ସବୁ କୋଭିଡ୍‌ ଚିକିତ୍ସା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୩।୪(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଥମେ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରିବା ପରେ ଏବେ କରୋନା ରୋଗୀଙ୍କ ପାଇଁ ବ୍ୟବହାର ହୋଇଥିବା ସମସ୍ତ ସରକାରୀ ଓ ଘରୋଇ କୋଭିଡ୍‌ ଚିକିତ୍ସା କେନ୍ଦ୍ରକୁ ପୁଣି ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି। ଆବଶ୍ୟକତା ଅନୁଯାୟୀ କୋଭିଡ୍‌ ଚିକିତ୍ସା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ସ୍ବତନ୍ତ୍ର ଗାଇଡ୍‌ଲାଇନ ମଧ୍ୟ ଜାରି କରାଯାଇଛି। କୋଭିଡ୍‌-୧୯ ମହାମାରୀର ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକ୍ଷମ ହୋଇଥିବା ସରକାରୀ ଓ ବେସରକାରୀ ଚିକିତ୍ସା କେନ୍ଦ୍ରର ୫୦ଟି ଶଯ୍ୟା ବୃଦ୍ଧି କରାଯାଇ ସେଗୁଡ଼ିକ ପୁଣିଥରେ ଖୋଲାଯିବ। ଆଇସିୟୁ ସଂଖ୍ୟା ସାଧାରଣ ଶଯ୍ୟାର ୨୦% ହେବ ଓ ଭେଣ୍ଟିଲେଟରର ଉପଲବ୍ଧତା ସମସ୍ତ ଆଇସିୟୁର ଅତି କମ୍‌ରେ ୫୦% ରହିବ। ସେହିପରି ଜଣେ ପ୍ରାଧିକୃତ ମେଡିକାଲ୍‌ ଅଫିସର (ଏଏମ୍‌ଓ) ଏବଂ ଜଣେ ପ୍ରାଧିକୃତ ବ୍ୟକ୍ତି (ଓଏଏସ୍‌) କୋଭିଡ୍‌ ଚିକିତ୍ସା କେନ୍ଦ୍ର ପାଇଁ ନିଯୁକ୍ତ ହେବେ। ସେମାନଙ୍କ ନାମ ଓ ଯୋଗାଯୋଗ ନମ୍ବର ସରକାରଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ିବ। ସମସ୍ତ ବୈଷୟିକ ସମସ୍ୟା ଏବଂ ରୋଗୀଙ୍କ ପଞ୍ଜୀକରଣ ପାଇଁ ଅତିରିକ୍ତ ଡିଏମ୍‌ଇଟି ପ୍ରଫେସର ଡା. ଉମାକାନ୍ତ ଶତପଥୀ ରାଜ୍ୟସ୍ତରୀୟ ପ୍ରାଧିକୃତ ଅଧିକାରୀ ହେବେ। ୧୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ ପ୍ରକାରର ଅସ୍ତ୍ରୋପଚାର, ଗର୍ଭବତୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା, ଏନ୍‌ଆଇସିୟୁ ଏବଂ ଡାଏଲିସିସ୍‌ ପାଇଁ ସୁବିଧା ରହିବ। ଓଡ଼ିଶା କ୍ଲିନିକାଲ୍‌ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟ ଅନୁଯାୟୀ ସମସ୍ତ ବେସରକାରୀ ଡାକ୍ତରଖାନାରେ ଥିବା ୩୦ କିମ୍ବା ତା’ଠାରୁ ଅଧିକ ଶଯ୍ୟା ଥିଲେ ଅତିକମ୍‌ରେ ୧୦% କରୋନା ରୋଗୀଙ୍କ ପାଇଁ ଉପଲବ୍ଧ ରହିବା ବାଧ୍ୟତାମୂଳକ। କୋଭିଡ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଅନୁଯାୟୀ ପର୍ଯ୍ୟାୟକ୍ରମେ ଉପଲବ୍ଧ ଜେନେରାଲ ବେଡ୍‌ ଓ ଆଇସିୟୁଗୁଡ଼ିକର ସଂଖ୍ୟା ୮୦% ପର୍ଯ୍ୟନ୍ତ ବୃଦ୍ଧି ହେବ। ଜେନେରାଲ୍‌ ବେଡ୍‌, ଆଇସିୟୁ, ଏନ୍‌ଆଇସିୟୁ, ଭେଣ୍ଟିଲେଟର୍ସ, ଓଟି, ଲେବର ଟେବୁଲ, ଡାଏଲିସିସ୍‌ ଇତ୍ୟାଦି ବିଭିନ୍ନ ଶଯ୍ୟା ପାଇଁ ଭଡା ଓ ଖର୍ଚ୍ଚ ମୂଲ୍ୟ ପୂର୍ବଭଳି ଅନୁମୋଦିତ ହେବ। ଗାଇଡ୍‌ଲାଇନ ଅନୁଯାୟୀ ଏକ ଉତ୍ସର୍ଗୀକୃତ ହେଲ୍ପଡେସ୍କ କାର୍ଯ୍ୟକାରୀ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri