Posted inଫୁରସତ

୨୦୧୮ରୁ ଅନ୍‌ଲାଇନ୍‌ରେ ଅର୍ଡର କରିଛନ୍ତି ଚପଲ, ଏଯାଏ ହୋଇନି ଡେଲିଭରି

ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହ ଏକ ଅଦ୍ଭୁତ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବ୍ୟକ୍ତି ଜଣକ ୨୦୧୮ରୁ ଅନ୍‌ଲାଇନ୍‌ରେ ଏକ ଚପଲ ଅର୍ଡର କରିଥିଲେ। ଏହି ସମୟରେ ସେ ଅନେକ ବର୍ଷା, ବନ୍ୟା, ମହାମାରୀ ଦେଖିଲେ, ଭାରତ ବିଶ୍ୱକପ ହରାଇବାର ବି ଦେଖିସାରିଲେଣି ମାତ୍ର ଚପଲ ଦେଖିପାରିଲେ ନାହିଁ। କାରଣ ତାଙ୍କ ଚପଲ ଆଜି ପର୍ଯ୍ୟନ୍ତ ଡେଲିଭରି ହୋଇପାରିନାହିଁ। ଏବେ କମ୍ପାନୀ ୬ ବର୍ଷ ପରେ ତାଙ୍କ ନିକଟକୁ ଫୋନ୍‌ କରିବାରୁ ଘଟଣାଟି ସାମ୍ନାକୁ ଆସିଛି।

ଏହସାନ ନାମକ ଜଣେ ବ୍ୟକ୍ତି ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ତାଙ୍କ ଅର୍ଡରର ସ୍କ୍ରିନଶଟ୍‌ ଶେୟାର କରିଛନ୍ତି। ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣକ ୬ ବର୍ଷ ପୂର୍ବେ ସ୍ପାର୍କ କମ୍ପାନୀର ଏକ ଚପଲ ଅର୍ଡର କରିଥିଲେ। ଚପଲର ମୂଲ୍ୟ ୪୮୫ ଟଙ୍କା ଏବଂ ବିକ୍ରେତାଙ୍କ ନାମ ଗୁରୁ ଜୀ ଏଣ୍ଟରପ୍ରାଇଜ ଥିଲା। ଏହି ଅର୍ଡର ୧୬ ମେ’ ୨୦୧୮ରେ କନ୍‌ଫର୍ମ ହୋଇଥିଲା। ୧୯ ମେ’ରେ ପଠାଯାଇଥିଲା ଏବଂ ଏହା ପରେ ଏହା ଫ୍ଲିପକାର୍ଟ ଆପ୍‌ରେ ଡେଲିଭରି ପାଇଁ ଦେଖାଇଥିଲା।

କିନ୍ତୁ ୨୦ ମେ’ ୨୦୨୪ ପାସ ହେଲା ଏବଂ ତାଙ୍କ  ଅର୍ଡର ଆସିଲା ନାହିଁ। କିନ୍ତୁ ଦୁଇ ଦିନ ପୂର୍ବେ ହଠାତ୍‌ ଫ୍ଲିପ୍‌କାର୍ଟର ଗ୍ରାହକ ସେବା ବିଭାଗରୁ ଏକ କଲ୍‌ ଆସିଥିଲା ଏବଂ ବ୍ୟକ୍ତି ଜଣକ ଏହସାନଙ୍କୁ ପଚାରିଥିଲେ ଯେ, ସେ ଏହି ଅର୍ଡରରେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି? ଅର୍ଡର ନ ପାଇବା ପରେ ସେ ହୁଏତ ତାଙ୍କ ଅଭିଯୋଗ ଦାଖଲ କରିଥିବେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ସେହି ଅର୍ଡର ସହିତ କୌଣସି କ୍ୟାନ୍‌ସେଲ ବିକଳ୍ପ ନ ଥିଲା। ଯେଉଁ କାରଣରୁ ସେ ଏହାକୁ କ୍ୟାନ୍‌ସେଲ୍‌ କରିପାରି ନ ଥିଲେ। ଯେତେବେଳେ ହଠାତ୍‌ ତାଙ୍କୁ ଏକ କଲ୍‌ ଆସିଲା, ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

ତାଙ୍କ ପୋଷ୍ଟକୁ ୧.୮ ଲକ୍ଷ ଲୋକ ଦେଖିସାରିଥିବା ବେଳେ ହଜାର ହଜାର ଲୋକେ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ବୋଧହୁଏ ଏହସାନ ନିଶ୍ଚିତ ଭାବରେ ଇଣ୍ଟରନେଟ ଏକ୍ସପ୍ଲୋରରରୁ ଫ୍ଲିପ୍‌କାର୍ଟ ଖୋଲିଥିବେ, ସେଥିପାଇଁ ପ୍ରତିକ୍ରିୟା ଏତେ ବିଳମ୍ବରେ ଆସିଥିଲା। ଜଣେ ୟୁଜର କହିଛନ୍ତି, ଭଲ ଜିନିଷ ଘଟିବାକୁ ସମୟ ଲାଗେ। ଆଉ ଜଣେ ୟୁଜର କହିଛନ୍ତି, ତାଙ୍କର ଗୋଟିଏ ଜିନିଷ ୨୦୧୫ଠାରୁ ପେଣ୍ଡିଂ ଅଛି ଏବଂ ଏପର୍ଯ୍ୟନ୍ତ ତାହା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri