ଜୀବନମରଣ ସହ ସଂଘର୍ଷ କରୁଥିବା ଲୋକଙ୍କୁ ଅଙ୍ଗଦାନ ମହତକାର୍ଯ୍ୟ

ଭଞ୍ଜନଗର,୨୦ା୧୦(ବାବୁଲା ପ୍ରଧାନ): ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ରବିବାର ଲୋହାରାଖଣ୍ଡି ସାହିତ୍ୟ ସଂସଦର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଲୋକ ସେବା ମଣ୍ଡଳର ଆଜୀବନ ସଭ୍ୟ ତଥା ଅଙ୍ଗଦାନ ସଂଘର ମୁଖ୍ୟ ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅଙ୍ଗଦାନ କରିବା ଏକ ମହତକାର୍ଯ୍ୟ ବୋଲି ସେ ଏହି ଅବସରରେ କହିଥିଲେ। ମୃତ ବ୍ୟକ୍ତିଙ୍କ କିଛି ଅଙ୍ଗ ଯଦି ଜୀବନମରଣ ସହ ସଂଘର୍ଷ କରୁଥିବା କୌଣସି ଲୋକଙ୍କୁ ଦାନ କରାଯାଏ ଏବଂ ମୃତ ଶରୀରକୁ ବିଭିନ୍ନ ଗବେଷଣା କେନ୍ଦ୍ରକୁ ଉତ୍ସର୍ଗ କରାଯାଏ ତେବେ ତାହା ଭଗବାନଙ୍କ ପ୍ରତି ସମର୍ପଣ ହେବ। ତେଣୁ ଅଧିକ ଲୋକ ଅଙ୍ଗଦାନ ପ୍ରତି ଆଗ୍ରହ ପ୍ରକାଶ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ସେହିପରି ସେବା ମନୋବୃତ୍ତି ହିଁ ସାହିତ୍ୟକୁ ଆଗକୁ ନେଇପାରିବ ବୋଲି ଅନ୍ୟ ବକ୍ତାମାନେ କହିଥିଲେ। ସଂସଦର ଉପଦେଷ୍ଟା ବି ଗୋବିନ୍ଦ ରାଓ ସଭାରେ ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଲବ ଭଞ୍ଜନଗର ସଭାପତି ରଞ୍ଜିତ କୁମାର ବାରିକ, ଉପଖଣ୍ଡ ଅବସରପ୍ରାପ୍ତ ସୈନିକ ସଂଘର ସଭାପତି ମହେନ୍ଦ୍ର କୁମାର ସ୍ବାଇଁ, ସଭାପତି ଡ. ଅଶୋକ କୁମାର ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ବାଇଁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ଚିନ୍ମୟ ବେବର୍ତ୍ତା ବିବରଣୀ ପାଠ କରିଥିଲେ। ପରଜାପତି ସମ୍ପାଦିକା ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ ସଭାକୁ ସଂଯୋଜନା କରିଥିଲେ। ଦ୍ୱିତୀୟ ଅଧିବେଶନରେ କବି ପ୍ରଶାନ୍ତ ମହାନ୍ତି ମୁଖ୍ୟ ଅତିଥି, ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ଡ ହିମାଂଶୁ ଶେଖର ରଥ, ଡ ସିତୁପ୍ରକାଶ ରଥ ,ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତୃତୀୟ ଅଧିବେଶନରେ ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ ସଞ୍ଜୁକ୍ତା ପଣ୍ଡା ମୁଖ୍ୟ ଅତିଥି, ରିତାରାଣି ମହାପାତ୍ର, ସୁବାଷ ତାରିଣୀ, ପୁରୁଷୋତ୍ତମ ମହାପାତ୍ର, ତ୍ରିନାଥ ବେହେରା, ରଞ୍ଜୁଲତା ବେହେରା, ଦଣ୍ଡପାଣି ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସାଂଗଠନିକ ସମ୍ପାଦିକା କଳ୍ପନା କୁମାରୀ ପ୍ରଧାନ ସଭା ସଂଯୋଜନା କରିଥିଲେ। ଏହି ଅବସରରେ ସୁବାଷ ତାରିଣୀ ଙ୍କ ବର୍ଣବିଭା, ଭାଗିରଥି ବେହେରାଙ୍କ ଉପନ୍ୟାସ ପୁସ୍ତକ ତୃତୀୟ ପୁରୁଷ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ରାଜୀବ ଲୋଚନ ପାଣିଗ୍ରାହୀଙ୍କ କବିତା ପୁସ୍ତକ ସପ୍ତଫେଣିର ଫୁଲ, ନଳିନୀ ପ୍ରଭା ମିଶ୍ରଙ୍କ କବିତା ପୁସ୍ତକ ଅସ୍ତରାଗ, ପ୍ରସନ୍ନ କୁମାର ଦାସଙ୍କ ଶିଶୁ ଗଳ୍ପ ଆମ ପୌରାଣିକ ଚରିତ୍ର, କଳ୍ପନା କୁମାରୀ ପ୍ରଧାନଙ୍କ କବିତା ପୁସ୍ତକ ସମନ୍ବୟ ଏବଂ ଗଳ୍ପ ପୁସ୍ତକ ସାୟାହ୍ନ୍‌ର ସୂର୍ଯ୍ୟ , ବୈଷ୍ଠବ ଚରଣ ଦାସଙ୍କ ପ୍ରବନ୍ଧ ସଂସ୍କୃତି ସଞ୍ଚୟନ ଏବଂ ପ୍ରତିଭା କୁମାରୀ ପାଢୀଙ୍କ ଶିଶୁ ଗଳ୍ପ ପୁସ୍ତକ ଶିଶୁଙ୍କ ଶିକ୍ଷଣୀୟ ଗୀତ ଉନ୍ମୋଚିତ

 

Dharitri – Odisha’s No.1 Odia Daily

ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri