ଗନ୍ଧମାର୍ଦ୍ଦନରେ ଆଦାନୀର ଜମିକିଣା ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୮ା୧୧(ଅନିଲ ଦାସ):ବରଗଡ଼ ଓ ବଲାଙ୍ଗୀର ଜିଲାକୁ ଲାଗି ରହିଥିବା ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଘରୋଇ କମ୍ପାନୀ ଆଦାନୀ ଗ୍ରୁପ୍‌ର ଜମିକିଣାକୁ ନେଇ ବିଧାନସଭାରେ ବିଜେଡି ଓ ଭାଜପା ମୁହଁାମୁହିଁ ହୋଇଛନ୍ତି। ବୁଧବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡିର ବରିଷ୍ଠ ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଗନ୍ଧମାର୍ଦ୍ଦନ ପାହାଡ଼ ସହିତ ହିନ୍ଦୁମାନଙ୍କର ଭାବାବେଗ ଜଡ଼ିତ ଅଛି। ରାବଣ ସହିତ ଯୁଦ୍ଧବେଳେ ଆହତ ଲକ୍ଷ୍ମଣଙ୍କ ଚିକିତ୍ସା ପାଇଁ ଗନ୍ଧମାର୍ଦ୍ଦନ ପାହାଡ଼ରୁ ହନୁମାନ ଔଷଧୀୟ ବୃକ୍ଷ ନେଇଥିବା ପୁରାଣରେ କୁହାଯାଇଛି। ଏହି ପାହାଡ଼କୁ ଏବେ ଘରୋଇ କମ୍ପାନୀ କବ୍‌ଜା କରିବାକୁ ବସିଛି। ଗନ୍ଧମାର୍ଦ୍ଦନ ପାହାଡ଼ରେ ୪୦୦ରୁ ଊର୍ଦ୍ଧ୍ୱ ଔଷଧୀୟ ବୃକ୍ଷ ଥିବାବେଳେ ପ୍ରଚୁର ପରିମାଣର ବକ୍ସାଇଟ ମହଜୁଦ ଅଛି। ଅନେକ ସମୟରେ ଏହି ପାହାଡ଼କୁ ଘରୋଇ କମ୍ପାନୀକୁ ଦେବାକୁ ଉଦ୍ୟମ ହୋଇଛି। ଏହାକୁ ନେଇ ୧୯୯୦ରେ ଆନ୍ଦୋଳନ ହୋଇଥିଲା। ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜନମତଙ୍କ ଚାପରେ ଚୁକ୍ତିକୁ ବାତିଲ କରିଥିଲେ। ଏବେ ଏକ ବହୁଦେଶୀୟ କମ୍ପାନୀ ଗନ୍ଧମାର୍ଦ୍ଦନ ପାଦଦେଶରେ ବହୁ ହଜାର ଏକର ଜମି କିଣି ସାରିଲାଣି। ଏହି କମ୍ପାନୀ ଭାରତବର୍ଷକୁ ସମଗ୍ର ବିଶ୍ୱରେ ନିନ୍ଦିତ କରିଛି।

କୁହାଯାଉଛି କିଣାଯାଇଥିବା ଜମିରେ ଆଦାନୀ ନୂଆ ଜଙ୍ଗଲ ସୃଷ୍ଟି କରିବ। ଏହା ସତେଯେମିତି ସମୁଦ୍ରରେ ଜଳାଶୟ କରିବା ଭଳି ଲାଗୁଛି। ବିବିଧତାଭରା ଏହି ପାହାଡ଼କୁ ବହୁ ହଜାର ପରିଦର୍ଶକ ବୁଲିବାକୁ ଯାଉଛନ୍ତି। ୧୦ ଏକରରୁ ଅଧିକ ଜମି କିିଣିଲେ ସରକାରଙ୍କ ଅନୁମୋଦନ ନେବାକୁ ପଡ଼େ। ଗନ୍ଧମାର୍ଦ୍ଦନ ପାହାଡ଼ରୁ ବକ୍ସାଇଟ ଖନନ ପାଇଁ କାହାକୁ ଦେବାକୁ ଲକ୍ଷ୍ୟ ରଖାଯାଇଛି କି। ଏନେଇ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ । ଯଦି ଆଦାନୀ ଗ୍ରୁପକୁ ଜମି କିଣିବାକୁ ସରକାର ଅନୁମତି ଦେଇନାହାନ୍ତି ତେବେ ସରକାର ସେ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି। ନଚେତ ଗାଁ ଗାଁରେ ଜନଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସେ କହିଛନ୍ତି।
ଭାଜପା ସଦସ୍ୟ ତଥା ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ କହିଛନ୍ତି, ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଛନ୍ତି। ମୋହନ ମାଝୀ ସରକାର କାରଖାନା କରିବାକୁ କୌଣସି କମ୍ପାନୀକୁ ଗନ୍ଧମାର୍ଦ୍ଦନ ପାହାଡ଼ ଦେବନାହିଁ। ଯଦି ଦିଏ ତେବେ ମୁଁ ଆପଣଙ୍କ ସହ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବି। ବିଜେଡି ସରକାର ଆଦାନୀକୁ ସେହି ଜମି ଦେଇଛନ୍ତି। ଗୃହରେ ବିଜେଡି ସଦସ୍ୟ ସ୍ବୀକାର କରନ୍ତୁ ଯେ, ଆଦାନୀକୁ ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଥିଲେ। ରାମାୟଣ ସମୟରୁ ଗନ୍ଧମାର୍ଦ୍ଦନର ଗୁରୁତ୍ୱ ରହିଛି। ଆମ ସଂସ୍କୃତିକୁ ଭଙ୍ଗ କରିିବା ପାଇଁ କାହାକୁ ଦିଆଯିବ ନାହିଁ। ଆପଣଙ୍କ ସହ ଆମେ ମଧ୍ୟ ଆନ୍ଦୋଳନରେ ଛିଡ଼ା ହେବୁ ବୋଲି କେ.ଭି. କହିଛନ୍ତି ।
ଭାଜପା ସଭ୍ୟ ଟଙ୍କଧର ତ୍ରିପାଠୀ କହିଛନ୍ତି, ଗନ୍ଧମାର୍ଦ୍ଦନ ପାହାଡ଼କୁ ୧୯୮୩ରେ ବାଲ୍‌କୋ କମ୍ପାନୀକୁ କିଏ ଦେଇଥିଲେ। ସେଠାରେ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ୧୧ ବର୍ଷ ଧରି ଆନ୍ଦୋଳନ ଚାଲିବା ପରେ ଚୁକ୍ତିକୁ ବାତିଲ କରାଯାଇଥିଲା। ସେହି ପାହାଡ଼ ଜୈବବିବିଧତା ପାଇଁ ପ୍ରସିଦ୍ଧ। ଯେଉଁମାନେ କାନ୍ଦୁଛନ୍ତି ସେହିମାନେ ହିଁ ଜମି ଦେଇଛନ୍ତି ବୋଲି ଟଙ୍କଧର କହିଛନ୍ତି।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରସନ୍ନଙ୍କ ଅଭିଯୋଗର କଡ଼ା ଜବାବ ଦେଇ କହିଛନ୍ତି, ୧୯୮୩ରେ କଂଗ୍ରେସ ସରକାର ଗନ୍ଧମାର୍ଦ୍ଦନରୁ ବକ୍ସାଇଟ୍‌ ଉତ୍ତୋଳନ କରିବାକୁ ବାଲ୍‌କୋ କମ୍ପାନୀ ସହ ଚୁକ୍ତିନାମା କରିଥିଲେ। ସେହି ସମୟରେ ପ୍ରସନ୍ନ ବାବୁ, ମୁଁ ଏବଂ ଜୟନାରାୟଣ ମିଶ୍ରଙ୍କ ଭଳି ଅନେକ ନେତା ଏହାକୁ ବିରୋଧ କରିଥିଲୁ। ୧୯୯୧ରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ହେଲେ। ସେ ମଧ୍ୟ ବାଲ୍‌କୋ ସହ ଚୁକ୍ତି କରିଥିଲେ। ସମସ୍ତ ଚୁକ୍ତି ରାଜସ୍ବ ବିଭାଗରେ ରହିଛି, କହିଲେ ମୁଁ ତାହା ପ୍ରମାଣ ସହ ଦେଇଦେବି। ସେତେବେଳେ କଂଗ୍ରେସକୁ ହଟାଇବା ପାଇଁ ଜନତା ଦଳ ସହ ମେଣ୍ଟ କରିଥିଲୁ। ପରବର୍ତ୍ତୀ ସମୟରେ ବିଜେଡି ମଧ୍ୟ ଧୋକା ଦେଲା। ଆପଣ ବନ୍ଧୁକଥା ଛାଡ଼ନ୍ତୁ ଶତ୍ରୁ ପଦବାଚ୍ୟ ମଧ୍ୟ ନୁହନ୍ତି। ଲୋକଙ୍କ ଭାବାବେଗକୁ ହତ୍ୟାକରି କୌଣସି କମ୍ପାନୀକୁ ଆମ ସରକାର କେବେ ଜମି ଦେବନାହିଁ। ପର୍ଯ୍ୟଟନ ଓ ସେଠାରେ ଥିବା ନୃସିଂହନାଥଙ୍କ ସୁରକ୍ଷା ପ୍ରତି କୌଣସି ସାଲିସ କରାଯିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା…

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri