ଘରୋଇ ସ୍କୁଲ ରାସ୍ତା ନିର୍ମାଣକୁ ବିରୋଧ: ସେନା କର୍ମଚାରୀଙ୍କୁ ମିଳିଥିଲା ଜମି

ପଟ୍ଟାମୁଣ୍ଡାଇ,୧୮।୧୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ଗୋଚର, ଅନାବାଦୀ, ପତିତ ଆଦି ସରକାରୀ ଜମିକୁ ଚଞ୍ଚକତା କରି ପ୍ରଭାବଶାଳୀ ବ୍ୟକ୍ତିମାନେ ଜବରଦଖଲ କରି ଚାଲିଛନ୍ତି। ଏମିତି ଘଟିଛି ପଟ୍ଟାମୁଣ୍ଡାଇ ତହସିଲ ବେଲତଳ ମୌଜାରେ। ଅବସରପ୍ରାପ୍ତ ସ୍ବର୍ଗତ ସେନା କର୍ମଚାରୀ ପାଇଥିବା ଜମି ଉପରେ ଏକ ଘରୋଇ ସ୍କୁଲ ପାଇଁ ରାସ୍ତା ନିର୍ମାଣ ଚାଲିଛି। ଏହାକୁ ତାଙ୍କର ଦୁଇ ପୁଅ ବିରୋଧ କରି ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଯଦି ପ୍ରଶାସନ ଏଭଳି ସମ୍ବେଦନଶୀଳ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ଦୁଇପୁଅ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେବେ ବୋଲି କହିଛନ୍ତି।
ସ୍ଥାନୀୟ ବାଲିପଡା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ସ୍ବର୍ଗତ ଭାସ୍କର ସାହୁ ଉତ୍ତମ ସେବା ପାଇଁ ୧୯୮୩ରେ ବେଲତଳ ମୌଜାର ୪ ଗୋଟି ପ୍ଲଟ ବିଶିଷ୍ଟ ୫ ଏକର ୩୫ ଡିସିମିଲି ଚାଷ ଜମି ପାଇଥିଲେ। ସାହୁଙ୍କୁ ମିଳିଥିବା ୫.୩୫ ଏକର ଜମିକୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ସୈନ୍ୟ ବିଭାଗ ନିର୍ଦ୍ଦେଶରେ ତାଙ୍କ ପୁଅ ରଘୁନାଥ ଓ ପ୍ରଭାକରଙ୍କୁ ଚିହ୍ନଟ ଦିଆଯାଇଥିଲା। ୧୯୮୬ରେ ଚିହ୍ନଟ ଜମିକୁ ନିଜ ନାମରେ କରାଇ ନେବାକୁ ଭୁଲବଶତଃ ଚକବନ୍ଦୀରେ ଚାଲିଥିବା ୧୮ ଧାରାରେ ଆବେଦନ କରି ପାରି ନ ଥିଲେ। ୨୦୦୩ରେ କେନ୍ଦ୍ରାପଡା ଜିଲାପାଳଙ୍କ ନିକଟରେ ଆପତ୍ତି କରି ଉକ୍ତ ଜମିକୁ ଦୁଇ ପୁଅ ନିଜ ନାମରେ ରେକର୍ଡଭୁକ୍ତ କରିବାକୁ ଆଦେଶ ଆଣିଥିଲେ। ତଦନୁଯାୟୀ ଦୁଇପୁଅ ରଘୁନାଥ ଓ ପ୍ରଭାକର ପଟ୍ଟା ପାଇଥିଲେ। ତାଙ୍କ ବାପାଙ୍କ ନାମରେ ଥିବା ଜମିକୁ ପ୍ରଶାସନ ଅନ୍ୟମାନଙ୍କ ନାମରେ ଲିଜ୍‌ ଦେବାକୁ ମସୁଧା କରୁଥିବା ସମ୍ପର୍କରେ ଦୁଇପୁଅ ଜାଣିବାକୁ ପାଇଥିଲେ। ପରେ ସେମାନେ କେନ୍ଦ୍ରାପଡ଼ା ସିଭିଲ ଜଜ୍‌ ସିନିୟର (ଡିଭିଜନ)ଙ୍କ କୋର୍ଟରେ ସିଏସ୍‌ ନଂ. ୪୬୪/୨୦୧୩ରେ ମାମଲା ଦାଏର କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ସେନା କର୍ମଚାରୀ ସ୍ବର୍ଗତ ସାହୁ ପାଇଥିବା ଜମି ମଧ୍ୟରୁ ପ୍ଲଟ ନଂ. ୭୮୬ ରକବା ୧ ଏକର ୩୫ ଡିସିମିଲ ଜମି ମଝିରେ ଏକ ଘରୋଇ ସ୍କୁଲ ପାଇଁ ପଟ୍ଟାମୁଣ୍ଡାଇ ପୌରପରିଷଦ ପରିବର୍ତ୍ତେ ବ୍ଲକ ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଛି। ଏହା ବ୍ଲକ ଅଞ୍ଚଳ ହୋଇ ନ ଥିଲେ ମଧ୍ୟ ବିଧାୟକଙ୍କ ଉନ୍ନୟନ ପାଣ୍ଠି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାଲିଛି। ଏ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦ୍ରାପଡା ସିଭିଲ କୋର୍ଟ (ସିନିୟର ଡିଭିଜନ)ଙ୍କ ରହିତାଦେଶକୁ ଭାରପ୍ରାପ୍ତ ବିଡିଓ ଭରତ ଚନ୍ଦ୍ର ପରିଡା ଗ୍ରହଣ କରୁନାହାନ୍ତି। ଏ ସମ୍ପର୍କରେ ବିଡିଓ ପରିଡାଙ୍କୁ ପଚାରିବାରେ, ବିଧାୟକଙ୍କ ଉନ୍ନୟନ ପାଣ୍ଠିରେ ରାସ୍ତା ନିର୍ମାଣ କାମ ଚାଲିଛି। କୋର୍ଟ ନିର୍ଦ୍ଦେଶ ପଢ଼ିନାହିଁ, ନିର୍ଦ୍ଦେଶ ପଢ଼ି ଠିକ୍‌ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ଉକ୍ତ ପ୍ଲଟ ଉପରେ ପୂର୍ବରୁ ଗଭୀର ନଳକୂପ ଓ ଗୋଦାମ ଗୃହ ନିର୍ମାଣ କାମ ଦୁଇ ଭାଇଙ୍କ ଅଭିଯୋଗକ୍ରମେ ବନ୍ଦ ରହଛି। ତେବେ କେନ୍ଦ୍ର ସରକାର ତଥା ସେନା ବିଭାଗ ପକ୍ଷରୁ ପାଇଥିବା ଜମି ଉପରେ ପ୍ରଶାସନ କିପରି ଦୃଷ୍ଟି ଦେଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଗରେ ଏମିତି କହିଦେଲେ ପାକିସ୍ତାନ ଅଧିନାୟକ: ଅଫ୍‌ ଡେ’ରେ…

କଲମ୍ବୋ,୧୬।୨:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ଗ୍ରୁପ ପର୍ଯ୍ୟାୟ ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ବିଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଫାଟ! ଏହି କାରଣରୁ ଯୁକ୍ତିତର୍କ, VIDEO ଭାଇରାଲ୍‌

ନୂଆଦିଲ୍ଲୀ,୧୬।୨: ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଟିମ ଇଣ୍ଡିଆ ଶିବିରରେ ସେଲିବ୍ରେଶନର ପରିବେଶ ଥିଲାବେଳେ, ମ୍ୟାଚ ପରେ ପଡ଼ିଆରେ ଏକ ଘଟଣା…

ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri