ଜିଲାପାଳ, ତହସିଲଦାରଙ୍କୁ ଲୋକାୟୁକ୍ତରେ ହାଜର ନିର୍ଦ୍ଦେଶ

ଧର୍ମଶାଳା,୨୯ା୮(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା କଳାପଥର ଖାଦାନରେ ବେଆଇନ ଭାବେ କଳାପଥର ଉତ୍ତୋଳନ କରିଥିବା ପ୍ରଭାକର ଜେନାଙ୍କଠାରୁ ଜରିମାନା ଆଦାୟ କରିବାରେ ପ୍ରଶାସନ ବିଫଳ ହୋଇଛି। ତାଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ଆଦାୟ କରିବାକୁ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଲୋକାୟୁକ୍ତ ଏହାର ଶୁଣାଣି କରି ଯାଜପୁର ଜିଲାପାଳ ଓ ଧର୍ମଶାଳା ତହସିଲଦାରଙ୍କୁ ସେପ୍ଟେମ୍ବର ୨୭ ତାରିଖ ମଧ୍ୟରେ ହାଜର ହୋଇ ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆରୁହା କଳପଥର ପାହାଡ଼ର ଖାତା ନଂ.୭୭୯ ଓ ପ୍ଲଟ ନଂ.୨୮୧୦ରେ ଆରୁହା ଗ୍ରାମର ପ୍ରଭାକର ବେଆଇନ ଭାବେ ପଥର ଉତ୍ତୋଳନ କରି ଅନ୍ୟତ୍ର ଚାଲାଣ କରୁଥିଲେ। ସେଠାରେ ଥିବା ତାଙ୍କର କ୍ରଶରରେ ପଥର ଭଙ୍ଗା ଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳର ମନୋରଞ୍ଜନ ଜେନା ଫେବୃୟାରୀ ୨୦୧୯ରେ ଧର୍ମଶାଳା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ସହ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଧର୍ମଶାଳା ତତ୍କାଳୀନ ତହସିଲଦାର ଏହାର ତଦନ୍ତ କରିବାକୁ ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତଦନ୍ତ ସମୟରେ ସେଠାରେ ବେଆଇନ ଖାଦାନ ଚାଲିଥିବା ବେଳେ ବହୁପରିମାଣର କଳାପଥର ଉତ୍ତୋଳନ ହୋଇଥିବା ଆର୍‌ଆଇ ତହସିଲଦାରଙ୍କୁ ରିପୋର୍ଟ କରିଥିଲେ। ଏହାକୁ ଭିତ୍ତିକରି ତହସିଲଦାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପ୍ରଭାକରଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହିତ ତାଙ୍କ କ୍ରଶରକୁ ସିଲ୍‌ କରିଥିଲା। ତଦନ୍ତ ସମୟରେ ସେଠାରୁ କେତେ ପରିମାଣର କଳାପଥର ଉତ୍ତୋଳନ ହୋଇଛି ତା’ର ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ସମ୍ପୃକ୍ତ ଅଞ୍ଚଳର ଆର୍‌ଆଇ ଏବଂ ପୋଲିସ ମିଳିତ ଭାବେ ତଦନ୍ତ କରିବା ବେଳେ ୨ଲକ୍ଷ ସିଏମ୍‌ କଳାପଥର ଚାଲାଣ ହୋଇଥିବା ଜଣାପଡ଼ିଥିଲା, ଯାହାର ମୂଲ୍ୟ ୨ କୋଟି ୬୦ ଲକ୍ଷଟଙ୍କା ଆକଳନ କରାଯାଇଥିଲା। ହେଲେ ଏହି ଘଟଣାକୁ ଦୀର୍ଘ ଦିନ ବିତିଯାଇଥିଲେ ହେଁ ତହସିଲ ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରିବାରେ ବିଫଳ ହୋଇଛି ବୋଲି ମନୋରଞ୍ଜନ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଲୋକାୟୁକ୍ତ ନଂ.୨୨୬/୨୨ରେ ଏକ ମାମଲା ରୁଜୁ କରି ଏହାର ଶୁଣାଣି କରିଛନ୍ତି। ଏନେଇ ତହସିଲଦାର ସ୍ବାଗତ ଦାସ କହିଛନ୍ତି, ଲୁଟ୍‌ ହୋଇଥିବା କଳାପଥରର ଆକଳନ କରାଯାଇଛି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଆସିଲେ ପ୍ରଭାକରଙ୍କଠାରୁ ଜରିମାନା ଆଦାୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri