ସିପିଇସିକୁ ବିରୋଧ ବଢୁଛି

କରାଚୀ/ବେଜିଂ,୧୪ା୮: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ବୃହତ୍‌ ମହତ୍ୱାକାଂକ୍ଷୀ ଯୋଜନା ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ପାକିସ୍ତାନୀଙ୍କ ବିରୋଧ ବଢ଼ିବାରେ ଲାଗିଛି। ଋଣଭାରରେ ଛନ୍ଦି ହୋଇଯାଇଥିବା ପାକିସ୍ତାନର ଗ୍ବାଦର ବନ୍ଦରରୁ ଚାଇନାର ଉତ୍ତରପଶ୍ଚିମାଞ୍ଚଳ ସହର ଶିଞ୍ଜିଆନ୍‌କୁ ରାଜପଥ, ରେଳପଥ, ପାଇପ୍‌ଲାଇନ୍‌ ଓ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପ ଜରିଆରେ ଯୋଡ଼ିବା ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପରେ ନିୟୋଜିତ ଚାଇନା ନାଗରିକମାନଙ୍କୁ ବେଲୁଚିସ୍ତାନରେ ଲଗାତର ଆକ୍ରମଣ କରାଯାଉଛି। ଏହିକ୍ରମରେ ରବିବାର
ବେଲୁଚିସ୍ତାନସ୍ଥିତ ବନ୍ଦର ସହର ଗ୍ବାଦରରେ ଚାଇନାର ୨୩ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଏକ କାର୍‌କେଡ୍‌କୁ ବଲୁଚ୍‌ ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି। ଆକ୍ରମଣରେ ଜଡ଼ିତ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଆତଙ୍କବଦୀ ଆମତ୍ଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇଦେଇଥିବା ସୂତ୍ରରୁ ପ୍ରକାଶ। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ବେଲୁଚିସ୍ତାନର ସ୍ବାଧୀନତା ବା ବୃହତ୍‌ ସ୍ବାୟତ୍ତତା ଚାହୁଁଥିବା ବିଚ୍ଛିନ୍ନତାବାଦୀ ଉଗ୍ରପନ୍ଥୀ ସଙ୍ଗଠନ ବେଲୁଚିସ୍ତାନ ଲିବରେଶନ୍‌ ଆର୍ମି (ବିଏଲ୍‌ଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ବିଏଲ୍‌ଏର ମାଜିଦ୍‌ ବ୍ରିଗେଡ୍‌ ଚାଇନା ଇଞ୍ଜିନିୟରଙ୍କ କାର୍‌କେଡ୍‌କୁ ଟାର୍ଗେଟ କରି ୧୩ ଜଣଙ୍କୁ ହତ୍ୟା କରିଥିବା ସଙ୍ଗଠନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।
ଗ୍ବାଦରରେ ରବିବାର ପୂର୍ବାହ୍ନ ୯ଟାରେ ଚାଇନାର ଏକ କନ୍‌ଷ୍ଟ୍ରକ୍‌ଶନ କମ୍ପାନୀର ୨୩ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ୭ କାର୍‌କୁ ବଲୁଚ୍‌ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ୨ ଘଣ୍ଟା ଧରି ଚାଲିଥିବା ବିସ୍ଫୋରଣ ଓ ଗୁଳିଗୋଳାର ଶବ୍ଦ ସହରକୁ ଥରାଇ ଦେଇଥିଲା। ଆକ୍ରମଣ ପରେ ସହରର ସବୁ ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା। ୨ ଆତଙ୍କବାଦୀ ଆମତ୍ଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇ ଦେଇଥିବାବେଳେ ପାକିସ୍ତାନୀ ସୁରକ୍ଷା ବଳର ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟ ବେଳେ ୨ ପାକିସ୍ତାନୀ ସୈନ୍ୟ ଆହତ ହୋଇଛନ୍ତି। ଚାଇନାର ଜଣେ ଇଞ୍ଜିନିୟର ସାମାନ୍ୟ ଆହତ ହୋଇଥିବାବେଳେ ଅନ୍ୟମାନେ ସୁରକ୍ଷିତ ଥିବା ଚାଇନାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି।
ସିପିଇସିକୁ ବିରୋଧ କରି ଚାଇନା ନାଗରିକଙ୍କ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ। ଏହା ପୂର୍ବରୁ ମଧ୍ୟ ବଲୁଚ୍‌ ଆତଙ୍କବାଦୀ ଅନେକ ଥର ସେମାନଙ୍କୁ ଟାର୍ଗେଟ କରିସାରିଲେଣି। ୨୦୨୧ ଏପ୍ରିଲରେ କ୍ୱେଟାସ୍ଥିତ ଚାଇନା ଦୂତାବାସ ନିକଟସ୍ଥ ଏକ ବିଳାସପୂର୍ଣ୍ଣ ହୋଟେଲରେ ଆମତ୍ଘାତୀ ବିସ୍ଫୋରଣ ଘଟାଯାଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହି ବର୍ଷ ଜୁଲାଇରେ ଚାଇନା ଶ୍ରମିକ ଓ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣରେ ୧୩ ଜଣ ନିହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ଜାଣନ୍ତୁ କେତେ କ’ଣ ମିଳିଲା

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଦାନହୁଣ୍ଡି ଶନିବାର ଖୋଲିଛି। ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରାଙ୍କ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

T20 World Cupରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କଲେ ଶିମରନ ହେଟମାୟାର, ଭାଙ୍ଗିଲା କ୍ରିସ ଗେଲଙ୍କ ୧୬ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୬।୨: 2026 T20 World Cupର ଦ୍ୱିତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶିମରନ ହେଟମାୟାର କ୍ରିସ ଗେଲଙ୍କ ୧୬ ବର୍ଷର…

ମେକ୍ସ ପିକଅପରେ ଚାଲାଣ ବେଳେ ମାଡ଼ିବସିଲା ଅଡବା ପୋଲିସ, ପୁରୀକୁ ଭାଙ୍ଗ…

ମୋହନା,୭।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବେବେରୀ ଛକରୁ ୧୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ ଭାଙ୍ଗ ଜବତ କଲା ଅଡବା ପୋଲିସ ।…

ଜଙ୍ଗଲ କାଟି ଅଫିମ ଚାଷ, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଛ ନଷ୍ଟ କଲା ଅବକାରୀ ବିଭାଗ

ଟେନ୍‌ସା,୭ା୨(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଶନିବାର ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଗଛ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି।…

ମାଲେସିଆ ପହଞ୍ଚିଲେ ମୋଦି, ଗୋଟିଏ କାରରେ ଏକାଠି ଗଲେ ଦୁଇ ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୭।୨: ମାଲେସିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ମାଲେସିଆର ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ X ହ୍ୟାଣ୍ଡେଲରେ…

୩ଶହ ଗ୍ରାମ ଚୋରି ସୁନା ଜବତ କଲା ଗଜପତି ପୋଲିସ, ଆଲମାରୀ ଭାଙ୍ଗି….

ଗଜପତି,୭।୨(ଗିରିଧାରୀ ପରିଛା): ଗଜପତି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ୩ଜଣିଆ ଚୋର ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ନିକଟରୁ ୩ଶହ ଗ୍ରାମ ଚୋରି ସୁନା…

ଶ୍ରୀଲଙ୍କା ମୁହଁ ଖୋଲିବାରୁ ସରକାରଙ୍କ ସହ ପୁଣି କଥା ହେବ PCB, ଭାରତ ସହ ଖେଳିବାକୁ ନେଇ ନେବ ପରାମର୍ଶ

ନୂଆଦିଲ୍ଲୀ,୭।୨: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହୋଇଛି। ତଥାପି, କ୍ରିକେଟର ସବୁଠାରୁ ଛୋଟ ଫର୍ମାଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ଚର୍ଚ୍ଚା ଖେଳାଳି କିମ୍ବା ଖେଳ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri