୩ ମାସ ମଧ୍ୟରେ ତଦନ୍ତ ପାଇଁ ନିର୍ଦ୍ଦେଶ

କଟକ,୨୬ା୮(କାର୍ତ୍ତିକ ସାହୁ): ରାଜଧାନୀ ଭୁବନେଶ୍ୱରର ପଟିଆ ମୌଜାରେ ୯୯ ଏକର ସରକାରୀ ଲିଜ୍‌ ଜମିକୁ ବେଆଇନ ଭାବେ ବିକ୍ରି କରାଯିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଶୁକ୍ରବାର ଏହି ମାମଲାର ଶୁଣାଣି କରି ଆଗାମୀ ୩ ମାସ ମଧ୍ୟରେ ତଦନ୍ତ କରାଇବାକୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁସାରେ, ଭୁବନେଶ୍ବର ତହସିଲର ନିଉ କ୍ୟାପିଟାଲ ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳରେ ୯୯ଏକର ସରକାରୀ ଜମିକୁ ବେଆଇନ ଭାବେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଉପରୋକ୍ତ ମୋଟ ଜମି ପଟିଆ ମୌଜାର ଖାତା ନଂ-୪୮୯/୫୪ରେ ରହିଛି। ଭୂମିହୀନଙ୍କୁ ପ୍ରଦାନ କରାଯାଇଥିବା ଉକ୍ତ ଲିଜ ଜମିକୁ ବିଲଡର ସଂସ୍ଥା କ୍ରୟ କରି ଅନ୍ୟମାନଙ୍କୁ ବିକ୍ରି କରୁଥିଲେ। ଏହା ଉପରେ ତଦନ୍ତ କରାଯାଇ ବେଆଇନ ଭାବେ ବିକ୍ରି ହେଉଥିବା ଜମିକୁ ସରକାରୀ ଖାତାକୁ ଆଣିବା ଲାଗି ବାଇଧର ସାହୁ ଓ ଅନ୍ୟମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଭୁବନେଶ୍ବରରେ ପୂର୍ବରୁ ଜମି ନ ଥିବା ଲୋକଙ୍କୁ ଲିଜ୍‌ରେ ଜମି ପ୍ରଦାନ କରାଯାଉଥିଲା। ବହୁ ଲୋକ ଜମି ନ ଥିବା ଦର୍ଶାଇ ଜମି ପାଇଁ ଆବେଦନ କରିଥିଲେ। ଏହି ଲିଜ୍‌ ଜମି ତୃତୀୟ ପକ୍ଷକୁ ବିକ୍ରି କରିପାରିବେନି ବୋଲି ନିୟମ ରହିଥିବା ବେଳେ ବହୁ ଲୋକେ ଏହାର ଅଣଦେଖା କରି ବିଲଡରୁ ବିକ୍ରି କରିଦେଲେ। ପୁଣି ସଂପୃକ୍ତ ବିଲ୍‌ଡର ସଂସ୍ଥା ସେହି ଜମିକୁ ଅନ୍ୟ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ହେଲେ ସବ୍‌ରେଜିଷ୍ଟ୍ରାର ଯାଞ୍ଚ ନ କରି ସରକାରୀ ଲିଜ୍‌ ଜମିକୁ ବିକ୍ରି ଖର୍ଦି କରାଉଥିବା ଜଣାପଡ଼ିଥିଲା। ୨୦୧୪ରେ ଜମି ପଞ୍ଜୀକରଣ ନିୟମରେ ସଂଶୋଧନ କରାଯାଇଥିଲା। ସରକାରୀ ଜମି ଖର୍ଦ୍ଦି ବିକ୍ରି ଖର୍ଦି ସମୟରେ ସବ୍‌ରେଜିଷ୍ଟ୍ରାର ମାଲିକାନା ସ୍ବତ୍ୱ ଯାଞ୍ଚ କରିବା ବ୍ୟବସ୍ଥା କରାଯାଇଥିଲା। ଭୁବନେଶ୍ବରରେ ସାଧାରଣ ପ୍ରଶାସନ (ଜିଏ) ବିଭାଗ ହାତରେ ସମସ୍ତ ଜମିର ମାଲିକାନା ସ୍ବତ୍ୱ ରହିଥାଏ। ତେଣୁ ଜମି ବିକ୍ରି ଖର୍ଦ୍ଦି ସମୟରେ ସାଧାରଣ ପ୍ରଶାସନ ବିଭାଗର ଅନୁମତି ଆବଶ୍ୟକ ବୋଲି ସଂଶୋଧିତ ନିୟମରେ କୁହାଯାଇଥିଲା। ଫଳରେ ବିକ୍ରି କରାଯାଇଥିବା ଲିଜ ଜମିଗୁଡ଼ିକ ବେଆଇନ ବୋଲି ଜଣାପଡ଼ିଥିଲା। ସରକାରୀ ଅଧିକାରୀ ଭଲ ଭାବେ ଯାଞ୍ଚ ନ କରି ପଞ୍ଜୀକରଣ ଅନୁମତି ଦେଇଥିବାରୁ ପଟିଆ ମୌଜାରେ ଥିବା ୯୯ ଏକର ଜମି ବେଆଇନ ଭାବେ ବିକ୍ରି ହୋଇଛି। ଏହାର ତଦନ୍ତ କରାଯିବା ସହ ଯେଉଁମାନେ ଏପରି ବିକ୍ରି କରିଛନ୍ତି ଏବଂ କିଣିଛନ୍ତି ଏହାକୁ ବାଜ୍ୟାପ୍ତି କରାଯାଇ ସରକାରୀ ଖାତାକୁ ନେବାକୁ ଆବେଦନକାରୀଙ୍କ ପକ୍ଷରୁ ଅଦାଲତରେ ଦାବି କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri