ବାସହୀନଙ୍କୁ ମିଳିଥିବା ଘରଡିହ ଉପରେ ହେଲିପ୍ୟାଡ ର୍ନିମାଣକୁ ବିରୋଧ….

ପାଟଣାଗଡ଼,୩।୮: ବଲାଙ୍ଗୀର ଜିଲା ପାଟଣାଗଡ଼ ଏନଏସିରେ ବସବାସ କରୁଥିବା ବାସହୀନ ପରିବାରଙ୍କୁ ପୂର୍ବ ସରକାରଙ୍କ ସମୟରେ ମିଳିଥିବା ଘରଡିହ ଉପରେ ବର୍ତ୍ତମାନର ଡବଲ ଇଞ୍ଜିନ ଭାଜପା ସରକାର ହେଲିପ୍ୟାଡ ନିର୍ମାଣକୁ ବିରୋଧ କରିବା ସହ ରଦ୍ଦ ପଟ୍ଟାକୁ କାର୍ଯ୍ୟକ୍ଷମ କରି ନୂତନ ଘରଡିହ ପ୍ରଦାନ ଦାବିରେ ଭୂମିହୀନ ପରିବାର ବର୍ଗ ରବିବାର ଉପଜିଲାପାଳଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ବ୍ରହ୍ମପୁରା ରଥଭଟାଠାରେ ସମସ୍ତ ପଟ୍ଟାଧାରୀ ମାନେ ଦିନ ୧୦ଟାରେ ଏକତ୍ରିତ ହୋଇଥିଲେ। ପରେ ପୂର୍ବତନ ବିଧାୟକ ତଥା ବିଜେଡି ଜିଲା ସଭାପତି ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ସେମାନେ ଏକ ଶୋଭାଯାତ୍ରାରେ ବାହାରି ସହରର ମୂଖ୍ୟରାସ୍ତା ଦେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ସଭାରେ ପୂର୍ବତନ ବିଧାୟକ ମେହେର କେନ୍ଦ୍ର ଓ ରାଜ୍ୟର ଭାଜପା ଡବଲ ଇଞ୍ଜିନ ସରକାର ରାଜ୍ୟର ଗରିବ ଲୋକ ମାନଙ୍କୁ ପ୍ରତାରିତ କରି କେବଳ ଦେଶୀ ବିଦେଶୀ ବଡ଼ ବଡ଼ କମ୍ପାନୀଙ୍କ ସେବା କରୁଛି ବୋଲି କହିବା ସହ ଆଦାନୀ ଓ ଟାଟା ଭଳି ବଡ ବଡ କମ୍ପାନୀ ମାନଙ୍କୁ ଜମି ଯୋଗାଇଛନ୍ତି ବୋଲି ସରକାରଙ୍କୁ ସମାଲୋଚନା କରିଥିଲେ। ପାଟଣାଗଡ ଏନଏସିରେ ଭୂମିହୀନ ପରିବାରଙ୍କୁ ପୂର୍ବି ସରକାର ୨୦୨୨ ମସିହାରୁ ଦଖଲ ଦେଇ ୨୦୨୪ ମସିହାରେ ୬୨ରୁ ଊଦ୍ଧର୍‌ବ ଭୂମିହୀନ ପରିବାରଙ୍କୁ ଘରଡିହ ପଟ୍ଟା ପ୍ରଦାନ କରିଥିଲେ। ମାତ୍ର ବର୍ତ୍ତମାନ ର ଡବଳ ଇଞ୍ଜିନ ସରକାର ଉକ୍ତ ଭୂମିହୀନ ପରିବାରଙ୍କୁ ମିଳିଥିବା ପଟ୍ଟାକୁ ରଦ୍ଦ କରି ଏନଏସିର ବେହେରାବନ୍ଧ ପାଟଣାଗଡ଼ ଥାନା ଖାତା ନଂ ୧୨୦କୁ ଫେରାଇ ନେଇଛନ୍ତି । ଏପରିକି, ଘରଡିହ ପଟ୍ଟାଧାରୀମାନେ ପୂର୍ବରୁ ମାଲଗୁଜାରୀ ମଧ୍ୟ ପୈଠ କରି ଆସୁଥିବାବେଳେ ବର୍ତ୍ତମାନ ତାଙ୍କ ପଟ୍ଟାକୁ ରଦ୍ଦ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଯେହେତୁ ପ୍ରସ୍ତାବିତ ସାଲେପାଲି ଗ୍ରାଫାଇଟ ମାଇନିଙ୍ଗ ଖଣିକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ତାମିଲନାଡୁ ରାଜ୍ୟର ଏକ ଘରୋଇ କମ୍ପାନୀକୁ ଉକ୍ତ ଖଣି ନିଲାମରେ ଦେଇଛନ୍ତି। ତେଣୁ ସେମାନଙ୍କ ଓ ମନ୍ତ୍ରୀମାନଙ୍କ ଯାତାୟାତକୁ ଦୃଷ୍ଟି ରଖି ବର୍ତ୍ତମାନର ଡବଳ ଇଞ୍ଜିନ ସରକାର ବାସହୀନ ପରିବାରଙ୍କୁ ମିଳିଥିବା ଘରଡିହ ଉପରେ ବର୍ତ୍ତମାନ ସେଠାରେ ହେଲିପ୍ୟାଡ ନିର୍ମାଣ କରିବାକୁ ଯାଉଛନ୍ତି। ଏନେଇ କୌଣସି ଅବଗତ କିମ୍ବା ଜନଶୁଣାଣି ହୋଇ ନ ଥିବା ବେଳେ ତହସିଲଦାର ମଧ୍ୟ ଅଜ୍ଞ ଥିବା ଏକ ଲଜ୍ୟାକର କଥା ବୋଲି ମେହେର ତାଙ୍କ ଅଭିଭାଷଣରେ କହିଥିଲେ । ପରେ ଉପଜିଲାପାଳଙ୍କ ଅନୁପସ୍ଥିତ ଯୋଗୁ ସହକାରୀ ଜିଲାପାଳ ମାନ ସଫିଲ କେରକେଟା ଆନ୍ଦୋଳନ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ। ୭ ଦିନ ଭିତରେ ଦାବିପୂରଣ ନ ହେଲେ ବାସହୀନ ପରିବାରଙ୍କ ସହ ବିଜୁପରିବାର ରାଜରାସ୍ତାକୁ ଓହ୍ଲାଇବେ ବୋଲି ପୂର୍ବତନ ବିଧାୟକ ମେହେର ଚେତାବନୀ ଦେଇଛନ୍ତି। ଏଥିରେ ଆଇନଜୀବୀ ଇନ୍ଦୁ ଭୂଷଣ ଠାକୁର, ଜିଲାପରିଷଦ ସଦସ୍ୟା କସ୍ତୁରୀ ସେଠ,ଏନଏସି ଅଧ୍ୟାକ୍ଷା ମାନସୀ ବିଶାଳ, ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ, ସମିତି ସଭ୍ୟ ସଂଘ ସଭାପତି ଗୋବିନ୍ଦ ମେହେର, ସୁଜିତ ମେହେର,ପ୍ରଦିପ ପୁରୋହିତ, ମନବୋଧ ବରିହା , ପ୍ରକାଶ ସିଂ ,ସୁକୁମାର ବାରିକଙ୍କ ସହ ଶତାଧିକ ଭୂମିହୀନ ହିତାଧିକାରୀ ମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri