Posted inଜାତୀୟ

ମୋଦିଙ୍କୁ ବିରୋଧ ପଡ଼ିଲା ମହଙ୍ଗା,ପଦବୀ ଯିବା ପରେ ଏବେ ସତ୍ୟପାଲଙ୍କୁ ସିବିଆଇର ପଚରାଉଚରା…

ନୂଆଦିଲ୍ଲୀ,୮।୧୦ : ପଦବୀ ଯିବାପରେ ଦିଲ୍ଲୀର ସିବିଆଇ ମୁଖ୍ୟାଳୟରେ ପୂର୍ବତନ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ପଚରାଉଚରା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁଥର ବିରୋଧ କରିବା ସତ୍ୟପାଲଙ୍କ ପାଇଁ ମହଙ୍ଗା ପଡିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଇଛି। ସେ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବାବେଳେ ଦୁଇଟି ଫାଇଲ ମଞ୍ଜୁରୀ ଦେବା ପାଇଁ ତାଙ୍କୁ ୩୦୦ କୋଟି ଟଙ୍କା ଲାଞ୍ଚ ଯଚା ଯାଇଥିବା ଅଭିଯୋଗ ହୋଇଛି।

ଏହାପୂର୍ବରୁ ପୂର୍ବତନ ରାଜ୍ୟପାଳ ସତ୍ୟ ପାଲ ମଲିକଙ୍କ ଲାଞ୍ଚ ଯଚା ଯାଇଥିବା ଅଭିଯୋଗରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସତ୍ୟ ପାଲ ମଲିକ ଦାବି କରିଥିଲେ ଯେ ସେ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବାବେଳେ ତାଙ୍କୁ ଲାଞ୍ଚ ଯଚା ଯାଇଥିଲା। ଅମ୍ବାନୀ ଏବଂ ଆରଏସଏସ ସହ ଜଡିତ ବ୍ୟକ୍ତିଙ୍କ’ ଦୁଇଟି ଫାଇଲ ମଞ୍ଜୁରୀ କରିବା ବଦଳରେ ଏହି ଅଫର ଦିଆଯାଉଥିଲା, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ଦୁର୍ନୀତି ସହ ସାଲିସ ନକରିବାକୁ କହିଥିଲେ। ସିବିଆଇର ଏହି ଦାବିକୁ ଯାଞ୍ଚ କରିବା ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲା। ଯାହାକୁ ବର୍ତ୍ତମାନ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି।

୨୦୨୧ ଅକ୍ଟୋବର ୧୭ ରେ ରାଜସ୍ଥାନର ଝୁଂଝୁନୁରେ ଏକ କାର୍ଯ୍ୟକ୍ରମରେ ସତ୍ୟପାଲ ମଲିକ କହିଥିଲେ, କାଶ୍ମୀର ଯିବା ପରେ ଦୁଇଟି ଫାଇଲ ମୋ ପାଖକୁ ଆସିଥିଲା। ଗୋଟିଏ ଅମ୍ବାନୀଙ୍କ ଫାଇଲ ଏବଂ ଅନ୍ୟଟି ଆରଏସଏସ ସହଯୋଗୀଙ୍କର ଥିଲା ଯିଏକି ପୂର୍ବ ମେହବୁବା ମୁଫତି-ଭାଜପା ମିଳିତ ସରକାରରେ ମନ୍ତ୍ରୀ ଥିଲେ। ସେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅତି ନିକଟତର ଥିଲେ। ଏହା ଦୁର୍ନୀତି ସହ ଜଡ଼ିତ ବୋଲି ମୋତେ ସଚିବମାନେ ଏକ ଗୁପ୍ତ ସୂଚନା ଦେଇଥିଲେ ଏବଂ ତା’ପରେ ମୁଁ ଉଭୟକୁ ବାତିଲ କରିଦେଲି। ସଚିବମାନେ ମୋତେ କହିଥିଲେ ଯେ ଉଭୟ ଫାଇଲ ପାଇଁ ୧୫୦କୋଟି ଲେଖାଏଁ ଟଙ୍କା ଦିଆଯିବ। କିନ୍ତୁ, ମୁଁ ସେମାନଙ୍କୁ କହିଥିଲି ଯେ ମୁଁ ପାଞ୍ଚଟି କୁର୍ତ୍ତା-ପାଇଜାମା ସହିତ ଆସିଛି ଏବଂ କେବଳ ତାହା ସହିତ ଏଠାରୁ ଯିବି।

ସୂଚନାଯୋଗ୍ୟ, ସତ୍ୟପାଲ ମଲିକ କେନ୍ଦ୍ର ସରକାର ଏବଂ ଭାଜପା ବିରୋଧରେ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଯଦି ସେ କେନ୍ଦ୍ର ସରକାରଙ୍କ ବିରୋଧରେ କହିବା ବନ୍ଦ କରନ୍ତି ତେବେ ତାଙ୍କୁ ଉପରାଷ୍ଟ୍ରପତି କରାଯିବ ବୋଲି ସୂଚନା ଦିଆଯାଇଛି। ଏହାପୂର୍ବରୁ ସେ ଅଗ୍ନିପଥ ଯୋଜନାକୁ ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ଯଦି ତିନି ବର୍ଷ ମଧ୍ୟରେ ଯୁବକ ଅବସର ନେବେ, ତେବେ ସେମାନେ ବିବାହ ମଧ୍ୟ କରିବେ ନାହିଁ। ଏହାପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅହଂକାରୀ ବୋଲି ମଧ୍ୟ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଆପଣଙ୍କ ବିଲରେ LPG ଦେୟ ଯୋଡୁଥିଲେ ତୁରନ୍ତ କରିପାରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩୦।୩: ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି, ସେମାନଙ୍କୁ ଗ୍ରାହକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri