ଘରୋଇ ସ୍କୁଲ ରାସ୍ତା ନିର୍ମାଣକୁ ବିରୋଧ: ସେନା କର୍ମଚାରୀଙ୍କୁ ମିଳିଥିଲା ଜମି

ପଟ୍ଟାମୁଣ୍ଡାଇ,୧୮।୧୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ଗୋଚର, ଅନାବାଦୀ, ପତିତ ଆଦି ସରକାରୀ ଜମିକୁ ଚଞ୍ଚକତା କରି ପ୍ରଭାବଶାଳୀ ବ୍ୟକ୍ତିମାନେ ଜବରଦଖଲ କରି ଚାଲିଛନ୍ତି। ଏମିତି ଘଟିଛି ପଟ୍ଟାମୁଣ୍ଡାଇ ତହସିଲ ବେଲତଳ ମୌଜାରେ। ଅବସରପ୍ରାପ୍ତ ସ୍ବର୍ଗତ ସେନା କର୍ମଚାରୀ ପାଇଥିବା ଜମି ଉପରେ ଏକ ଘରୋଇ ସ୍କୁଲ ପାଇଁ ରାସ୍ତା ନିର୍ମାଣ ଚାଲିଛି। ଏହାକୁ ତାଙ୍କର ଦୁଇ ପୁଅ ବିରୋଧ କରି ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଯଦି ପ୍ରଶାସନ ଏଭଳି ସମ୍ବେଦନଶୀଳ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ଦୁଇପୁଅ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେବେ ବୋଲି କହିଛନ୍ତି।
ସ୍ଥାନୀୟ ବାଲିପଡା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ସ୍ବର୍ଗତ ଭାସ୍କର ସାହୁ ଉତ୍ତମ ସେବା ପାଇଁ ୧୯୮୩ରେ ବେଲତଳ ମୌଜାର ୪ ଗୋଟି ପ୍ଲଟ ବିଶିଷ୍ଟ ୫ ଏକର ୩୫ ଡିସିମିଲି ଚାଷ ଜମି ପାଇଥିଲେ। ସାହୁଙ୍କୁ ମିଳିଥିବା ୫.୩୫ ଏକର ଜମିକୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ସୈନ୍ୟ ବିଭାଗ ନିର୍ଦ୍ଦେଶରେ ତାଙ୍କ ପୁଅ ରଘୁନାଥ ଓ ପ୍ରଭାକରଙ୍କୁ ଚିହ୍ନଟ ଦିଆଯାଇଥିଲା। ୧୯୮୬ରେ ଚିହ୍ନଟ ଜମିକୁ ନିଜ ନାମରେ କରାଇ ନେବାକୁ ଭୁଲବଶତଃ ଚକବନ୍ଦୀରେ ଚାଲିଥିବା ୧୮ ଧାରାରେ ଆବେଦନ କରି ପାରି ନ ଥିଲେ। ୨୦୦୩ରେ କେନ୍ଦ୍ରାପଡା ଜିଲାପାଳଙ୍କ ନିକଟରେ ଆପତ୍ତି କରି ଉକ୍ତ ଜମିକୁ ଦୁଇ ପୁଅ ନିଜ ନାମରେ ରେକର୍ଡଭୁକ୍ତ କରିବାକୁ ଆଦେଶ ଆଣିଥିଲେ। ତଦନୁଯାୟୀ ଦୁଇପୁଅ ରଘୁନାଥ ଓ ପ୍ରଭାକର ପଟ୍ଟା ପାଇଥିଲେ। ତାଙ୍କ ବାପାଙ୍କ ନାମରେ ଥିବା ଜମିକୁ ପ୍ରଶାସନ ଅନ୍ୟମାନଙ୍କ ନାମରେ ଲିଜ୍‌ ଦେବାକୁ ମସୁଧା କରୁଥିବା ସମ୍ପର୍କରେ ଦୁଇପୁଅ ଜାଣିବାକୁ ପାଇଥିଲେ। ପରେ ସେମାନେ କେନ୍ଦ୍ରାପଡ଼ା ସିଭିଲ ଜଜ୍‌ ସିନିୟର (ଡିଭିଜନ)ଙ୍କ କୋର୍ଟରେ ସିଏସ୍‌ ନଂ. ୪୬୪/୨୦୧୩ରେ ମାମଲା ଦାଏର କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ସେନା କର୍ମଚାରୀ ସ୍ବର୍ଗତ ସାହୁ ପାଇଥିବା ଜମି ମଧ୍ୟରୁ ପ୍ଲଟ ନଂ. ୭୮୬ ରକବା ୧ ଏକର ୩୫ ଡିସିମିଲ ଜମି ମଝିରେ ଏକ ଘରୋଇ ସ୍କୁଲ ପାଇଁ ପଟ୍ଟାମୁଣ୍ଡାଇ ପୌରପରିଷଦ ପରିବର୍ତ୍ତେ ବ୍ଲକ ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଛି। ଏହା ବ୍ଲକ ଅଞ୍ଚଳ ହୋଇ ନ ଥିଲେ ମଧ୍ୟ ବିଧାୟକଙ୍କ ଉନ୍ନୟନ ପାଣ୍ଠି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାଲିଛି। ଏ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦ୍ରାପଡା ସିଭିଲ କୋର୍ଟ (ସିନିୟର ଡିଭିଜନ)ଙ୍କ ରହିତାଦେଶକୁ ଭାରପ୍ରାପ୍ତ ବିଡିଓ ଭରତ ଚନ୍ଦ୍ର ପରିଡା ଗ୍ରହଣ କରୁନାହାନ୍ତି। ଏ ସମ୍ପର୍କରେ ବିଡିଓ ପରିଡାଙ୍କୁ ପଚାରିବାରେ, ବିଧାୟକଙ୍କ ଉନ୍ନୟନ ପାଣ୍ଠିରେ ରାସ୍ତା ନିର୍ମାଣ କାମ ଚାଲିଛି। କୋର୍ଟ ନିର୍ଦ୍ଦେଶ ପଢ଼ିନାହିଁ, ନିର୍ଦ୍ଦେଶ ପଢ଼ି ଠିକ୍‌ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ଉକ୍ତ ପ୍ଲଟ ଉପରେ ପୂର୍ବରୁ ଗଭୀର ନଳକୂପ ଓ ଗୋଦାମ ଗୃହ ନିର୍ମାଣ କାମ ଦୁଇ ଭାଇଙ୍କ ଅଭିଯୋଗକ୍ରମେ ବନ୍ଦ ରହଛି। ତେବେ କେନ୍ଦ୍ର ସରକାର ତଥା ସେନା ବିଭାଗ ପକ୍ଷରୁ ପାଇଥିବା ଜମି ଉପରେ ପ୍ରଶାସନ କିପରି ଦୃଷ୍ଟି ଦେଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri