ପ୍ରସ୍ତାବିତ ଅଧିନିୟମକୁ ବିରୋଧ

ପୁରୀ ଅଫିସ,୮।୨: ନ୍ୟାଶନାଲ ମନୁମେଣ୍ଟ କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ)ଙ୍କ ପକ୍ଷରୁ ଶ୍ରୀମନ୍ଦିର ଐତିହ୍ୟ ପାଇଁ ପ୍ରସ୍ତାବିତ ଚିଠା ଅଧିନିୟମ (ବାଇ-ଲ) ଜାରି ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିର ଚାରିପଟେ ରହୁଥିବା ସ୍ଥାନୀୟ ବାସିନ୍ଦା ଓ ସେବାୟତ ପରିବାର ଏହି ଚିଠା ଅଧିନିୟମକୁ ତୀବ୍ର ବିରୋଧ କରିଛନ୍ତି। ଏହାକୁ ପ୍ରତ୍ୟାହାର କରିନେବା ପାଇଁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ରବିବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ଅଧିନିୟମ କାର୍ଯ୍ୟକାରୀ ହେଲେ ଦୀର୍ଘବର୍ଷ ଧରି ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହୁଥିବା ସେବାୟତ ପରିବାର ବିଶେଷଭାବେ କ୍ଷତି ସହିବେ। ଏଣୁ ଭକ୍ତ, ସେବାୟତ ଓ ଭଗବାନଙ୍କ ସମୂହ ସ୍ବାର୍ଥକୁ ଧ୍ୟାନ ଦେଇ ଏହି ପ୍ରସ୍ତାବିତ ଚିଠା ଅଧିନିୟମକୁ ପ୍ରତ୍ୟାହାର କରାଯାଉ। ଶ୍ରୀଜୀଉଙ୍କ ନୀତିକାନ୍ତି ନିମନ୍ତେ ବର୍ଷ ବର୍ଷ ଧରି ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବହୁ ସେବାୟତ ପରିବାର ରହି ଆସୁଛନ୍ତି। ନ୍ୟାଶନାଲ ମନୁମେଣ୍ଟ କର୍ତ୍ତୃପକ୍ଷଙ୍କ ଏଭଳି ପ୍ରସ୍ତାବିତ ଚିଠା ଅଧିନିୟମ ସମ୍ପୃକ୍ତ ସେବାୟତ ପରିବାର ପାଇଁ ସମସ୍ୟା ବଢ଼ାଇପାରେ। ଅନ୍ୟ ଐତିହ୍ୟସ୍ଥଳଠାରୁ ଶ୍ରୀମନ୍ଦିର ନୀତିକାନ୍ତି ସମ୍ପୂର୍ଣ୍ଣ ଭିନ୍ନ। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବାରୁ ସେମାନଙ୍କ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପାଖାପାଖି ଅଞ୍ଚଳରେ ରହଣି ବ୍ୟବସ୍ଥା ହୋଇଛି। ନୂଆ ଅଧିନିୟମ ଅନୁଯାୟୀ ଏସବୁ ସ୍ଥାନକୁ ନିୟନ୍ତ୍ରିତ ଅଞ୍ଚଳରେ ପରିଣତ କରିବା ସମ୍ଭବପର ନୁହେଁ ବୋଲି ଶ୍ରୀମନ୍ଦି ର ମୁଖ୍ୟପ୍ରଶାସକ ଚିଠିରେ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ଏହି ଚିଠା ଅଧିନିୟମ ଏକ ଶକ୍ତ ଧକ୍କା ଦେଇଛି। ଶ୍ରୀମନ୍ଦିର ପାଖ ୧୦୦ ମିଟର ଓ ଉକ୍ତ ସୀମାଠାରୁ ୨ଶହ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ନୂତନ ନିର୍ମାଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ଚିଠା ଅଧିନିୟମରେ ଉଲ୍ଲେଖ ରହିଛି। ନ୍ୟାଶନାଲ ମନୁମେଣ୍ଟ କର୍ତ୍ତୃପକ୍ଷଙ୍କ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ପୁରୀ ପୌରସଂସ୍ଥା, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ(ପିକେଡିଏ) ଏବଂ ଶ୍ରୀମନ୍ଦିର ପ୍ରଶାସନ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହାପରେ ଉକ୍ତ ଚିଠା ଅଧିନିୟମକୁ ପ୍ରତ୍ୟାହାର କରିବା ଲାଗି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବଙ୍କୁ ଚିଠି ଲେଖାଯାଇଛି। ସେହିପରି ନ୍ୟାଶନାଲ ମନୁମେଣ୍ଟ କର୍ତ୍ତୃପକ୍ଷଙ୍କ ଏହି ତରବରିଆ ନିଷ୍ପତ୍ତି ବିରୋଧରେ ରବିବାର ସେବାୟତ ନିଯୋଗ ପକ୍ଷରୁ ମିଳିତ ଭାବେ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆସନ୍ତା ଛତିଶା ନିଯୋଗ ବୈଠକ ଓ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ପ୍ରସ୍ତାବ ବିରୋଧରେ ପଦକ୍ଷେପ ଚୂଡ଼ାନ୍ତ ହେବ ବୋଲି ସେବାୟତ ନିଯୋଗ ପକ୍ଷରୁ କୁହାଯାଇଛି। ଯଦି ଏହାକୁ ପ୍ରତ୍ୟାହାର କରା ନ ଯିବ ତେବେ ସେବାୟତ ନିଯୋଗ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ମିଟର ଅଞ୍ଚଳ ପର୍ଯ୍ୟନ୍ତ ଅନେକ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ କରାଯାଇଥିଲା। ଏବେ ନ୍ୟାଶନାଲ ମନୁମେଣ୍ଟ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବିତ ଅଧିନିୟମ ଅନୁଯାୟୀ, ଶହେ ମିଟର ନିଷିଦ୍ଧାଞ୍ଚଳ ହେଲେ ଆହୁରି ୨୫ ମିଟର ଉଚ୍ଛେଦ ହେବ ଏବଂ ଏହାଠାରୁ ୨ଶହ ମିଟର ପଛକୁ ନିୟନ୍ତ୍ରିତ ଅଞ୍ଚଳ ହେବ। ଯାହାଦ୍ୱାରା ଉକ୍ତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରିବାକୁ ହେଲେ ଏନ୍‌ଏମ୍‌ଏର ଅନୁମତି ନେବାକୁ ପଡ଼ିବ। ଏହି ଅଧିନିୟମ କାର୍ଯ୍ୟକାରୀ ହେଲେ, ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘର ଓ ଦୋକାନ ବଜାରକୁ ମଧ୍ୟ ଭାଙ୍ଗିବାକୁ ପଡ଼ିପାରେ। ଏପରି କି ମେଘନାଦ ପାଚେରୀ ଚାରିପଟେ ୩୭ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରାଯିବ। ଏଲ୍‌ଇଡି କିମ୍ବା ଉଚ୍ଚ ପ୍ରତିଫଳନଯୁକ୍ତ ସିନ୍ଥେଟିକ ସାମଗ୍ରୀର ବ୍ୟବହାର ହୋଇପାରିବ ନାହିଁ। ରଥଯାତ୍ରା ଭଳି ସ୍ବତନ୍ତ୍ର ଉତ୍ସବରେ ବ୍ୟାନର ଲଗାଇବା ପାଇଁ ତିନି ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଅନୁମତି ମିଳିବ ନାହିଁ। ଏଥିସହ ନିଷିଦ୍ଧାଞ୍ଚଳ ଭିକାରି ଓ ପ୍ଲାଷ୍ଟିକ୍‌ମୁକ୍ତ ହେବ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜାତୀୟ ମନୁମେଣ୍ଟ କର୍ତ୍ତୃପକ୍ଷ ଏଭଳି ପ୍ରସ୍ତାବିତ ଚିଠା ଅଧିନିୟମ ଜାରି କରିବା ପୂର୍ବରୁ ପୁରୀ ଜିଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପରାମର୍ଶ ଲୋଡ଼ିନାହାନ୍ତି। ଏଣୁ ଏହି ଅଧିନିୟମ ବିରୋଧରେ ସବୁ ସ୍ତରରେ ସ୍ବର ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri