଁ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡି କଫି ସୁବିଧାରେ ପିଇବାକୁ ମିଳିବ। ଏଥିସହ ଶିଶୁ ପର୍ଯ୍ୟଟକଙ୍କ ପାଇଁ ଶିଶୁ ଉଦ୍ୟାନ କରାଯାଇଛି । ଯେଉଁଠି ସେଲଫି ପଏଣ୍ଟ, ଦୋଳି, ଖସଡ଼ା, ବିଭିନ୍ନ ପ୍ରାଣୀଙ୍କ ଫାଇବାର ମୂର୍ତ୍ତି ଆଦି ସ୍ଥାପନ କରାଯାଇଛି ଯାହାକି ଶିଶୁ ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରିବ ବୋଲି ଆଶା କରାଯାଇଛି। ସେହିପରି ଦାରିଙ୍ଗବାଡିର ଅନ୍ୟ ପର୍ଯ୍ୟଟନ କେନ୍ଦ୍ର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୭ କୋଟି ୧୦ ଲକ୍ଷ ଟଙ୍କା ଅନୁଦାନ ଆସିଛି। ଯାହାକି ପର୍ଯ୍ୟଟନ କ୍ଷେତ୍ର ଗୁଡିକର ବିକାଶ ହେବା ସହ ପର୍ଯ୍ୟଟକଙ୍କୁ ଅଧିକା ଆକୃଷ୍ଟ କରିବ ବୋଲି ପ୍ରଶାସନ ଆଶା ରଖିଛି ବୋଲି ବିଡ଼ିଓ ଗଦାଧର ପାତ୍ର କହିଛନ୍ତ।
ସେହିପରି ବୁଧବାର ଦାରିଙ୍ଗବାଡିରେ ଚତୁର୍ଥ ବର୍ଷ ପାଇଁ ଇକୋ ରିଟ୍ରିଟର ଶୁଭାରମ୍ଭ ଏକ ମାସ ପୂର୍ବରୁ କରାଯାଉଛି। ଚଳିତ ଥର ମଧ୍ୟ ଦାରିଙ୍ଗବାଡି ଇକୋ ରିଟ୍ରିଟର ପର୍ଯ୍ୟଟକଙ୍କ ପାଇଁ ପଞ୍ଚତାରକା ହୋଟେଲର ସୁବିଧା ଭଳି ଉପଲବ୍ଧ କରାଯିବ। ସେମାନଙ୍କ ମନୋରଞ୍ଜନ ପାଇଁ ବ୍ୟବସ୍ଥା ସହ ଯୋଗ, ବ୍ୟାୟାମ, ସାଇକଲ ରାଇଡିଙ୍ଗ, ଟ୍ରାକିଙ୍ଗ ବିଭିନ୍ନପର୍ଯ୍ୟଟନକ୍ଷେତ୍ରକୁ ବୁଲାଇନେବା ବ୍ୟବସ୍ଥା ଆଦି କରାଯାଉଛି। ସେହିପରି ଉକ୍ତ ଇକୋ ରିଟ୍ରିଟରେ ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଉଛି ଫଳରେ ବେକାର ଯୁବପିଢି ସ୍ବରୋଜଗାରକ୍ଷମ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡକରବାଡ଼ି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ଘଟଣା: ସମସ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ, ଦରମା ବନ୍ଦ… 

ଦାରିଙ୍ଗବାଡ଼ି, ୨୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଡକରବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବିନା ନୋଟିସରେ ତାଲା ପକାଇ ବନ୍ଦ ରଖିବା…

ଆଜିଠୁ ଗୋପାଳପୁର ବେଳାଭୂମୀ ମହୋତ୍ସବ: କୁଲାଡ଼ରୁ ଗଲା ମଶାଲ ଶୋଭାଯାତ୍ରା…

ଭଞ୍ଜନଗର,୨୭।୧(ବାବୁଲା ପ୍ରଧାନ)- ମଙ୍ଗଳବାରଠାରୁ ଗୋପାଳପୁର ବେଳାଭୂମି ମହୋତ୍ସବ ଆରମ୍ଭ ହୋଇଛି। ତେଣୁ ଚଳିତ ବର୍ଷ ଏନେଇ ବ୍ୟାପକ ଆୟୋଜନ ହୋଇଥିବା ବେଳେ ମହୋତ୍ସବକୁ ଲୋକାଭିମୁଖୀ କରିବା ସହ…

ଆସନ୍ତା ୩ରେ ଜିଲାପାଳ ଅଫିସ ଘେରାଉ କରିବ ବିଜେଡି: କାର୍ଯ୍ୟକାରିଣୀ ବୈଠକରେ…

ଭବାନୀପାଟଣା, ୨୭।୧ (ଉତ୍ତମ କୁମାର ଦାଶ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ମଙ୍ଗଳବାର ଭବାନୀପାଟଣା ବ୍ଲକ ମେଦିନୀପୁର…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଦେଓମାଳୀ ବୁଲିବାକୁ ଗଲାବେଳେ ଆଖିବୁଜିଲେ ଦୁଇ ସାଙ୍ଗ: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି  ଅନ୍ୟଜଣେ

ପଟ୍ଟାଙ୍ଗି,୨୭।୦୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଇସ୍କୁଲ ସମୁଖରେ ଏକ ପିକ୍‌ଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା ହୋଇଛି। ଏଥିରେ …

ଯଦି ପାକିସ୍ତାନ ଟି୨୦ ବିଶ୍ୱକପ୍ ବର୍ଜନ କରେ ତେବେ କ’ଣ ହେବ?

ନୂଆଦିଲ୍ଲୀ,୨୭।୧: ଆଗାମୀ T20 ବିଶ୍ୱକପ୍‌କୁ ନେଇ କ୍ରିକେଟ୍ ଦୁନିଆରେ ଏବେ ଅସ୍ଥିରତା ଦେଖାଦେଇଛି। ବାଂଲାଦେଶ ସହ ଏକତା ପ୍ରଦର୍ଶନ କରି ପାକିସ୍ତାନ ଏହି ମେଗା ଇଭେଣ୍ଟକୁ ସମ୍ପୂର୍ଣ୍ଣ…

କୋର୍ଟରେ ହାଜର ହେଲେ ହାର୍ଡକୋର୍‌ ମାଓବାଦୀ ଆଜାଦ

ମୋହନା୨୭।୧(ମନ୍ମଥ ମିଶ୍ର): ପୋଲିସ ହାର୍ଡକୋର୍‌ ମାଓବାଦୀ ଆଜାଦଙ୍କୁ ରିମାଣ୍ଡରେ ଆଣି ବୁଧବାର ମୋହନା JMFC କୋର୍ଟରେ ହାଜର କରିଛି। ମାଓବାଦୀ ସବ୍ୟସାଚୀ ପଣ୍ଡାଙ୍କ ଡାହାଣ ହାତ କୁହାଯାଉଥିବା…

ରାସ୍ତା ଉପରେ ସ୍କର୍ପିଓ ରଖି କରୁଥିଲେ ଲୁଟ୍‌: ମାଡ଼ିବସିଲା ପୋଲିସ

କେସିଙ୍ଗା,୨୭।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ପଲମ ଟୋଲଗେଟ୍‌ ଛକ ନିକଟ ରାସ୍ତାରେ ୪ ଜଣ ସୋମବାର ରାତିରେ ଲୋକଙ୍କଠାରୁ ଲୁଟ୍‌ କରୁଥିଲେ। ପଲମ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri