ବାହାର ରାଜ୍ୟ ଟ୍ରେଲର ଚଳାଚଳକୁ ବିରୋଧ

କେନ୍ଦୁଝର, ୨୮ା୧୨ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ବାହାର ରାଜ୍ୟର ଟ୍ରେଲର ଚଳାଚଳକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏନେଇ ବିଭିନ୍ନ ଅଞ୍ଚଳର ୬ଟି ଟ୍ରକ ମାଲିକ ସଂଘକୁ ନେଇ ଗଠିତ କୋର କମିଟି ସଦସ୍ୟ ସୋମବାର ଜିଲାପାଳ ଆଶିଷ ଠାକ୍‌ରେଙ୍କୁ ଭେଟି ସମସ୍ୟା ଜଣାଇଛନ୍ତି। ଜିଲାପାଳ ଠାକ୍‌ରେ ଜାନୁୟାରୀ ପ୍ରଥମ ସପ୍ତାହରେ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ବହୁ ସଂଖ୍ୟାରେ ଯୁବକ ଋଣ କରି ଟ୍ରକ ବ୍ୟବସାୟ କରୁଛନ୍ତି। ସେହିପରି ଏହି ବ୍ୟବସାୟ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲକ୍ଷାଧିକ ଲୋକ ଗୁଜୁରାଣ ମେଣ୍ଟାଉଛନ୍ତି। ବିଶେଷ କରି ଜିଲାରେ ଥିବା ଖଣିରେ ବାହାର ରାଜ୍ୟର ଟ୍ରେଲର ଲୁହାପଥର ପରିବହନ କରୁଛି। ଏହା ଫଳରେ ଜିଲାର ହଜାର ହଜାର ସଂଖ୍ୟାର ଟ୍ରକ ପରିବହନ ସୁଯୋଗ ନ ପାଇ ଛିଡ଼ା ହୋଇ ରହୁଥିବାରୁ ଟ୍ରକ ମାଲିକ ଲୋଡିଂ ନ ପାଇ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଜଣାଇଥିଲେ। ଏଣୁ ଅତ୍ୟଧିକ ଟ୍ରେଲର ମାଧ୍ୟମରେ ପରିବହନ ବନ୍ଦ କରିବା ସହ ୨୦୧୨ରେ ପ୍ରଶାସନ ଉପସ୍ଥିତିରେ ରେଳ ତଥା ସଡ଼କ ପଥରେ ପରିବହନ ସମ୍ବନ୍ଧରେ ପରିବହନ ଅନୁପାତକୁ ନେଇ ଚୁକ୍ତିନାମା ଲାଗୁ କରିବା, ଉଚିତ୍‌ ପରିବହନ ମୂଲ୍ୟ ନିର୍ଦ୍ଧାରଣ କରିବା ଏବଂ ଲୋଡିଂ କ୍ଷେତ୍ରରେ କେନ୍ଦୁଝରର ଟ୍ରକଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସୁଯୋଗ ଦେବାକୁ ଦାବି କରିଛନ୍ତି। ଏହି କମିଟିରେ ଜିଲା ଟ୍ରକ ମାଲିକ ସଂଘର ସଭାପତି ରାମଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ କର, ଉପସଭାପତି ଦିଲୀପ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକ, ଯୋଡ଼ା ଟ୍ରକ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ, ବଡ଼ବିଲ ମାଇନିଂ ଏରିଆ ଟ୍ରକ ମାଲିକ ସଂଘ ସମ୍ପାଦକ ଚନ୍ଦ୍ର ପ୍ରସାଦ ଗୁପ୍ତାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri