ବିଜେଡି ଅନ୍ତର୍ଦ୍ୱନ୍ଦ୍ୱ ଉପରେ ବିରୋଧୀଙ୍କ ନଜର

ଜଗତ୍‌ସିଂହପୁର, ୨୪ା୨(ପ୍ରମୋଦ କୁମାର ନାୟକ): ତିର୍ତ୍ତୋଲ ବିଧାନସଭା ଆସନ। ଜଗତ୍‌ସିଂହପୁର ଜିଲାର ଏହି ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ୱାଳ, ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି ଓ ନିତ୍ୟାନନ୍ଦ ସାମନ୍ତରାୟଙ୍କ ଭଳି ନେତା ବିଧାୟକ ହୋଇଥିଲେ। ୧୯୭୭ରୁ ୨୦୧୪ ପର୍ଯ୍ୟନ୍ତ ଦେଖିଲେ ଜଣାଯାଏ ଏହି ଆସନରୁ ଜନତା ଦଳ ପ୍ରାର୍ଥୀଙ୍କୁ ଥରେ ବିଧାୟକ ହେବାର ସୁଯୋଗ ମିଳିଥିବା ବେଳେ କଂଗ୍ରେସକୁ ୫ ଓ ବିଜେଡିକୁ ୩ ଥର ବିଧାୟକ ପଦବୀ ମିଳିଥିଲା। ୨୦୧୯ ସାଧାରଣ ଓ ୨୦୨୦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ନିର୍ବାଚନମଣ୍ଡଳୀରେ ବିଜେଡି ସ୍ଥିତି ସୁଦୃଢ଼ ହୋଇଛି ସତ। କିନ୍ତୁ ଏହାଭିତରେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ି ଚାଲିଛି। ବିଶେଷକରି ଏମ୍‌ପି ରାଜଶ୍ରୀ ମଲ୍ଲିକ ଓ ବିଧାୟକ ବିଜୟଶଙ୍କର ଦାସଙ୍କ ଗୋଷ୍ଠୀ ଅନେକ ସମୟରେ ସାମ୍ନାସାମ୍ନି ହେଉଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ୫୪.୧୮% ଭୋଟ ମିଳିଥିବା ବେଳେ ୨୦୨୦ ଉପନିର୍ବାଚନରେ ଏହି ଦଳ ସପକ୍ଷରେ ୨.୨୭% ଭୋଟ କମିଯାଇଥିଲା। ଅନୁରୂପ ଭାବେ ୨୦୧୯ରେ ଭାଜପା ସପକ୍ଷରେ ୩୦.୯୦% ଭୋଟ ଯାଇଥିବାବେଳେ ୨୦୨୦ ଉପନିର୍ବାଚନରେ ୨.୯୮% ଭୋଟ କମିଥିଲା। କିନ୍ତୁ କଂଗ୍ରେସ ପ୍ରାର୍ଥୀଙ୍କୁ ୨୦୧୯ ତୁଳନାରେ ୨୦୨୦ ଉପନିର୍ବାଚନରେ ୩.୫୧% ଅଧିକ ଭୋଟ ମିଳିଥିଲା। ଏସବୁ ଭିତରେ ଦିନକୁ ଦିନ ରାଜନୈତିକ ଚିତ୍ର ବଦଳୁଛି। ମୁଖ୍ୟତଃ ବିଜେଡି ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଆଗକୁ ଗତି କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର।
ବର୍ଷ ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପୂର୍ବତନ ଜିଲା ସଭାପତି ବିଷ୍ଣୁ ଚରଣ ଦାସ ଓ ବର୍ତ୍ତମାନର ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ବିଷ୍ଣୁ ଏକାଧିକ ଥର ଜଗତ୍‌ସିଂହପୁର ବିଧାନସଭା ଆସନରୁ ବିଧାୟକ ହୋଇଥିଲେ ସୁଦ୍ଧା ତିର୍ତ୍ତୋଲ ଉପରେ ନଜର ପକାଇବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଦଳ ୨୦୧୯ରେ ବିଷ୍ଣୁଙ୍କୁ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଥିଲା। ସେତେବେଳେ ରାଜଶ୍ରୀଙ୍କ ଅସହଯୋଗ ସତ୍ତ୍ବେ ବିଷ୍ଣୁ ବିଜୟୀ ହୋଇଥିଲେ। ବିଷ୍ଣୁଙ୍କ ଦେହାନ୍ତ ଯୋଗୁ ୨୦୨୦ରେ ଉପନିର୍ବାଚନ ହୋଇଥିଲା। ସେତେବେଳେ ତାଙ୍କ ଏକମାତ୍ର ପୁଅ ବିଜୟଶଙ୍କରଙ୍କୁ ବିଜେଡି ଟିକେଟ ମିଳିଥିଲା। ବିଜୟଶଙ୍କର ଜିତିଥିଲେ। ତେବେ ରାଜଶ୍ରୀଙ୍କ ସହ ବିଜୟଶଙ୍କରଙ୍କ ବିବାଦ ପ୍ରଶମିତ ହେବା ପରିବର୍ତ୍ତେ ବଢ଼ିବା ସାଙ୍ଗଠନିକ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ବର୍ତ୍ତମାନ ରାଜଶ୍ରୀ ଓ ବିଜୟଶଙ୍କର ତିର୍ତ୍ତୋଲ ବିଧାନସଭା ଆସନରୁ ଦଳୀୟ ଟିକେଟ ପାଇଁ ଲବି ଜାରି ରଖିଛନ୍ତି। ଇତିମଧ୍ୟରେ ବିଜୟଶଙ୍କରଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ନକରାମତ୍କ ଚର୍ଚ୍ଚା ହେଉଥିବାରୁ ତାଙ୍କ ପ୍ରାର୍ଥିତ୍ୱ ବିବାଦରେ ରହିଛି ବୋଲି କେତେକ କହୁଛନ୍ତି। ତେବେ ଅନ୍ୟ ଆଶାୟୀଙ୍କ ମଧ୍ୟରେ ରମାକାନ୍ତ ଭୋଇ, ମିନତି ବେହେରା, ଯୁଧିଷ୍ଠିର ସେଠୀ, ମନୋଜ ବେହେରା ଓ ଦେବ ମଲ୍ଲିକ ପ୍ରମୁଖ ବିଜେଡି ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି। ଯୁଧିଷ୍ଠିର ପୂର୍ବରୁ ଏସ୍‌ସିବି ମେଡିକାଲ କଲେଜ ପାଥୋଲୋଜି ବିଭାଗରେ ଚାକିରି କରିଥିଲେ। ଅତୀତରେ ପରୋକ୍ଷ ରାଜନୀତିରେ ଥିଲେ ସୁଦ୍ଧା ଅବସର ପରେ ପ୍ରତ୍ୟକ୍ଷ ମଇଦାନକୁ ଓହ୍ଲାଇଛନ୍ତି। ଯେହେତୁ ସେ ରଘୁନାଥପୁର ବ୍ଲକ ଅଞ୍ଚଳର ଏକମାତ୍ର ଆଶାୟୀ, ତେଣୁ ଦଳ ତାଙ୍କୁ ଟିକେଟ ଦେବ ବୋଲି ସେ ଆଶା ବାନ୍ଧିଛନ୍ତି। ରମାକାନ୍ତ ଭୋଇ ମଧ୍ୟ ଟିକେଟ ଦୌଡ଼ରେ ଆଗରେ ଅଛନ୍ତି। କାରଣ ରମାକାନ୍ତ ୨୦୧୪ ଓ ୨୦୧୯ରେ ଏହି ଆସନରୁ ଭାଜପା ପ୍ରାର୍ଥୀ ହୋଇ ଯଥାକ୍ରମେ ୧୪,୫୧୬ ଏବଂ ୫୩,୫୮୧ ଭୋଟ ପାଇଥିଲେ। ପରେ ବିଜେଡିରେ ସାମିଲ ହୋଇଥିଲେ। ତେଣୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରେ ବୋଲି ରମାକାନ୍ତ ଆଶାବାଦୀ। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ମଧ୍ୟ ଟିକେଟ ପାଇବା ପାଇଁ ଲବି କରୁଛନ୍ତି। ସେହିପରି ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା ଓ ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ବିଜେଡି ଟିକେଟ ଦୌଡ଼ରେ ରହିଛନ୍ତି। ଦଳ ଏମାନଙ୍କ ଭିତରୁ କାହାକୁ ଟିକେଟ ଦେଉଛି କି ଅନ୍ୟ ନିର୍ବାଚନମଣ୍ଡଳୀର ନେତାଙ୍କୁ ପ୍ରାର୍ଥୀ କରୁଛି, ତାହା ସ୍ପଷ୍ଟ ହୋଇପାରିନାହିଁ।
ନେତା ହିମାଂଶୁ ଭୂଷଣ ମଲ୍ଲିକ ୨୦୨୦ ଉପନିର୍ବାଚନରେ ପ୍ରଥମ କରି ପ୍ରାର୍ଥୀ ହୋଇ ୨୮,୭୭୮ ଖଣ୍ଡ ଭୋଟ ପାଇଥିଲେ, ଯାହାକି ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଥିବା ଭୋଟଠାରୁ ପାଖାପାଖି ୫ ହଜାର ଅଧିକ। ଏବେ ହିମାଂଶୁ ୬୧ ଦିନରେ ୬୧ ପଞ୍ଚାୟତ ବୁଲିବା ଲକ୍ଷ୍ୟ ରଖି ଗାଁ ବୁଲୁଛନ୍ତି। ଲୋକଙ୍କ ଅଭାବ, ଅସୁବିଧା ବୁଝି ପ୍ରତିକାର ପାଇଁ ଚେଷ୍ଟା କରୁଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ି ଚାଲିଥିବାରୁ ଏହାର ଫାଇଦା କଂଗ୍ରେସ ହାତକୁ ଯିବା ସମ୍ଭାବନା ସୃଷ୍ଟି ହୋଇଛି। ଆଗାମୀ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେବ ଏବଂ ସେ ବିଜୟଲାଭ କରିବେ ବୋଲି ଆଶାବାଦୀ ଥିବା କହିଛନ୍ତି। ଭାଜପା ନେତା ଆଇନଜୀବୀ ରାଜକିଶୋର ବେହେରା କହିଛନ୍ତି ଗତ ଉପନିର୍ବାଚନରେ ଏହି ଆସନରେ ସେ ଭାଜପା ପ୍ରାର୍ଥୀ ହୋଇ ୪୬,୬୦୭ ଖଣ୍ଡ ଭୋଟ ପାଇଥିଲେ। ଏଥର ସେ, କି ଆଉ କିଏ ପ୍ରାର୍ଥୀ ହେବେ ଜଣାନାହିଁ। କିନ୍ତୁ ବିଜେଡି ଉପରେ ଲୋକେ ଅତିଷ୍ଠ ହୋଇ ଭାଜପା ଆଡ଼କୁ ଢଳୁଥିବା ଲକ୍ଷ୍ୟ କରାଯାଉଥିବା କହିଛନ୍ତି। ବିଜେଡି ଗୋଷ୍ଠୀ ବିବାଦ ମଧ୍ୟ ତାତି ଉଠିଲାଣି। ବିକଳ୍ପ ସ୍ବରୂପ ଲୋକେ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରି ଭାଜପା ପ୍ରାର୍ଥୀଙ୍କୁ ଜିତାଇବେ ବୋଲି ସ୍ପଷ୍ଟ ବାରି ହେଉଥିବା ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri