ଧାନବିହନ ମୂଲ୍ୟ ବୃଦ୍ଧିକୁ ବିରୋଧ

ଭୋଗରାଇ,୧୫।୫(ଡିି.ଏନ.ଏ.) :ରାଜ୍ୟ ସରକାର ଚଳିତ ଖରିଫଋତୁରେ ଧାନ ବିହନ କୁଇଣ୍ଟାଲ ପିଛା ୩୫ ଟ. ୭କୁ ବୃଦ୍ଧି କରିଥିବା ବେଳେ ଅଣଧାନ ଚାଷ ପାଇଁ ସମପରିମାଣର ମୂଲ୍ୟ ବୃଦ୍ଧି କରିଛନ୍ତି। ଏଥିପାଇଁ ଚାଷୀକୁଳ ଓ ଡିଲରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ପରିସଙ୍ଖାନ ଅନୁଯାୟୀ, ଧାନର ଏମ୍‌ଏସ୍‌ପି ମୂଲ୍ୟ ବୃଦ୍ଧି ଓ ପରିବହନ ଖର୍ଚ୍ଚକୁ ଆଧାର କରି ଧାନ ସହିତ ତୈଳବୀଜର ଏଭଳି ମୂଲ୍ୟବୃଦ୍ଧି କରାଯାଇଥିବା ରାଜ୍ୟ ବିହନ ନିଗମ ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ହେଲେ ଦୁଇବର୍ଷ ଧରି ମହାମାରୀ କରୋନା କାଳରେ ଚାଷୀଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବା ବେଳେ ଧାନ ବିହନ ମୂଲ୍ୟ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ବୋଲି ଚାଷୀ ଏବଂ ଚାଷୀ ସଙ୍ଗଠନ ଅଭିଯୋଗ କରିଛନ୍ତି।
ଅପରପକ୍ଷରେ ଓଡ଼ିଶା କୃଷିବିଭାଗ ଓ ବିହନ ନିଗମ ସବ୍‌ସିଡି ହାରରେ କୃଷକ ଓ ଡିଲରଙ୍କୁ ସମବାୟ ସମିତି ମାଧ୍ୟମରେ ଯୋଗାଇ ଆସୁଥିବା ବିହନ ପୁରା ଦାମ୍‌ରେ ଚାଷୀଙ୍କୁ କିଣିବାକୁ ସୂଚନା ଦିଆଯାଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଭାଳେଣୀ ପଡ଼ିଛି। ବିଭାଗ ପକ୍ଷରୁ କୁଇଣ୍ଟାଲ ପିଛା ସବ୍‌ସିଡି ରିହାତି ଚାଷୀଙ୍କ ଆକାଉଣ୍ଟକୁ ଯିବ ବୋଲି କୁହାଯାଉଛି। ହେଲେ ଚାଷୀଙ୍କ ବ୍ୟାଙ୍କ ଖାତାକୁ କେତେଦିନ ମଧ୍ୟରେ ସବ୍‌ସିଡି ଅର୍ଥ ଆସିବ ସେନେଇ ସ୍ପଷ୍ଟ ନୀତି ନିର୍ଦ୍ଧାରଣ ହୋଇନାହିଁ ବୋଲି କୃଷି ବିଭାଗ ସୂତ୍ରରୁ ଜଣାଯାଇଛି। ଓଡ଼ିଶା ଚାଷୀଙ୍କ ପାଇଁ ୧୦ ଲକ୍ଷ କୁଇଣ୍ଟାଲ ଧାନ ଆବଶ୍ୟକ ଥିବା ବେଳେ ବିହନ ନିଗମକୁ ୧୦ରୁ ୧୫ କିସମର ମାତ୍ର ୪ହଜାର କୁଇଣ୍ଟାଲ ବିହନ ଧାନ ବିହନ ଯୋଗାଇ ଦିଆଯିବ ବୋଲି ଚିଠିରେ ଦର୍ଶାଯାଇଛି। ନୂତନ କୃଷିନୀତି ଅବିଳମ୍ବେ ପ୍ରତ୍ୟାହାର କରି ପୂର୍ବ ନିର୍ଦ୍ଧାରିତ ସବ୍‌ସିଡି ହାରରେ କୃଷକଙ୍କୁ ସରଳ ଭାବେ ବିହନ, ସାର ଓ କୀଟନାଶକ ଔଷଧ ଯୋଗାଇଦେବାକୁ ଓଡ଼ିଶା ନବ ନିର୍ମାଣ କୃଷକ ସଙ୍ଗଠନ ସହିତ ବିଭିନ୍ନ ରାଜନୈତିକ ଦଳର କୃଷକ ସଙ୍ଗଠନ ଦାବି କରିଛନ୍ତି। ସରକାରଙ୍କ ବିହନ ମୂଲ୍ୟ ବୃଦ୍ଧି ସହିତ ପୁରାଦାମରେ ବିହନ ନିଗମରୁ ବିହନ କିଣିବାକୁ ଚାଷୀଙ୍କୁ କୁହାଯାଇଥିବାରୁ ଚାଷୀମାନେ ମୁହଁ ମୋଡ଼ୁଛନ୍ତି। ଫଳରେ ବିହନ ନିଗମରୁ ଧାନ କିଣିବା ନେଇ ସଂଶୟ ଦେଖାଦେଇଛି। ଏଭଳି ସ୍ଥିତି ରହିଲେ ବିହନ ନିଗମ ପ୍ରଭାବିତ ହେବା ସହିତ ଧାନ ବିକ୍ରି ଆଶାନୁରୂପେ ନ ହେବାର ଆଶଙ୍କା ରହିଛି। ବାଲେଶ୍ୱର ଜିଲାରେ ଖରିଫ ଋତୁରେ ୧୨ଟି ବ୍ଲକରେ ସମୁଦାୟ ୧ଲକ୍ଷ ୯୮ ହଜାର ହେକ୍ଟର ଧାନଚାଷ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ବିହନ ନିଗମରେ ଆବଶ୍ୟକ ଧାନ ବିହନ ଗଚ୍ଛିତ ଅଛି ବୋଲି ଜିଲା କୃଷିବିଭାଗ ମୁଖ୍ୟ ନିକୁଞ୍ଜ ରାଉତ ପ୍ରକାଶ କରିଛନ୍ତି। ପୁରା ଦାମ୍‌ରେ ଚାଷୀମାନେ ଧାନ କ୍ରୟକୁ ନେଇ ୩/୪ ଦିନରେ ସ୍ପଷ୍ଟ ନୀତି ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ଜିଲାରେ ୧୭୫ ଜଣ ଡିଲର କାର୍ଯ୍ୟକ୍ଷମ ଥିବାବେଳେ ୩୯୫୬ଟି ସେବା ସମବାୟ ସମିତି ବିହନ ବିକ୍ରି କରିପାରିବେ ଓ ବିଭିନ୍ନ କିସମର ବିହନ ଗଚ୍ଛିତ ରହିଛି ବୋଲି ବିହନ ନିଗମର ଜୋନାଲ ମ୍ୟାନେଜର ସୁଦାମଚନ୍ଦ୍ର ନାୟକ କହିଛନ୍ତି। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବାଲେଶ୍ୱର ଜିଲାର ଚାଷୀମାନେ ଆବଶ୍ୟକ ଅନୁଯାୟୀ ଗଭୀର ଓ ଲୁଣା ମିଶ୍ରିତ ଜମିରେ ବର୍ଷା, ସରଳା, ଲୁଣିଶ୍ରୀ ଭଳି କିସମର ଧାନ ବିହନ ଚାଷ କରିବାକୁ ଆଗ୍ରହୀ ଥିବା ବେଳେ ସେହି କିସମର ବିହନ ସେମାନଙ୍କୁ ମିଳୁନି। ଫଳରେ ବାହାର ରାଜ୍ୟରୁ ଅଧିକ ଦାମରେ କିଣିବାକୁ ବାଧ୍ୟ ହେଉଛନ୍ତି। ଅବିଳମ୍ବେ ସରକାର ନୂତନ ଚାଷୀ ନୀତି ପ୍ରତ୍ୟାହାର କରିବା ସହିତ ସବସିଡି କାଟି ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ବିହନ ଯୋଗାଇ ଦେବାକୁ ଭୋଗରାଇ ଅଞ୍ଚଳର ଚାଷୀ ନୀଳକଣ୍ଠ ଘୋଷ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri