ଜନଶୁଣାଣିକୁ ବିରୋଧ, କର୍ମଚାରୀଙ୍କୁ ମାର୍‌ପିଟ୍‌

ଝାରସୁଗୁଡ଼ା ଅଫିସ,୧୦।୬: ରାମ୍‌କୀ କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପ୍ରକଳ୍ପ ନିର୍ମାଣ ପାଇଁ ଝାରସୁଗୁଡ଼ା ଜିଲା ଲଖନପୁର ସମଲେଇ ପଡ଼ିଆରେ ଶୁକ୍ରବାର ହେବାକୁ ଥିବା ଜନଶୁଣାଣିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଫଳରେ ପୁଣି ଜିଲା ପ୍ରଶାସନ ଏହାକୁ ବାତିଲ କରିବାକୁ ବାଧ୍ୟ ହୋଇଛି। ଏହି ପ୍ରକଳ୍ପ ନିର୍ମାଣ ହେଲେ ଅଞ୍ଚଳରେ ମାତ୍ରାଧିକ ପ୍ରଦୂଷଣ ହେବା ଦର୍ଶାଇ ସ୍ଥାନୀୟ ଲୋକେ ଏହାକୁ ପ୍ରଥମରୁ ବିରୋଧ କରିଆସୁଛନ୍ତି ।
ଲୋକଙ୍କ ବିରୋଧ ସତ୍ତ୍ୱେ ବାରମ୍ବାର ଜନଶୁଣାଣି କରିବା ପାଇଁ ଉଦ୍ୟମ କରାଯାଉଥିବାରୁ ଶୁକ୍ରବାର ଲୋକେ ଉତ୍‌କ୍ଷିପ୍ତ ହୋଇ କମ୍ପାନୀ ଅଧିକାରୀଙ୍କୁ ଧସ୍ତାଧସ୍ତି କରିବା ସହ ମାର୍‌ପିଟ କରିଥିବା ଦେଖିବାକୁ ମିଳିଛି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ଘଟଣା ସ୍ଥଳରେ ଏଡିଏମ୍‌ ପ୍ରବିର କୁମାର ନାୟକ ମଧ୍ୟ ଉପସ୍ଥିତ ରହି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।